ETV Bharat / state

ବସରୁ 60 ଦାଦନ ଶ୍ରମିକ ଉଦ୍ଧାର, ପୋଲିସର ତଦନ୍ତ ଜାରି - ଦାଦନ ଶ୍ରମିକ

ବାଲେଶ୍ୱରରୁ ୬୦ ଦାଦନ ଶ୍ରମିକ ଉଦ୍ଧାର । ଘଟଣାସ୍ଥଳରୁ ଏକ ବସ ଜବତ । ଦୀଘାକୁ ଚାଲାଣ ହେଉଥିବାବେଳେ ଉଦ୍ଧାର କଲା ପୋଲିସ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର
author img

By

Published : Mar 25, 2019, 10:51 PM IST

ବାଲେଶ୍ୱର: ଦାଦନ ଶ୍ରମିକ ଚାଲାଣବେଳେ ଚଢ଼ାଉ । ନୀଳଗିରି ଅଞ୍ଚଳରୁ ୬୦ ଜଣ ଦାଦନଙ୍କୁ ଉଦ୍ଧାର କରିବା ସହ ଘଟଣାସ୍ଥଳରୁ ଏକ ବସ ଜବତ କରିଛି ପୋଲିସ ।

ସୂଚନାନୁଯାୟୀ, ସୋମବାର ନୀଳଗିରି ସଜନାଗଡ଼ ଚଣ୍ଡୀ ମନ୍ଦିର ପାଖରୁ ଏକ ବସରେ ୬୦ଜଣ ଶ୍ରମିକଙ୍କୁ ଦାଦନ ଖଟାଇବା ପାଇଁ ନିଆଯାଉଥିଲା । ବସରେ ଥିବା ସମସ୍ତ ଶ୍ରମିକ ସଜନାଗଡ଼, ନୂଆସାହି, ଭଉଁରିଆବାଡ଼, ତେଣ୍ଡା ଆଦି ଗାଁରୁ ଚାଲାଣ ହେଉଥିଲେ । ଖବର ପାଇ ପୋଲିସ ଉକ୍ତ ସ୍ଥାନରେ ଚଢ଼ାଉ କରି ଉଦ୍ଧାର ଶ୍ରମିକଙ୍କୁ ଥାନାକୁ ଆଣି ପଚରାଉଚରା କରିଥିଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ତେବେ ଶ୍ରମିକମାନେ ଦୀଘା ସ୍ଥିତ ସି-ଫୁଡ ପ୍ରୋସେସିଂ ପ୍ଲାଣ୍ଟରେ କାମ କରିବାକୁ ଯାଉଥିବା କହିଥିଲେ । ସେମାନଙ୍କ ମଧ୍ୟରୁ ପ୍ରାୟ ୩୦ ଜଣ ନାବାଳିକା ଓ ନାବାଳକ ଥିବା ଜଣାପଡିଛି । ତେବେ ଘଟଣାସ୍ଥଳରୁ ବସଟିକୁ ଜବତ କରିବା ସହ ତଦନ୍ତ ଜାରି ରିଖିଛି ପୋଲିସ ।

ବାଲେଶ୍ୱରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.