ETV Bharat / state

ସମ୍ପର୍କ ବଢ଼ାଇ ଲୁଟୁଥିଲେ ସୁନା ଅଳଙ୍କାର, ବାନ୍ଧିଲା ପୋଲିସ - ସୁନା ଲୁଟ ଘଟଣାରେ ଯୁବକ ଗିରଫ

ନାବାଳିକାଙ୍କୁ ପ୍ରବର୍ତ୍ତାଇ ସୁନା ଲୁଟୁଥିଲେ ଯୁବକ । ଘଟଣାର ଖୁଲାସ କରି ଯୁବକଙ୍କୁ ଗିରଫ କଲା ବାଲେଶ୍ବର ପୋଲିସ । ଅଧିକ ପଢ଼ନ୍ତୁ

gold loot in balasore
gold loot in balasore
author img

By

Published : Feb 28, 2023, 10:54 PM IST

ନାବାଳିକାଙ୍କୁ ଆଳ ଦେଖାଇ ଲୁଟୁଥିଲେ ଯୁବକ

ବାଲେଶ୍ବର: ନାବାଳିକାଙ୍କୁ ବିଭିନ୍ନ କଥା କହି ପ୍ରଲୋଭନ ଦେଖାଇ ତାଙ୍କ ସହ ସମ୍ପର୍କ ରଖିଲେ । ଏହାପରେ ଘରୁ ଅଳଙ୍କାର ଚୋରି କରିବାକୁ ବାଧ୍ୟ କଲେ । ନାବାଳିକା ଜଣକ ଘରେ ଥିବା ସମସ୍ତ ସୁନା ଅଳଙ୍କାର ଚୋରି କରି ସମ୍ପୃକ୍ତ ଯୁବକଙ୍କୁ ଦେଇଥିଲେ । ଯୁବକ ଜଣଙ୍କ ସୁନାଗୁଡ଼ିକୁ ଏକ ଫାଇନାନ୍ସ କମ୍ପାନୀରେ ବନ୍ଧକ ଦେଇ ଅନେକ ଟଙ୍କା ଋଣ ଆଣି ସେଥିରେ ମଉଜ କରୁଥିଲେ । ଯାହାର ଖୁଲାସା କରିଛି ବାଲେଶ୍ଵର ପୋଲିସ । ଏମିତି ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା ସହଦେବଖୁଣ୍ଟା ଥାନା ଅଧିନ ହରିପୁର ଅଞ୍ଚଳରେ ।

ସୂଚନା ଅନୁସାରେ, ହରିପୁର ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ଘରୁ ବାରମ୍ବାର ସୁନା ଅଳଙ୍କାର ଚୋରି ହେବା ସହ ତାଙ୍କ ସମ୍ପର୍କୀୟଙ୍କ ଘରୁ ମଧ୍ୟ ଚୋରି ହେଉଥିବା ଜଣାପଡିଥିଲା । କ୍ରମାଗତ ଭାବରେ ଘରୁ ଚୋରି ହେବା ନେଇ ଉକ୍ତ ବ୍ୟକ୍ତି ଜଣଙ୍କ ପୋଲିସର ସହାୟତା ନେଇଥିଲେ । ଏଥିପାଇଁ ସେ ସହଦେବଖୁଣ୍ଟା ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ଏହି ଘଟଣାକୁ ଗୁରୁତର ସହକାରେ ନେଇ ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ବେଳେ ଯେଉଁ ଘଟଣା ସାମ୍ନାକୁ ଆସିଲା, ସଭିଁଙ୍କୁ ଚକିତ କରିଥିଲା । ବ୍ୟକ୍ତିଙ୍କ ଝିଅ ହିଁ ସୁନା ଚୋରି କରୁଥିବା ତଦନ୍ତରୁ ଜଣାପଡ଼ିଥିଲା ।

ପୋଲିସ ସୂଚନା ଅନୁସାରେ, ଜଣେ ଯୁବକ ସମ୍ପୃକ୍ତ ନାବାଳିକା ଝିଅଙ୍କୁ ଫସାଇ ଘରୁ ସୁନା ଅଳଙ୍କାର ଚୋରି କରି ଆଣିବା ପାଇଁ ପ୍ରବର୍ତ୍ତାଇ ଥିଲେ । ନାବାଳିକା ଜଣଙ୍କ ଥରେ ଦୁଇଥର ଏମିତି ଚୋରି କରି ଆଣିବା ପରେ ଯୁବକଙ୍କ ମନରେ ଆହୁରି ଲୋଭ ବଢିବାକୁ ଲାଗିଥିଲା । ଏହାପରେ ଯୁବକ ଜଣଙ୍କ ନାବାଳିକାଙ୍କୁ ବିଭିନ୍ନ ପ୍ରକାର ଆଳ ଏବଂ ଭୟ ଦେଖାଇ ସୁନା ଅଳଙ୍କାର ଚୋରି କରିବା ପାଇଁ ବାଧ୍ୟ କରିଥିଲେ । ନାବାଳିକା ଭୟର ବଶବର୍ତ୍ତୀ ହୋଇ ଘରୁ ସବୁ ସୁନା ଅଳଙ୍କାର ଚୋରି କରି ଯୁବକଙ୍କୁ ଦେଉଥିଲେ ଏବଂ ସେଗୁଡ଼ିକୁ ଫାଇନାନ୍ସ କମ୍ପାନୀରେ ବନ୍ଧକ ଦେଇ ଲୋନ ନେଇଥଲେ । ଆଉ ସେହି ଟଙ୍କାରେ ବେଶ ମଉଜ କରୁଥିଲେ ।

ଏହି କାରବାର ପଛରେ ଯୁବକଙ୍କ ସମେତ ଦୁଇଜଣ ମହିଳା ମଧ୍ୟ ସାମିଲ ଥିଲେ । ଯେଉଁମାନେ ଚୋରି ସୁନା ବିକ୍ରି କରିବା ଓ ବନ୍ଧକ ରଖିବାରେ ସହଯୋଗ କରୁଥିଲେ । ଏହି ଘଟଣା ସାମ୍ନାକୁ ଆସିବା ପରେ ଦୁଇଜଣ ମହିଳା ଓ ସମ୍ପୃକ୍ତ ଯୁବକଙ୍କୁ ପୋଲିସ ଗିରଫ କରିଛି । ତେବେ ଏଥିରେ ଆହୁରି ଦୁଇଜଣ ସାମିଲ ଥିବା ପୋଲିସ କହିଛି । ସେମାନଙ୍କ ନିକଟରୁ ପ୍ରାୟ 9 ଲକ୍ଷ ଟଙ୍କାର ଚୋରି ସୁନା ଜବତ କରାଯିବା ସହ ଗୋଟିଏ ବାଇକ ଓ ନଗଦ 20 ହଜାର ଟଙ୍କା ଜବତ କରିଛି ପୋଲିସ । ଘଟଣାରେ ସଂପୃକ୍ତ ଥିବା ଅନ୍ୟ ଦୁଇଜଣ ଏବେ ଫେରାର ଥିବା ବେଳେ ସେମାନଙ୍କୁ ଖୁବ ଶୀଘ୍ର ଗିରଫ କରାଯିବା ନେଇ ଏସ୍ପି ସାଗରିକା ନାଥ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.