ETV Bharat / state

ଜଙ୍ଗଲର ଦେବୀ ମାଆ ଦାଣ୍ଡକାଳୀ, ପୂରଣ କରନ୍ତି ଭକ୍ତଙ୍କ ଅଳି - ଦାଣ୍ଡକାଳୀଙ୍କ ପାଖରେ ଜମେ ଲୋକଙ୍କ ଭିଡ଼

ବାଲେଶ୍ଵର ଜିଲ୍ଲା ଖନ୍ତାପଡ଼ା ଥାନା 16 ନଂ ଜାତୀୟ ରାଜପଥ କଡରେ ରହିଛି ମାଆ ଦାଣ୍ଡକାଳୀଙ୍କ ମନ୍ଦିର। ପ୍ରତିଦିନ ମାଆଙ୍କ ପାଖରେ ଜମେ ଲୋକଙ୍କ ଭିଡ଼। ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ- ସମ୍ବାଦଦାତା, ବାଲେଶ୍ବର
author img

By

Published : Oct 28, 2019, 6:20 PM IST

ବାଲେଶ୍ଵର: ଜିଲ୍ଲାର ଖନ୍ତାପଡ଼ା ଥାନା 16 ନଂ ଜାତୀୟ ରାଜପଥ କଡରେ ରହିଛି ମାଆ ଦାଣ୍ଡକାଳୀଙ୍କ ମନ୍ଦିର। ମାଆଙ୍କ ମାହାତ୍ମ୍ୟ ଅବର୍ଣ୍ଣନୀୟ, ଭକ୍ତର ଅଳି ସବୁବେଳେ ପୂର୍ଣ୍ଣ ହୋଇଥିବା ବିଶ୍ବାସ ରହିଛି । ଏମିତି କିଛି ବିଶ୍ବାସ ଓ ମନସ୍କାମନା ନେଇ ପ୍ରତିଦିନ ମାଆ ଦାଣ୍ଡକାଳୀଙ୍କ ପାଖରେ ଜମେ ଲୋକଙ୍କ ଭିଡ଼ ।

ଦାଣ୍ଡକାଳୀଙ୍କୁ ଜଙ୍ଗଲର ଦେବୀ ମଧ୍ୟ କୁହାଯାଏ । ପ୍ରତିଦିନ ମାଆଙ୍କ ବେଶ ସାଙ୍ଗକୁ ଆଳତି କରାଯାଏ । ଦୀପାବଳି ରାତିସାରା ମାଆଙ୍କ ପୂଜାର୍ଚ୍ଚନା ସହ ଯଜ୍ଞ ଆଦି ଅନୁଷ୍ଠିତ ହୋଇଥାଏ । 3 ଦିନ ଧରି ମାଆଙ୍କ ପାଖରେ ଚାଲେ ହରିନାମ ସଂକୀର୍ତ୍ତନ । ପ୍ରତ୍ୟେକ୍ଷ ଠାକୁରାଣୀ ମାଆ ଦାଣ୍ଡକାଳୀଙ୍କ ମନ୍ଦିର ଦେଇ ଯିବା ଆସିବା କରୁଥିବା ହଜାର ହଜାର ଗାଡି ମାଆଙ୍କ ସାନିଧ୍ୟ ଲାଭ କରି ଗନ୍ତବ୍ୟସ୍ଥଳକୁ ଯାଇଥାନ୍ତି।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ବାଲେଶ୍ବର

ନୂଆ ଗାଡି କିଣା ହେବା ମାତ୍ରେ ମାଆ ଦାଣ୍ଡକାଳୀଙ୍କ ପାଖରେ ପୂଜା ପାଇଁ ଲୋକେ ମନ ବଳାଇଥାନ୍ତି । ମାଆଙ୍କ ପାଖରେ 3ପ୍ରକାରର ଭୋଗ ଲାଗି ହେଉଥିବା ବେଳେ 2ଟି ବେଶ କରାଯାଇଥାଏ । ଦାଣ୍ଡକାଳୀଙ୍କ ମାହାତ୍ମ୍ୟ କଥା କେବଳ ବାଲେଶ୍ଵର ନୁହେଁ ବରଂ ବିଭିନ୍ନ ଅଞ୍ଚଳରେ ମଧ୍ୟ ଆଲୋଚନା ହୋଇଥାଏ।

ରାଜରାସ୍ତାରେ ଯିବା ବେଳେ ମାଆଙ୍କ ମନ୍ଦିର ପାଖରେ ଆପେ ଆପେ ଗାଡି ଅଟକିଯାଏ। ଦ୍ବିପ୍ରହରରେ ମାଆଙ୍କ ପାଖରେ କୁଡୁଆ ଅନ୍ନ ଲାଗି ହୋଇଥାଏ । ମାଆଙ୍କ ପାଖରେ ବର୍ଷସାରା ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମ କରାଯାଉଥିବା ବେଳେ ମାଆଙ୍କ ମନ୍ଦିର ତଥା କାର୍ଯ୍ୟକ୍ରମ ପାଇଁ କମିଟି ସବୁବେଳେ କାର୍ଯ୍ୟ କରିଥାଏ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

Intro:ବାଲେଶ୍ଵର ଜିଲ୍ଲା ଖନ୍ତାପଡ଼ା ଥାନା 16 ନଂ ଜାତୀୟ ରାଜପଥ କଡରେ ମା ଦାଣ୍ଡକାଳୀଙ୍କ ମନ୍ଦିର। ମା ଙ୍କ ମାହାତ୍ମ୍ୟ ଅବର୍ଣ୍ଣନୀୟ, ଭକ୍ତର ଅଳି ସବୁବେଳେ ପୂର୍ଣ ହୋଇଛି। ଏମିତି କିଛି ବିଶ୍ୱାସ ନେଇ ପ୍ରତିଦିନ ମା ଦାଣ୍ଡକାଳୀ ଙ୍କ ପାଖରେ ଜମେ ଲୋକଙ୍କ ଭିଡ଼।

Body:ଦାଣ୍ଡକାଳୀଙ୍କୁ ଜଙ୍ଗଲ ର ଦେବୀ ମଧ୍ୟ କୁହାଯାଉଛି। ପ୍ରତିଦିନ ମାଙ୍କ ବେଶ ସାଙ୍ଗକୁ ଆଳତି କାର୍ଯ୍ୟ ସମ୍ପାଦିତ ହୋଇଥାଏ। ଦୀପାବଳିର ରାତିସାରା ମାଙ୍କ ପୂଜାର୍ଚ୍ଚନା ସହ ଯଜ୍ଞ ଆଦି ଅନୁଷ୍ଠିତ ହୋଇଥାଏ। 3ଦିନ ଧରି ମାଙ୍କ ପାଖରେ ଚାଲେ ହରିନାମ ସଂକୀର୍ତ୍ତନ। ପ୍ରତ୍ୟକ୍ଷ ଠାକୁରାଣୀ ମା ଦାଣ୍ଡକାଳୀଙ୍କ ଆଗଦେଇ ଯିବା ଆସିବା କରୁଥିବା ହଜାରହଜାର ଗାଡି ମାଙ୍କ ସାନିଧ୍ୟ ଲାଭ କରି ଗନ୍ତବ୍ୟ ସ୍ଥଳକୁ ଯାଇଥାନ୍ତି। ନୂଆ ଗାଡି କିଣା ହେବା ମାନେ ମା ଦାଣ୍ଡକାଳୀଙ୍କ ପାଖରେ ପୂଜା ପାଇଁ ଲୋକମାନେ ମନ ବଳାଇଥାନ୍ତି। ମାଙ୍କ ପାଖରେ 3ପ୍ରକାର ର ଭୋଗ ଲାଗି ହେଉଥିବା ବେଳେ 2ପ୍ରକାର ର ବେଶ କରାଯାଇଥାଏ। ମାଙ୍କ ପାଖରେ ମାନସିକ କରି ପୂରଣ ହୋଇଥିବା ଭକ୍ତଙ୍କ ମୁହଁରୁ ଶୁଣାଯାଇଥାଏ।

Conclusion:ଦାଣ୍ଡକାଳୀଙ୍କ ମାହାତ୍ମ୍ୟ କଥା କେବଳ ବାଲେଶ୍ଵର ନୁହେଁ ବରଂ ବିଭିନ୍ନ ଅଞ୍ଚଳରେ ମଧ୍ୟ ଆଲୋଚନା ହୋଇଥାଏ। ରାଜରାସ୍ତାରେ ଯିବା ବେଳେ ମାଙ୍କ ମନ୍ଦିର ପାଖରେ ଆପେ ଆପେ ଗାଡି ଅଟକି ଯାଏ। ଦ୍ବିପ୍ରହରରେ ମାଙ୍କ ପାଖରେ କୁଡୁଆ ଅନ୍ନ ଲାଗି ହୋଇଥାଏ, ଯାହାକୁ ଭକ୍ତ ଅତି ଆନନ୍ଦ ରେ ଖାଇ ନିଜର ଭୋକ ମେଣ୍ଟାଇଥାଆନ୍ତି। ମାଙ୍କ ପାଖରେ ବର୍ଷସାରା ଆୟୋଜନ ହୋଇଥାଏ ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମ। ମାଙ୍କ ମନ୍ଦିର ତଥା କାର୍ଯ୍ୟକ୍ରମ ପାଇଁ କମିଟି ସବୁବେଳେ କାର୍ଯ୍ୟ କରିଥାଏ।
ବାଇଟ1- ଗଜେନ୍ଦ୍ର ପଣ୍ଡା(ପୂଜକ)
ବାଇଟ2- କମିଟି ସଦସ୍ୟ
ବାଇଟ3- ଭକ୍ତ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.