ETV Bharat / state

ଋଣ କିସ୍ତିରେ ଫାଇନାନ୍ସ କର୍ମଚାରୀ ହେରଫେର କରିଥିବା ଅଭିଯୋଗ, ଥାନାରେ ଏତଲା - ଫାଇନାନ୍ସ କମ୍ପାନୀର ଅଫିସରଙ୍କ ନାଁରେ ଥାନାରେ ଏତଲା

ଫାଇନାନ୍ସ କମ୍ପାନୀର ଅଫିସରଙ୍କ ନାଁରେ ଥାନାରେ ଏତଲା । କିସ୍ତି ପୈଠ ପରେ ମଧ୍ୟ ଋଣ ସୁଝିବା ଅଭିଯୋଗ କଲେ ମହିଳାମାନେ । ଅଧିକ ପଢ଼ନ୍ତୁ

Etv Bharat
Etv Bharat
author img

By ETV Bharat Odisha Team

Published : Oct 1, 2023, 8:04 AM IST

ଫାଇନାନ୍ସ କମ୍ପାନୀର ଅଫିସରଙ୍କ ନାଁରେ ଥାନାରେ ଏତଲା

ବାଲେଶ୍ବର: ଗାଁ ଗହଳିରେ ବିଭିନ୍ନ ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳାମାନଙ୍କୁ ସହଜ କିସ୍ତିରେ ଋଣ ଯୋଗାଇ ଦେଉଛନ୍ତି ବିଭିନ୍ନ ଫାଇନାନ୍ସ କମ୍ପାନୀ । ହେଲେ କିସ୍ତି ପୈଠ ପରେ ମଧ୍ୟ ଋଣ ସୁଝିବା ବଦଳରେ ଆହୁରି କିସ୍ତି ବଢ଼ିଚାଲିଥିବା ଅଭିଯୋଗ ହୋଇଛି । ଋଣ ବାବଦକୁ ମାସକୁ ମାସ କିସ୍ତି ଟଙ୍କା ନେଇ ଖାତାରେ ଏଣ୍ଟ୍ରି ନକରି ଲକ୍ଷାଧିକ ଟଙ୍କା ହେରଫେର କରାଯାଇଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି ମହିଳାମାନେ । ଏପରି ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା କାଞ୍ଚପଡ଼ା ପଞ୍ଚାୟତ ଗୋପୀନାଥପୁର ଅଞ୍ଚଳରେ ।

ଅଭିଯୋଗ ଅନୁଯାୟୀ, ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା କାଞ୍ଚପଡ଼ା ପଞ୍ଚାୟତ ଗୋପୀନାଥପୁର ଅଞ୍ଚଳର ମହିଳାମାନେ SHG ଗ୍ରୁପ୍‌ ମାଧ୍ୟମରେ ଏକ ଘରୋଇ ଫାଇନାନ୍ସ କମ୍ପାନୀ ଠାରୁ ଋଣ ନେଇଥିଲେ । ଫାଇନାନ୍ସ କମ୍ପାନୀର କର୍ମଚାରୀ କ୍ଷୀରୋଦ କୁମାର ଜେନା ମାସକୁ ମାସ କିସ୍ତି ଟଙ୍କା ନେଉଥିଲେ । ଖାତାରେ ମଧ୍ୟ ଏଣ୍ଟ୍ରି କରୁଥିଲେ। କିନ୍ତୁ ଏହାରି ଭିତରେ ଚଞ୍ଚକତା କରି କିଛି ମାସର କିସ୍ତି ଖାତାରେ ଏଣ୍ଟ୍ରି ନକରି କିସ୍ତି ଟଙ୍କା ହଡ଼ପ କରିଥିବା ନେଇ ମହିଳାମାନେ ଥାନାରେ ଅଭିଯୋଗ କରିଛନ୍ତି ।

ସିମୁଳିଆ ଥାନାରେ ହୋଇଥିବା ଅଭିଯୋଗ ଅନୁସାରେ, 2021ମସିହାରେ ମହିଳାମାନେ ଋଣ ନେଇ ବର୍ତ୍ତମାନ ସୁଦ୍ଧା ସୁଧମୂଳ ସହ ସମସ୍ତ କିସ୍ତି ପୈଠ କରି ସାରିଛନ୍ତି । ହେଲେ ଫାଇନାନ୍ସ କମ୍ପାନୀର କ୍ଷୀରୋଦ ସେମାନଙ୍କ ଘରକୁ ଆସି ଆହୁରି ଟଙ୍କା ସୁଝିବାକୁ କହିଥିଲେ । ଏହାସହ ଟଙ୍କା ପୈଠ ନକଲେ ଘରର ସବୁ ଜିନିଷପତ୍ର ନେଇଯିବାର ଧମକ ଦେଇଥିଲେ । ମୃତ୍ୟୁ ପରେ କମ୍ପାନୀ ତରଫରୁ ମୃତକଙ୍କୁ ଇନ୍ସୁରାନ୍ସ୍‌ ଟଙ୍କା ମିଳିବା ପାଇଁ ନିୟମ ଥିବା ବେଳେ, ଜଣେ ମହିଳାଙ୍କ ସ୍ୱାମୀର ମୃତ୍ୟୁ ପରେ ମଧ୍ୟ ଏପର୍ଯ୍ୟନ୍ତ ସେହି ମହିଳାଙ୍କୁ ଇନ୍ସୁରାନ୍ସ ଟଙ୍କା ମିଳିପାରିନାହିଁ । ମହିଳାମାନେ ଇନ୍ସୁରାନ୍ସ ଟଙ୍କା ମାଗିବାରୁ ଫର୍ମ ପଡ଼ିଛି ଟଙ୍କା ଅସିବ କହି ଆଜି ପର୍ଯ୍ୟନ୍ତ ଟଙ୍କା ଦେଇ ନାହାନ୍ତି । ମହିଳାମାନେ ଫାଇନାନ୍ସ କର୍ମଚାରୀଙ୍କୁ ଟଙ୍କା ପୈଠର ହିସାବ ମାଗିବାରୁ ହିସାବ ନଦେଇ ସେ ବିଭିନ୍ନ ପ୍ରକାର ବାହାନା କରିଥିଲେ । ଯାହାକୁ ନେଇ ମହିଳାମାନେ ସିମୁଳିଆ ଥାନାର ଦ୍ୱାରସ୍ଥ ହୋଇଛନ୍ତି ।

ଏହା ମଧ୍ୟ ପଢନ୍ତୁ...ଲୋକଙ୍କୁ ଠକୁଥିଲା ଫାଇନାନ୍ସ କମ୍ପାନୀ, ପୂର୍ବତନ ବ୍ରାଞ୍ଚ ମ୍ୟାନେଜରକୁ ବାନ୍ଧିଲା ପୋଲିସ

ତେବେ ଏମିତି ଘଟଣା ନୂଆ ନୁହେଁ । ବିଭିନ୍ନ ସ୍ଥାନରେ ଫାଇନାନ୍ସ କର୍ମଚାରୀଙ୍କ ଜୁଲମ୍‌ ଦେଖିବାକୁ ମିଳୁଛି । ଏବେ ଏହି ଘଟଣାର ପୋଲିସ ତଦନ୍ତ ଆରମ୍ଭ କରିଛି । କିସ୍ତି ଟଙ୍କା ଓ ଋଣ ଟଙ୍କାର ହିସାବ କିତାବ ପରେ ହିଁ ଏହା ଭିତରେ ଘୋଟାଲା ହୋଇଛି କି ନାହିଁ ତାହା ସାମ୍ନାକୁ ଆସିବ ବୋଲି ପୋଲିସ ସୂଚନା ଦେଇଛି ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.