ବାଲେଶ୍ଵର: ଦେଢ଼ ଲକ୍ଷ ଟଙ୍କାର ମଦ ଜବତ । ଏହାସହ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ସୂଚନା ଅନୁସାରେ, ପୁରୁଣା ବାଲେଶ୍ଵର ଅଞ୍ଚଳରୁ ଏକ ବୋଲେରୋରେ ଦେଶୀ ମଦ ଜିଲ୍ଲା ବାହାରକୁ ଚାଲାଣ ହେଉଥିଲା। ଏ ବିଷୟରେ ଅବକାରୀ ମୋବାଇଲ ୟୁନିଟ ଖବର ପାଇ ବଙ୍କାଖଜୁରୀ ଛକ ନିକଟରେ ମଦ ବୋଝେଇ ଗାଡିକୁ ଅଟକାଇ ଥିଲା ।
ଗାଡି ଭିତରୁ 12ଶହ ଲିଟର ଦେଶୀ ମଦ ଜବତ କରିଥିଲା ଅବକାରୀ ବିଭାଗ। ଜବତ ଦେଶୀମଦର ଆନୁମାନିକ ମୂଲ୍ୟ ଦେଢ଼ ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି। ସେହିପରି ଏହି କାରବାରରେ ସମ୍ପୃକ୍ତ ପବିତ୍ର କୁମାର ବେହେରା ଓ ମଦନ ଖଟୁଆଙ୍କୁ ଗିରଫ କରାଯାଇଛି।
ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ