ବାଲେଶ୍ବର: ଆଜିଠୁ ଗଡ଼ିଲା ଜଳେଶ୍ୱର-ହାୱଡା ମେମୁ ଲୋକାଲ ଟ୍ରେନ। ବହୁଦିନର ପ୍ରତୀକ୍ଷା ପରେ କୋଭିଡ କଟକଣା ମଧ୍ୟରେ ଏହି ଟ୍ରେନ ଚାଲିବ। ଯାହାର ଶୁଭାରମ୍ଭ କରିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ।
ଜଳେଶ୍ବର ଷ୍ଟେସନରୁ ସକାଳ ୬ ଟା ୧୦ ରେ ଗାଡି ଛାଡିଥିଲା। ଏହି ଟ୍ରେନଟି ହାୱଡା ଷ୍ଟେସନରେ ୯ ଟା ୫୦ ରେ ପହଞ୍ଚିବ ବୋଲି ଜଣାପଡିଛି। ପ୍ରଥମ କରି ଜଳେଶ୍ବରରୁ ହାୱଡା ଅଭିମୁଖେ ୩୮ଜଣ ଯାତ୍ରୀ ଯାତ୍ରା କରିଥିବା ଜଣାପଡିଛି। ଯାତ୍ରୀ ମାନଙ୍କ ପାଇଁ କୋଭିଡ ନିୟମ ବାଧ୍ୟତାମୂଳକ ବୋଲି ସୂଚନା ଦିଆଯାଇଛି।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ