ETV Bharat / state

ମେଲାଣି ନେଲେ ମା' ଦୁର୍ଗା, ବାଲେଶ୍ବରରେ ଭସାଣି ଉତ୍ସବ ଶେଷ

ସରିଛି ଦଶହରା ପୂଜା । ମେଲାଣି ନେଇଛନ୍ତି ମା' ଦୂର୍ଗା । ବାଲେଶ୍ବର ଜିଲ୍ଲାରେ କୋଭିଡ଼ କଟକଣା ସହିତ ମା' ଦୁର୍ଗାଙ୍କ ଭସାଣି ଉତ୍ସବ ଅନୁଷ୍ଠିତ ହୋଇଛି । ଅଧିକ ପଢନ୍ତୁ...

ମେଲାଣି ନେଲେ ମା' ଦୁର୍ଗା, ବାଲେଶ୍ବରରେ ଭସାଣି ଉତ୍ସବ ଶେଷ
ମେଲାଣି ନେଲେ ମା' ଦୁର୍ଗା, ବାଲେଶ୍ବରରେ ଭସାଣି ଉତ୍ସବ ଶେଷ
author img

By

Published : Oct 16, 2021, 6:11 PM IST

ବାଲେଶ୍ବର: ଧରାପୃଷ୍ଠରୁ ମେଲାଣି ନେଇଛନ୍ତି ମା' ଦୁର୍ଗା । ସମସ୍ତ ରୀତିନୀତିରେ ମା'ଙ୍କ ଆବାହନ କରାଯାଇଥିବା ବେଳେ ଆଜି(ଶନିବାର) ଭକ୍ତ ଦେଇଛି ମା'ଙ୍କୁ ମେଲାଣି । ବାଲେଶ୍ଵରର 50ଟି ସ୍ଥାନରେ ହୋଇଥିବା ସାର୍ବଜନୀନ ପୂଜା ପେଣ୍ଡାଲରୁ ମା'ଙ୍କୁ ନେଇ ବାଲିଘାଟଠାରେ ହୋଇଥିବା ଅସ୍ଥାୟୀ ପୋଖରୀରେ ବିସର୍ଜନ କରାଯାଇଛି ।

ମେଲାଣି ନେଲେ ମା' ଦୁର୍ଗା, ବାଲେଶ୍ବରରେ ଭସାଣି ଉତ୍ସବ ଶେଷ

ଏହାସହ ଅନେକ ଘରୋଇ ପୂଜାରେ ମଧ୍ୟ ମା'ଙ୍କୁ ନଦୀରେ ବିସର୍ଜନ କରାଯାଇଛି । ଚଳିତ ବର୍ଷ କୋଭିଡ଼ କଟକଣା ଭିତରେ ପୂଜା ଅନୁଷ୍ଠିତ ହୋଇଥିଲା । ପୂଜା ମଣ୍ଡପଗୁଡ଼ିକୁ ଭକ୍ତଙ୍କ ପ୍ରବେଶ ଉପରେ ବାରଣ କରାଯାଇଥିଲା । ଭକ୍ତମାନେ ଘରେ ବସି ଟେଲିଭିଜନରେ ମା'ଙ୍କ ପୂଜାର୍ଚ୍ଚନା ଦେଖିଥିଲେ । ସଂକ୍ରମଣ ଭୟ ଯୋଗୁଁ ରାଜ୍ୟ ସରକାର ଏପରି ନିଷ୍ପତ୍ତି ନେଇଥିଲେ ।

ସେପଟେ ଭସାଣି ପାଇଁ ସରକାର କଟକଣା ଲଗାଇଥିଲେ ମଧ୍ୟ ସହରରେ ସାମାନ୍ୟ ଭିଡ଼ ପରିଲକ୍ଷିତ ହୋଇଛି । ରୀତିନୀତି ଅନୁଯାୟୀ ଜିଲ୍ଲାରେ ଭସାଣି ଉତ୍ସବ ଶେଷ ହୋଇଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.