ETV Bharat / state

ବାଲେଶ୍ବରରେ ଚାଞ୍ଚଲ୍ୟ, ଲଜରୁ ମିଳିଲା ବ୍ୟକ୍ତିଙ୍କ ମୃତଦେହ - ତାଜ ଲଜରୁ ଯୁବକଙ୍କ ମୃତଦେହ ଉଦ୍ଧାର

ବାଲେଶ୍ୱର ଟାଉନଥାନା ଅଧୀନ ମୋତିଗଞ୍ଜ ବଜାରରେ ଥିବା ଏକ ଲଜ ରୁମରୁ ବ୍ୟକ୍ତିଙ୍କ ମୃତଦେହକୁ ଉଦ୍ଧାର କରିଛି ପୋଲିସ । ଏନେଇ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଅଧିକ ପଢ଼ନ୍ତୁ

ଲଜରୁ ଯୁବକଙ୍କ ମୃତଦେହ ଉଦ୍ଧାର
ଲଜରୁ ଯୁବକଙ୍କ ମୃତଦେହ ଉଦ୍ଧାର
author img

By

Published : Dec 12, 2022, 7:43 AM IST

Updated : Dec 12, 2022, 9:15 AM IST

ଲଜରୁ ଯୁବକଙ୍କ ମୃତଦେହ ଉଦ୍ଧାର

ବାଲେଶ୍ୱର: ବାଲେଶ୍ୱର ଟାଉନଥାନା ଅଧୀନ ମୋତିଗଞ୍ଜ ବଜାରରେ ଥିବା ଏକ ଲଜ ରୁମରୁ ଜଣେ ବ୍ୟକ୍ତିଙ୍କ ମୃତଦେହକୁ ଉଦ୍ଧାର କରିଛି ପୋଲିସ । ଏନେଇ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ମୃତବ୍ୟକ୍ତି ଜଣକ ହେଲେ ରାଜ କୁମାର ଶର୍ମା।

ସୂଚନାନୁସାରେ, ସୁଏଲପୁର ଅଞ୍ଚଳର ସ୍ବର୍ଗତଃ ରେବତୀ ନନ୍ଦନ ଶର୍ମାଙ୍କ 44ବର୍ଷ ବୟସ୍କ ପୁଅ ରାଜ କୁମାର ଶର୍ମାଙ୍କ ସ୍ତ୍ରୀଙ୍କ ଦେହାନ୍ତ ପରେ ମାନସିକ ଅବସାଦ ଭିତରେ ରହୁଥିଲେ । ନିଜର ଦୁଇ ଝିଅଙ୍କୁ ଶ୍ବଶୁର ଘରେ ରଖି ଏକାକୀ ଜୀବନ ଅତିବାହିତ କରୁଥିଲେ ରାଜ କୁମାର । ତେବେ କିଛି ମାସ ହେଲା ବାଲେଶ୍ବର ସ୍ଥିତ ତାଜ ଲଜର 103 ନମ୍ବର ରୁମରେ ରହୁଥିଲେ । ମଝିରେ ମଝିରେ ଲଜ୍ ଛାଡି ବାହାରକୁ ଯାଉଥିଲେ । ହେଲେ ଗତ 9 ତାରିଖ ଠାରୁ ରାଜକୁମାର ରୁମରେ ରହିଥିଲେ । ଗତ ଶନିବାର ନବାହାରିବାରୁ ହୋଟେଲର କର୍ମଚାରୀମାନେ ସନ୍ଦେହ କରି ଝରକା କାଚ ଭାଙ୍ଗି ଦେଖିଥିଲେ ।

ରାଜ କୁମାର ଖଟ ଉପରେ ଶୋଇଥିବା ଦେଖି ହୋଟେଲର କର୍ମଚାରୀମାନେ ତାଙ୍କୁ ଡାକିଥିଲେ । ହେଲେ ରାଜକୁମାର ନଶୁଣିବାରୁ ସନ୍ଦେହ କରି ଲଜ ମାଲିକ ଟାଉନ ଥାନାକୁ ଜଣାଇଥିଲେ । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ । ସେଠାରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ରୁମ କବାଟ ଭାଙ୍ଗି ମୃତଦେହ ଜବତ କରିଥିଲେ ।

ଏହାପରେ ହୋଟେଲ ଚାରିପାଖ ତଦନ୍ତ କରିବା ସହ ସମସ୍ତଙ୍କୁ ପଚରାଉଚରା କରିଥିଲା ପୋଲିସ । ପରେ ଏ ସମ୍ପର୍କରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ତେବେ ରୁମ୍ ଭିତରୁ କିଛି ଖାଲି ବିଦେଶୀ ମଦ ବୋତଲ ଓ ଆଧାର କାର୍ଡ ସହ ୨୦ ହଜାର ନଗଦ ଟଙ୍କା ଓ ଏକ ମୋବାଇଲ ଫୋନ ଜବତ କରିଛି ପୋଲିସ । ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ଅତ୍ୟଧିକ ମଦ୍ୟପାନ ଯୋଗୁଁ ହୃଦଘାତରେ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି ।

ଇଟିଭି ଭାରତ, ବାଲେଶ୍ବର

Last Updated : Dec 12, 2022, 9:15 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.