ETV Bharat / state

ରୋଗୀଙ୍କ ଜୀବନ ସହ ଖେଳ, MRIରେ ହେଉଛି ଚଞ୍ଚକତା - IRREGULARITIES OF MRI

ବାଲେଶ୍ବର ମେଡିକାଲରେ ଅନିୟମିତତା ଅଭିଯୋଗ । MRI ସେଣ୍ଟର ଓ ଡାକ୍ତରଙ୍କ ମଧ୍ୟରେ ଭିତିରିଆ ବୁଝାମଣା ଚାଲିଥିବା ଅଭିଯୋଗ ହୋଇଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

IRREGULARITIES OF MRI
ରୋଗୀଙ୍କ ଜୀବନ ସହ ଖେଳ
author img

By

Published : Dec 19, 2019, 11:21 PM IST

ବାଲେଶ୍ବର: ଜିଲ୍ଲାରେ ସରକାରୀ ମେଡିକାଲ ପ୍ରତିଷ୍ଠା ପରେ ଆଶା ଥିଲା ଲୋକଙ୍କୁ ଉତ୍ତମ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ । ହେଲେ ଏଠି ରୋଗୀଙ୍କ ଜୀବନ ସହ ଚାଲିଛି ଖେଳ । ଏପରିକି MRI ସେଣ୍ଟର ସହ ଡାକ୍ତରଙ୍କ ସଲାସୁତୁରା ଚାଲିଥିବା ଅଭିଯୋଗ ହୋଇଛି ।

ରୋଗୀଙ୍କ ଜୀବନ ସହ ଖେଳ

ବାଲେଶ୍ବର ମେଡିକାଲରେ ରୋଗୀଙ୍କ ଜୀବନ ସହ ଖେଳ । MRIରେ ଚଞ୍ଚକତା ଅଭିଯୋଗ । ଡାକ୍ତର ପ୍ରେସ୍କ୍ରିପସନରେ MRI ପାଇଁ ଲେଖୁ ନାହାଁନ୍ତି, କିନ୍ତୁ MRI ଫର୍ମରେ MRI ପାଇଁ ଲେଖାଯାଇଛି । ଖାଲି ସେତିକି ନୁହେଁ ଡାକ୍ତରଙ୍କ ଦସ୍ତଖତ ଆଉ ଷ୍ଟାମ୍ପ ମଧ୍ୟ ରହୁଛି ଫର୍ମରେ । MRI ସେଣ୍ଟରରେ ମଧ୍ୟ ମହଜୁଦ ରହୁଛି ଡାକ୍ତରଙ୍କ ଷ୍ଟାମ୍ପ ଓ ଦସ୍ତଖତ । ଏକଥା ଆମେ କହୁନୁ ମେଡିକାଲରେ କାର୍ଯ୍ୟରତ ଥିବା ଏମଆରଆଇ କର୍ମଚାରୀ ହିଁ କହୁଛନ୍ତି ।

ଏହି ମେଡିକାଲକୁ ପ୍ରତ୍ୟେକ ଦିନ ଶହ ଶହ ରୋଗୀ ଆସୁଛନ୍ତି । ହେଲେ ତାଙ୍କ ଅଜାଣତରେ ଚାଲିଛି ସାଙ୍ଘାତିକ ଖେଳ । ଡାକ୍ତର ଓ MRI ସେଣ୍ଟର ମଧ୍ୟରେ ଭିତିରିଆ ସମ୍ପର୍କ ଥିବା ନେଇ ଅଭିଯୋଗ ହୋଇଛି । ଘଟଣା ସମ୍ପର୍କରେ ଜଣାପଡିବା ପରେ ଖୋଦ୍ ସିଡିଏମଓ ପହଞ୍ଚି , ଡକ୍ୟୁମେଣ୍ଟ ଯାଞ୍ଚ କରିବା ସହ ଘଟଣାର ତଦନ୍ତ ହେବ ବୋଲି କହିଛନ୍ତି । ଏପଟେ ମେଡିକାଲରେ ଏପରି ଅନିୟମିତତା ଯୋଗୁଁ ନାନା ହଇରାଣ ହରକତ ହେଉଛନ୍ତି ରୋଗୀ ।

ଏଠି ପ୍ରଶ୍ନ ଉଠୁଛି, ଯଦି ଡାକ୍ତର ପ୍ରେସ୍କ୍ରିପସନରେ MRI ପାଇଁ ଲେଖୁ ନାହାନ୍ତି ତେବେ ତାଙ୍କ ଦସ୍ତଖତ ପୁଣି ଏମଆରଆଇ ଫର୍ମରେ କେମିତି ରହୁଛି। ଡାକ୍ତର ଓ ଏମଆରଆଇ ସେଣ୍ଟରର କିଛି ଭିତିରି ସମ୍ପର୍କ ରହିଛି କି ? ତଦନ୍ତ ପରେ ହିଁ ପ୍ରକୃତ ସତ୍ୟ ସାମ୍ନାକୁ ଆସିବ ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:ବାଲେଶ୍ଵର ମେଡିକାଲର ସମସ୍ତ ସୁବିଧା ଉପଲବ୍ଧ ହେବା ପରେ ବି ରୋଗୀ ଅସୁବିଧାରେ ପଡୁଥିବା ଦେଖିବାକୁ ମିଳିଛି। ରୋଗୀଙ୍କ ସମସ୍ୟା ଦୂର କରିବାକୁ ଥିବା ମେଡିକାଲ ପ୍ରଶାସନ ଓଲଟା ଦୋଷ ଲଦୁଥିବା ଅଭିଯୋଗ ହୋଇଛି।
ବାଲେଶ୍ଵରରେ ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା ପରେ ରୋଗୀମାନଙ୍କ ପାଇଁ ବ୍ୟାପକ ସୁବିଧା ସୁଯୋଗର ବନ୍ଦୋବସ୍ତ କରାଯାଇଛି। ଯେଉଁଥିରେ ରୋଗୀମାନେ ନିଜ ରୋଗର ସଠିକ ନିରୂପଣ କରାଇ ଉପଯୁକ୍ତ ସ୍ବାସ୍ଥ୍ୟସେବା ପାଇ ପାରିବେ। ମାତ୍ର ରୋଗୀ ଓ ସେମାନଙ୍କୁ ମିଳୁଥିବା ସେବା ଭିତରେ କେହି ବାଧକ ହୋଇ ଛିଡା ହୋଇଥିବା ଜଣାପଡୁଛି। ମେଡିକାଲରେ ମାଗଣା ଏମଆରଆଇ ସ୍କାନ କରାଯାଉଥିବା ବେଳେ ରୋଗୀମାନେ ସେଥିରୁ ବଞ୍ଚିତ ହେଉଥିବା ଅଭିଯୋଗ ହୋଇଛି। ଅନ୍ୟପଟେ ଏମଆରଆଇ ସେଣ୍ଟରରେ ଅନିୟମିତତା କରାଯାଇ ବ୍ୟାପକ ଟଙ୍କା କାରବାର ହେଉଥିବା ଅଭିଯୋଗ ହୋଇଛି। ଏମିତି ଏକ ଘଟଣା ଯାହା ମେଡିକାଲ ପ୍ରଶାସନର କାର୍ଯ୍ୟଦକ୍ଷତା ଉପରେ ଆଙ୍ଗୁଳି ନିର୍ଦ୍ଦେଶ କରିଛି।
ଆଜି କିଛି ରୋଗୀ ଏମଆରଆଇ କରିବା ପାଇଁ ସେଣ୍ଟର ଆଗରେ ଥିବା ବେଳେ ସିଡିଏମଓ ସେଠାରେ ପହଞ୍ଚି ସେମାନଙ୍କ ଫର୍ମରେ ତଦନ୍ତ ପାଇଁ ଲେଖିଦେଇଥିଲେ। ଏହାପରେ ସେଣ୍ଟର ଦାୟିତ୍ୱରେ ଥିବା କର୍ମଚାରୀ ସେମାନଙ୍କର ଏମଆରଆଇ ହୋଇ ପାରିବ ନାହିଁ ବୋଲି କହି ସେମାନଙ୍କୁ ଫେରାଇ ଦେଇଥିଲେ। ଏହାର କାରଣ ଜାଣିବା ପାଇଁ ଆମେ ରୋଗୀଙ୍କୁ ଭେଟି ସେମାନଙ୍କ ପ୍ରେସ୍କିପସନ ଓ ଫର୍ମ ଦେଖିଥିଲୁ। ପ୍ରେସ୍କିପସନରେ ଏମଆରଆଇ କରିବା ପାଇଁ ଲେଖା ନଥିବା ବେଳେ ଫର୍ମରେ ଏମଆରଆଇ ପାଇଁ ଲେଖା ହୋଇଥିବାରୁ ସିଡ଼ିଏମଓ ନାଲି ଗାର ବୁଲାଇ ଦେଇଥିବା ରୋଗୀମାନେ କହିଥିଲେ। ଯେଉଁଥିପାଇଁ ରୋଗୀମାନଙ୍କୁ ବାରମ୍ବାର ଏପଟ ସେପଟ ଦୌଡ଼ିବାକୁ ପଡୁଛି। ସିଡିଏମଓ କାହିଁକି ଏମିତି ନାଲିଗାର ବୁଲାଇ ଦେଲେ ବୋଲି ପଚାରିବାରୁ ସିଡ଼ିଏମଓ ବାନାର୍ଜୀ ପ୍ରସାଦ ଛୋଟରାୟ ଓଲଟି ସାମ୍ବାଦିକମାନଙ୍କ ଉପରେ ନାଲି ଆଖି ଦେଖାଇଥିଲେ। ଏ ସମ୍ପର୍କରେ ବିଶ୍ୱସ୍ଥ ସୂତ୍ରରୁ ଖବର ନେବାପରେ, ପ୍ରତିଦିନ ଏମଆରଆଇ କରିବା ପାଇଁ ଆସୁଥିବା ରୋଗୀଙ୍କ ସଂଖ୍ୟା ଠାରୁ ଅଧିକ ସଂଖ୍ୟା ଦର୍ଶା ଯାଉଥିବା ଅଭିଯୋଗ ଉଠିଥିଲା। ଡାକ୍ତର ଏମଆରଆଇ କରିବା ପାଇଁ ପ୍ରେସ୍କିପସନରେ ଲେଖୁ ନଥିବା ବେଳେ ରୋଗୀମାନେ କେମିତି ଏମଆରଆଇ ଫର୍ମ ନେଇ ସେଣ୍ଟର ପାଖକୁ ଯାଉଛନ୍ତି। ଯାହା ବର୍ତ୍ତମାନ ସବୁଠୁ ବଡ଼ ପ୍ରଶ୍ନ। ସବୁଠୁ ଆଶ୍ଚର୍ଯ୍ୟ କଥା ହେଉଛି ଡାକ୍ତରଙ୍କ ଦସ୍ତଖତ ଓ ଷ୍ଟାମ୍ପ ମଧ୍ୟ ଏମଆରଆଇ ଫର୍ମରେ ରହୁଛି। ଏଠି ପ୍ରଶ୍ନ ଉଠୁଛି ଯେ, ଯଦି ଡାକ୍ତର ପ୍ରେସ୍କିପସନରେ ଏମଆରଆଇ ପାଇଁ ଲେଖୁ ନାହାନ୍ତି ତେବେ ତାଙ୍କ ଦସ୍ତଖତ ପୁଣି ଏମଆରଆଇ ଫର୍ମରେ କେମିତି ରହୁଛି। ଡାକ୍ତର ଓ ଏମଆରଆଇ ସେଣ୍ଟରର କିଛି ଭିତିରି ସମ୍ପର୍କ ରହିଛି କି ଯାହାକୁ ନେଇ ସମସ୍ତଙ୍କ ମନରେ ପ୍ରଶ୍ନ ଉଙ୍କି ମାରିଛି। ପରୋକ୍ଷରେ ସିଡିଏମଓ ଏହି ଘଟଣାର ତଦନ୍ତ ଚାଲିଛି ବୋଲି କହିଥିବା ବେଳେ ଡାକ୍ତରଙ୍କ ଦସ୍ତଖତ ଥିବା ଫର୍ମ ଦେଖି ଏମଆରଆଇ କରାଯାଉଛି ବୋଲି ଏମଆରଆଇ କର୍ମଚାରୀ ପ୍ରତିକ୍ରିୟା ଦେଇଛନ୍ତି।
ଏମିତି ଘଟଣା ଏବେ ବାଲେଶ୍ଵରରେ ଚର୍ଚ୍ଚା ହେଉଥିବା ବେଳେ ମେଡିକାଲ ଭିତରେ ଏବେ ଦଲାଲ ସକ୍ରିୟ ରହିଥିବା ଜଣାପଡିଛି। ତେବେ ଏମିତି ଘଟଣା ପ୍ରତିଦିନ ଘଟୁଥିବା ବେଳେ ବାସ୍ତବିକ ରାଗୀମାନେ ଅସୁବିଧା ଭୋଗୁଛନ୍ତି।
ବାଇଟ1- ମହମ୍ମଦ ୟାସୀନ(ରୋଗୀଙ୍କ ସମ୍ପର୍କୀୟ)
ବାଇଟ2- ନିଶିକାନ୍ତ ମଲ୍ଲିକ(ଏମଆରଆଇ କର୍ମଚାରୀ)
ଭିଯୁଆଲ- ସିଡ଼ିଏମଓଙ୍କ ନାଲି ଆଖିConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.