ETV Bharat / state

Coromandel Express Derailed: ମାଲବାହୀ ଟ୍ରେନକୁ ପିଟିଲା ଏକ୍ସପ୍ରେସ ଟ୍ରେନ; 4 ବଗି ଲାଇନଚ୍ୟୁତ୍, ଅନେକ ଆହତ - ସୋର ବାହାନଗା ଷ୍ଟେସନ ନିକଟରେ ଟ୍ରେନ୍‌ ଦୁର୍ଘଟଣା

ସୋର ବାହାନଗା ଷ୍ଟେସନ ନିକଟରେ ଟ୍ରେନ୍‌ ଦୁର୍ଘଟଣା । କରମଣ୍ଡଳ ଏକ୍ସପ୍ରେସ ହାଓ୍ୱଡାରୁ ଚେନ୍ନାଇ ଅଭିମୁଖେ ଯାତ୍ରା କରୁଥିଲା । ଅଧିକ ପଢ଼ନ୍ତୁ

train mishap in balasore
ସୋର ବାହାନଗା ଷ୍ଟେସନ ନିକଟରେ ଟ୍ରେନ୍‌ ଦୁର୍ଘଟଣା
author img

By

Published : Jun 2, 2023, 8:14 PM IST

Updated : Jun 2, 2023, 9:08 PM IST

ସୋର ବାହାନଗା ଷ୍ଟେସନ ନିକଟରେ ଟ୍ରେନ୍‌ ଦୁର୍ଘଟଣା

ବାଲେଶ୍ବର: ସୋର ସ୍ଥିତ ବାହାନଗା ରେଳ ଷ୍ଟେସନ ନିକଟରେ ଭୟଙ୍କର ଟ୍ରେନ ଦୁର୍ଘଟଣା । ଏକ ମାଲ ବୋଝେଇ ଟ୍ରେନକୁ ଧକ୍କା ଦେଲା କରମଣ୍ଡଳ ଏକ୍ସପ୍ରେସ । ଫଳରେ ଟ୍ରେନର 4ଟି ବଗି ଲାଇନଚ୍ୟୁତ ହୋଇଛି । କରମଣ୍ଡଳ ଏକ୍ସପ୍ରେସ ହାଓ୍ୱଡାରୁ ଚେନ୍ନାଇ ଅଭିମୁଖେ ଯାତ୍ରା କରୁଥିଲା । ଏହି ଦୁର୍ଘଟଣାରେ ଏକାଧିକ ଗୁରୁତର ହୋଇଥିବା ବେଳେ ମୃତାହାତଙ୍କ ସମ୍ପର୍କରେ ସୂଚନା ମିଳିନାହିଁ । ଉଦ୍ଧାର କାର୍ଯ୍ୟ ପାଇଁ ଓଡ୍ରାଫ ଟିମ ଘଟଣାସ୍ଥଳରେ ପହଞ୍ଚିଥିବା ଜଣାପଡିଛି । ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଚାଲିଛି ।

train mishap in balasore
ସୋର ବାହାନଗା ଷ୍ଟେସନ ନିକଟରେ ଟ୍ରେନ୍‌ ଦୁର୍ଘଟଣା

ଗୁରୁତରଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ଡାକ୍ତରଖାନାକୁ ପଠାଯାଉଛି । ବାଲେଶ୍ଵର ଜିଲ୍ଲାପାଳ ଓ ପ୍ରଶାସନିକ ଅଧିକାରୀ ଏବଂ ରେଳ ବିଭାଗର ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛନ୍ତି । ଅନ୍ୟପଟେ ଟ୍ରେନ ଦୁର୍ଘଟଣା ପାଇଁ ଏସଆରସି ଜରୁରୀକାଳୀନ ନମ୍ବର ଜାରି କରିଛନ୍ତି । ହେଲ୍ପଲାଇନ ନମ୍ବର 6782262286 ଜାରି କରାଯାଇଛି । ଘଟଣାସ୍ଥଳକୁ ଯିବା ପାଇଁ ସ୍ବତନ୍ତ୍ର ରିଲିଫ କମିଶନରଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀଙ୍କୁ ଉଦ୍ଧାର କାର୍ଯ୍ୟ ତଦାରଖ କରିବାକୁ ଦାୟିତ୍ବ ଦିଆଯାଇଛି ।

  • Odisha | An Express Train met with an accident near Bahanaga railway station in Balasore district. Teams have left for the spot for search and rescue operation. Collector, Balasore has also been directed to reach the spot to make all necessary arrangements and intimate the SRC if… pic.twitter.com/N4AGWQVKkX

    — ANI (@ANI) June 2, 2023 " class="align-text-top noRightClick twitterSection" data=" ">

ପ୍ରାଥମିକ ସୂଚନା ଅନୁସାରେ ଶତାଧିକ ଯାତ୍ରୀ ଟ୍ରେନ ତଳେ ଚାପି ହୋଇ ରହିଛନ୍ତି । ଫସିଥିବା ଯାତ୍ରୀଙ୍କୁ ଉଦ୍ଧାର ପାଇଁ ଓଡ୍ରାଫ ଓ ଏନଡିଆରଏଫ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ପ୍ରାଥମିକ ଖବର ଅନୁସାରେ ସନ୍ଧ୍ୟା ୭ ଟା ୧୫ ମିନିଟ ରେ ବାଲେଶ୍ବର ବାହାନଗା ଷ୍ଟେସନ ନିକଟରେ କରମଣ୍ଡଳ ଏକ୍ସପ୍ରେସ ଟ୍ରେନକୁ ଏକ ମାଲବାହୀ ଟ୍ରେନ ଧକ୍କା ଦେଇଥିଲା । ଦୁଇ ଟ୍ରେନ ମୁହାଁମୁହିଁ ଧକ୍କା ହେବାପରେ ୫ଟି ବଗି ଓଲଟି ପଡିଛି ।

ସେପେଟ କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାର ଶିକାର ଯାତ୍ରୀଙ୍କୁ ବାଲେଶ୍ବର ମେଡିକାଲ କଲେଜକୁ ପଠାଯାଇଛି। ଏତତ ବ୍ୟତୀତ ଡାକ୍ତରୀ ଦଳ ଅଗ୍ନିଶମ ଟିମକୁ ମଧ୍ୟ ଘଟଣାସ୍ଥଳକୁ ପଠାଯାଇଛି। ଖାଲି ଏତିକି ନୁହେଁ ସ୍ଥାନୀୟ ଓ ଆଖପାଖ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ବହୁ ଆହତ ଯାତ୍ରୀଙ୍କୁ ଭର୍ତ୍ତୀ କରାଯାଇଛି ।

ଅନ୍ୟପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ ସ୍ବତନ୍ତ୍ର ରିଲିଫ କମିଶନର ସତ୍ୟବ୍ରତ ସାହୁ ଓ ରାଜ୍ୟ ସରକାର 4 ଜଣ ବରିଷ୍ଠ ଅଧିକାରୀଙ୍କୁ ଉଦ୍ଧାର କାର୍ଯ୍ୟ ପାଇଁ ଦାୟିତ୍ବ ଦେଇଛନ୍ତି । ଅଧିକାରୀଙ୍କ ମଧ୍ୟରେ ରହିଛନ୍ତି ଅଗ୍ନିଶମ ଡିଜି ସୁଧାଶୁଂ ଷଡଙ୍ଗୀ, ହେମନ୍ତ ଶର୍ମା, ବଳୱନ୍ତ ସିଂ, ଅରବିନ୍ଦ ଅଗ୍ରୱାଲ । ସମସ୍ତ ଅଧିକାରୀ ବର୍ତ୍ତମାନ ଘଟଣା ସ୍ଥଳକୁ ଯାଉଛନ୍ତି ।

ଅନ୍ୟ 4 ବରିଷ୍ଠ ଅଧିକାରୀଙ୍କୁ ଘଟଣା ସ୍ଥଳକୁ ଯିବାକୁ ନିର୍ଦ୍ଦେଶ ଦେଇଛନ୍ତି । ବର୍ତ୍ତମାନ ଘଟଣା ସ୍ଥଳରେ ବାଲେଶ୍ବରର ପୁରା ଜିଲ୍ଲା ପ୍ରଶାସନ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଯୋରଦାର କରୁଛି ।

ବିଭିନ୍ନ ଷ୍ଟେସନର ହେଲ୍ପ ଲାଇନ ନମ୍ବର

ବାଲେଶ୍ବର ହେଲପ ଲାଇନ ନମ୍ବର- ୮୨୪୯୫୯୧୫୫୯, ୭୯୭୮୪୧୮୩୨୨

ଶାଲିମାର ଷ୍ଟେସନ ହେଲପ ଲାଇନ- ନମ୍ବର ୯୯୦୩୩୭୦୭୪୬

ହାୱଡା ଷ୍ଟେସନ ହେଲପ ଲାଇନ- ନମ୍ବର ୦୩୩-୨୬୩୮୨୨୧୭

ଖଡଗପୁର ହେଲପ ଲାଇନ ନମ୍ବର - ୮୯୭୨୦୭୩୯୨୫ ଓ ୯୩୩୨୩୯୨୩୩୯

ଏହା ମଧ୍ଯ ପଢ଼ନ୍ତୁ: Goods train derailed: ୨ଟି ବଗି ଲାଇନଚ୍ୟୁତ, ବିଭିନ୍ନ ରେଳଷ୍ଟେସନରେ ଅଟକି ରହିଲା ଟ୍ରେନ

ଇଟିଭି ଭାରତ, ବାଲେଶ୍ବର

Last Updated : Jun 2, 2023, 9:08 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.