ETV Bharat / state

ଲକ୍ଷ୍ମଣନାଥ ଟୋଲଗେଟରୁ ଲକ୍ଷାଧିକ ଟଙ୍କାର କେନ୍ଦୁପତ୍ର ଜବତ, ଡ୍ରାଇଭର ଅଟକ

ଓଡ଼ିଶାରୁ ପଶ୍ଚିମବଙ୍ଗ ଲକ୍ଷାଧିକ ଟଙ୍କାର କେନ୍ଦୁପତ୍ର ଚୋରା ଚାଲାଣ ବେଳେ ଜବତ କଲା ବନ ବିଭାଗ । ଏହି ଘଟଣାରେ ଡ୍ରାଇଭରକୁ ଅଟକ ରଖି ତଦନ୍ତ ଚଳାଇଛି ବନ ବିଭାଗ । ଅଧିକ ପଢ଼ନ୍ତୁ...

author img

By

Published : Oct 8, 2021, 7:54 PM IST

ଲକ୍ଷାଧିକ ଟଙ୍କାର କେନ୍ଦୁପତ୍ର ଜବତ, ଡ୍ରାଇଭର ଅଟକ

ବାଲେଶ୍ବର: ଓଡ଼ିଶାରୁ ପଶ୍ଚିମବଙ୍ଗ ଲକ୍ଷାଧିକ ଟଙ୍କାର କେନ୍ଦୁପତ୍ର ଚୋରା ଚାଲାଣ ବେଳେ ଜବତ କଲା ବନ ବିଭାଗ । ଏହି ଘଟଣାରେ ଡ୍ରାଇଭରକୁ ଅଟକ ରଖି ତଦନ୍ତ ଚଳାଇଛି ବନ ବିଭାଗ । ଦୁଇଟି ପିକ୍‌ଅପ୍‌ ଭ୍ୟାନ ଯୋଗେ ଏହି କେନ୍ଦୁପତ୍ର ଚାଲାଣ ହେଉଥିବା ନେଇ କୌଣସି ସୂତ୍ରରୁ ବନ ବିଭାଗକୁ ଖବର ମିଳିଥିଲା ।

ଏହାକୁ ନେଇ ଲକ୍ଷ୍ମଣ ନାଥ ଟୋଲ୍‌ଗେଟ୍‌ ନିକଟରେ ଯାଞ୍ଚ ଚଳାଇଥିଲା ଜଳେଶ୍ୱର ବନବିଭାଗ । ଯାଞ୍ଚ ବେଳେ ଗୋଟିଏ ଭ୍ୟାନକୁ ଜବତ କରାଯାଇଥିବା ବେଳେ ଗୋଟିଏ ଭ୍ୟାନ ଚମ୍ପଟ ମାରିବାରେ ସକ୍ଷମ ହୋଇଥିଲା । ଜବତ ହୋଇଥିବା ପିକ୍‌ଅପ୍‌ ଭ୍ୟାନରୁ ବିପୁଳ ପରିମାଣରେ କେନ୍ଦୁପତ୍ର ଜବତ କରିଛି ଜଳେଶ୍ୱର ବନବିଭାଗ । ଏହି ମାମଲାରେ ଆଉ କେଉଁମାନଙ୍କ ସମ୍ପୃକ୍ତ ରହିଛି ତାହାକୁ ନେଇ ଅଧିକ ତଦନ୍ତ କରାଯିବ ।

ବର୍ତ୍ତମାନ ଅନ୍ୟ ଏକ ଭ୍ୟାନ୍‌ର ଖୋଜା ଚଳାଇଛି ଜଳେଶ୍ବର ବନ ବିଭାଗ । ଖୁବଶୀଘ୍ର ଅନ୍ୟ ଏକ ପିକ୍‌ଅପ୍‌ ଭ୍ୟାନର ପତ୍ତା ମିଳିବ ବୋଲି ଆଶା ରଖିଛି ବନ ବିଭାଗ ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.