ETV Bharat / state

ନୀଳଗିରି ବାସୀଙ୍କ ନିଦ ହଜାଇଛି ଝାଡଖଣ୍ଡି ହାତୀ - jumbos

ନୀଳଗିରିରେ ଥମୁନି ଝାଡଖଣ୍ଡି ହାତୀଙ୍କ ଉପଦ୍ରବ । ନୀଳଗିରରେ ଲକ୍ଷାଧିକ ଟଙ୍କା ସମ୍ପତ୍ତି ନଷ୍ଟ । ଗାଁ ଲୋକେ ଭୟଭୀତ ।

ଫଟୋ ସୌଜନ୍ୟ: ସମ୍ବାଦଦାତା ବାଲେଶ୍ବର
author img

By

Published : Jun 16, 2019, 3:04 PM IST

ବାଲେଶ୍ବର: ଉତ୍ପାତ ହେଉଛନ୍ତି ହାତୀପଲ । ନଷ୍ଟ କରୁଛନ୍ତି ଲକ୍ଷଲକ୍ଷ ଟଙ୍କାର ସମ୍ପତି । ଜଙ୍ଗଲ ଛାଡି ମୁହାଁଉଛନ୍ତି ଗାଁ ଆଡକୁ । ତେବେ ବାଲେଶ୍ବର ଜିଲ୍ଲାର ନୀଳଗିରିରେ ଗତ କିଛିଦିନ ହେବ ଝାଡଖଣ୍ଡି ହାତୀଙ୍କ ଉପଦ୍ରବ ଥମିବାର ନାଁ ଧରୁନି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା ବାଲେଶ୍ବର

ଗତ 12 ତାରିଖରେ ଗୋପାଳପୁର ଜଙ୍ଗଲ ଦେଇ 35ଟି ଝାଡ଼ଖଣ୍ଡି ହାତୀପଲ ତିନିକୋଶିଆ ଜଙ୍ଗଲରେ ପଶିଛନ୍ତି । ସେଠାରେ ଗୋଟେ ଦିନ ରହିବାପରେ 13 ତାରିଖ ସନ୍ଧ୍ୟାରୁ ପୁଣି ଗାଁ ମୁହାଁ ହୋଇଛନ୍ତି ହାତୀପଲ ।

ଖବର ଅନୁଯାୟୀ, ଏହି ହାତୀପଲ ଜାମୁଡିହା ପଞ୍ଚାୟତ ଗୁଡିଶୂଳ ଗ୍ରାମରେ ପଶି 7 ଘର ଭାଙ୍ଗିଥିଲେ । ପୁଣି 15 ତାରିଖ ରାତି ତମାମ ଗରଡି ପଞ୍ଚାୟତ ବାଙ୍କୀସାହି ଗାଁରେ ହାତୀପଲ ଲୋକଙ୍କ ନିଦ ହଜାଇ ଦେଇଛନ୍ତି । ଗୋଟେ ଘର ଭାଙ୍ଗିବା ସହ ବହୁ ନଡ଼ିଆ ଗଛ ଓ ପଣସ ଗଛରୁ ପଣସ ନଷ୍ଟ କରିଛନ୍ତି ।

ତେବେ ଗତକାଲି ରାତିରେ ତିନିକୋଶିଆ ଜଙ୍ଗଲରୁ ବାହାରି କୁଳଡିହା ଜଙ୍ଗଲରେ ପଶିଛନ୍ତି ହାତୀପଲ । ବାଟରେ ଯିବାରାସ୍ତାରେ ତେଣ୍ଡା ଗାଁରେ ୯ଟି ଘର ଭାଙ୍ଗିବା ସହ ଅନେକ କ୍ଷତି କରିଥିବା ଜଣାପଡିଛି । ବନବିଭାଗକୁ ଭରସା କରି ପଡିଥିବା ଆଦିବାସୀ ଲୋକମାନେ ହାତୀଙ୍କ ଯୋଗୁଁ ଅନେକ କ୍ଷୟକ୍ଷତି ସହୁଥିବା ଜଣାପଡିଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:

EY

Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.