ବାଲେଶ୍ବର: ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲାପାଳ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଯାଜପୁର କଳିଙ୍ଗନଗର ଗୁଳିକାଣ୍ଡ ଘଟଣାକୁ 15 ବର୍ଷ ପୁରିଥିଲେ ମଧ୍ୟ ଏଯାଏଁ ବିଜେଡି ସରକାର ଆଦିବାସୀମାନଙ୍କ ପାଇଁ ଆଖି ବୁଜି ଦେଇଛି ବୋଲି ଦଳ ଅଭିଯୋଗ କରିଛି ।
କଳିଙ୍ଗନଗରରେ ଯେଉଁ ପରି ଭାବେ ନିର୍ଦ୍ଦୋଷ ଆଦିବାସୀମାନଙ୍କୁ ହତ୍ୟା କରାଗଲା ତାହା ନିନ୍ଦନୀୟ ବୋଲି କଂଗ୍ରେସ କହିଛି । ଗୁଳିକାଣ୍ଡରେ ପ୍ରାଣ ହରାଇଥିବା ଆଦିବାସୀମାନଙ୍କ ଉଦ୍ଦେଶ୍ୟରେ କଂଗ୍ରେସ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ