ବାଲେଶ୍ଵର: ଜିଲ୍ଲାର ବିଭିନ୍ନ ଅଞ୍ଚଳରେ କାଳବୈଶାଖୀର କରାଳରୁପ ଦେଖିବାକୁ ମିଳିଛି । କେଉଁଠି ଗଛ ଭାଙ୍ଗି ରାସ୍ତାରେ ପଡ଼ିଛି ତ ଆଉ କେଉଁଠି ଉପୁଡି ପଡିଛି ମୋବାଇଲ ଟାୱାର ।
ଅପରାହ୍ନରେ ବାଲେଶ୍ବରରେ କଳା ବାଦଲ ଘୋଟି ଆସିବା ସହ ପ୍ରବଳ ବେଗରେ ପବନ ବହିଥିଲା । ଫଳରେ ସହରର ସୁନାହାଟ, ସହଦେବଖୁଣ୍ଟା ଆଦି ଅଞ୍ଚଳରେ ଗଛ ଉପୁଡି ପଡିଛି । ସେହିପରି ଚାନ୍ଦମାରି ପଡ଼ିଆରେ ଛାତ ଉପରେ ଥିବା ଏକ ମୋବାଇଲ ଟାୱାର ଉପୁଡି ଅନ୍ୟ ଜଣଙ୍କ ଛାତ ଉପରେ ପଡିଥିଲା ।
ବାଲେଶ୍ଵର ଅଗ୍ନିଶମ ବିଭାଗର କର୍ମଚାରୀମାନେ ରାସ୍ତା ଅବରୋଧ କରିଥିବା ଗଛ କାଟି ସଫା କରିଛନ୍ତି । ପବନର ବେଗ ଅଧିକ ଥିବାରୁ ଅନେକ ସ୍ଥାନରେ ବିଦ୍ୟୁତ ସରାବରାହ ବିଛିନ୍ନ ହୋଇଥିବା ସୂଚନା ମିଳିଛି ।
ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ