ETV Bharat / state

ମହନ୍ତ ନରେନ୍ଦ୍ର ଗିରିଙ୍କ ଘର ବାଲେଶ୍ବର; ଏମିତି ଦାବି କଲେ ପରିବାର ! - ବାଘମ୍ବରୀ ମଠର ମଠାଧୀଶ

ମହନ୍ତ ନରେନ୍ଦ୍ର ଗିରି ପରିବାରର ସସଦ୍ୟ ଥିଲେ ବୋଲି ଦାବି କରିଛି ବାଲେଶ୍ବର ଭୋଗରାଇର ଏକ ପରିବାର । ପରିବାର ଦାବି ହେଲା ତାଙ୍କ ପିତା ସନାତନ ଗିରି ଓ ରମାମଣି ଗିରିଙ୍କ ଛ’ ଜଣ ପୁଅ ଝିଅଙ୍କ ମଧ୍ୟରୁ ନରେନ୍ଦ୍ର ଗିରି ଥିଲେ ସବୁଠାରୁ ବଡ । ଅଧିକ ପଢନ୍ତୁ...

Mahanta Narendra Giri
Mahanta Narendra Giri
author img

By

Published : Sep 29, 2021, 9:49 PM IST

ବାଲେଶ୍ବର: ଗତ ୨୦ ତାରିଖରେ ଉତ୍ତରପ୍ରଦେଶ ପ୍ରୟାଗରାଜ ସ୍ଥିତ ବାଘମ୍ବରୀ ମଠର ମଠାଧୀଶ ତଥା ଆଖଡା ପରିଷଦ ଅଧ୍ୟକ୍ଷ ମହନ୍ତ ନରେନ୍ଦ୍ର ଗିରିଙ୍କ ସନ୍ଦେହ ଜନକ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ଯାହାକୁ ନେଇ ଦେଶବ୍ୟାପୀ ହଇଚଇ ସୃଷ୍ଟି ହେବା ସହ ଘଟଣା ଗଣମାଧ୍ୟମର ଶିରୋନାମା ପାଲଟିଥିଲା ।

ମହନ୍ତଙ୍କ ମୃତ୍ୟୁ ପରେ ତୁରନ୍ତ ଆକ୍ସନକୁ ଆସିଥିଲେ ୟୁପି ସରକାର । ପ୍ରାଥମିକ ତଦନ୍ତ ଆଧାରରେ ୩ ଜଣଙ୍କୁ ଗିରଫ କରିଥିଲେ । ଏହାସହ ଏବେ ୟୁପି ପୋଲିସ ପାଖରୁ ତଦନ୍ତ ଭାର ସିବିଆଇ ନେଇ ଘଟଣାର ଛାନଭିନ କରୁଛି । କିନ୍ତୁ ଏହାରି ଭିତରେ ମହନ୍ତ ନରେନ୍ଦ୍ର ଗିରିଙ୍କୁ ନେଇ ଏବେ ଆସିଛି ବଡ ଟ୍ବିଷ୍ଟ । କାରଣ ମହନ୍ତ ନରେନ୍ଦ୍ର ଗିରିଙ୍କୁ ନିଜ ଭାଇ ଦାବି କରିଛନ୍ତି ବାଲେଶ୍ବର ଭୋଗରାଇ ବ୍ଲକ ପାଣିଷଣ୍ଡା ଗ୍ରାମରେ ରହୁଥିବା ଗୋଟିଏ ପରିବାର ।

ବାଲେଶ୍ବର ପାଣିଷଣ୍ଡାର ଥିଲେ ମହନ୍ତ ନରେନ୍ଦ୍ର ଗିରି; ପରିବାର ବୋଲାଉଥିବା ସଦସ୍ୟ ଏମିତି କଲେ ଦାବି !

ମହନ୍ତ ନରେନ୍ଦ୍ର ଗିରିଙ୍କୁ ନିଜ ଭାଇ ଦାବି କରୁଥିବା ଏହି ପରିବାର ହେଲେ, ଲକ୍ଷ୍ମୀକାନ୍ତ ଗିରି, ଲକ୍ଷ୍ମୀକାନ୍ତ ଗିରି ଓ ପରିବାର ସଦସ୍ୟ । ତାଙ୍କର ଦାବି ହେଲା ତାଙ୍କ ପିତା ସନାତନ ଗିରି ଓ ରମାମଣି ଗିରିଙ୍କ 6 ଜଣ ପୁଅ ଝିଅଙ୍କ ମଧ୍ୟରୁ ନରେନ୍ଦ୍ର ଗିରି ଥିଲେ ସବୁଠାରୁ ବଡ । ପ୍ରାୟ ୫୨ ବର୍ଷ ତଳେ କୌଣସି ଏକ କାରଣରୁ ନରେନ୍ଦ୍ର ଗିରି ଗାଁ ପରିବାର ଛାଡି କୁଆଡେ ପଳାଇଥିଲେ । ପରିବାରର ଅନେକ ଖୋଜାଖୋଜି ପରେ ମଧ୍ୟ ପାଇନଥିଲେ ।

ମହନ୍ତ ନରେନ୍ଦ୍ର ଗିରିଙ୍କ ପରିବାର ସଦସ୍ୟ ଦାବି କରୁଥିବା ପରିବାରର ଦାବି ହେଲା, ବାଘମ୍ବରୀ ମଠର ମଠାଧୀଶ ହେବା ପୂର୍ବରୁ ପ୍ରାୟ ୧୦ ବର୍ଷ ତଳେ ନରେନ୍ଦ୍ର ଗିରି ଗାଁ (ପାଣିଷଣ୍ଡା) କୁ ଆସିଥିଲେ । ସେ ଏବେ ଅଯୋଧ୍ୟାରେ ସାଧନା କରୁଛନ୍ତି । ତେଣୁ ଆଉ ଘରକୁ ଆସିବେ ନାହିଁ ବୋଲି କହିଥିଲେ । ସେହିପରି ଗାଁରେ ପ୍ରାୟ ୧୫ ଦିନ ରହିବା ସହ ନିଜ ଉଭଣୀଙ୍କ ଘରେ ୩ ଦିନ ରହିଥିବା କହିଛନ୍ତି ପରିବାର ସଦସ୍ୟ ।

ଗାଁକୁ ଆସିଥିବା ବେଳେ ପରିବାର ସଦସ୍ୟ ତାଙ୍କ ସେବା ଶ୍ରୁଷା କରିଥିଲେ । ତେବେ ସେହି ଦିନଠାରୁ ଆଉ କେବେ ଗାଁକୁ ଆସିନଥିଲେ । କିନ୍ତୁ ଏବେ ତାଙ୍କର ଦେହାନ୍ତକୁ ନେଇ ନିଜକୁ ମହନ୍ତ ନରେନ୍ଦ୍ର ଗିରିଙ୍କ ପରିବାର ସଦସ୍ୟ ବଲାଉଥିବା ପୁରା ପରିବାର ଭାଙ୍ଗି ପଡିବା ସହ, ଘଟଣାର ତଦନ୍ତ କରି ଦୋଷୀକୁ ଦଣ୍ଡ ଦେବାପାଇଁ ଦାବି କରିଛନ୍ତି ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.