ETV Bharat / state

ନିୟମକୁ ଫୁ, ବେଆଇନ ଭାବେ ଚାଲିଛି ବାଲି ଚାଲାଣ - SAND TRANSPORT

ଗ୍ରୀନ ଟ୍ରିବ୍ୟୁନାଲ ନିୟମକୁ ଖୋଲାଖୋଲି ଭାବେ ଉଲ୍ଲଙ୍ଘନ କରୁଛନ୍ତି ବାଲି ମାଫିଆ । ସେପଟେ ସବୁ ଜାଣି ପ୍ରଶାସନ ଚୁପ୍ ବସିିଥିବା ଅଭିଯୋଗ ହୋଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର
author img

By

Published : Jul 7, 2019, 9:09 AM IST

ବାଲେଶ୍ୱର: ଗ୍ରୀନ ଟ୍ରିବ୍ୟୁନାଲ ନିୟମକୁ ଖୋଲାଖୋଲି ଭାବେ ଉଲ୍ଲଙ୍ଘନ ହେଉଥିବା ଦେଖିବାକୁ ମିଳିଛି । ଜଳେଶ୍ବର ସୁବର୍ଣ୍ଣରେଖା ନଦୀ ପଠାରୁ ବେଆଇନ ଭାବେ ବାଲି ଚାଲାଣ କରି ବାଲି ମାଫିଆ ମାଲାମାଲ ହେଉଛନ୍ତି ।

ମାଇନିଂ ସହିତ ପରିବେଶ ଓ ଗ୍ରୀନ ଟ୍ରିବ୍ୟୁନାଲ ନିୟମ ଅନୁଯାୟୀ ବାଲି ସୈରାତରୁ ମେସିନ ସାହାଯ୍ୟରେ କୌଣସି ପରିସ୍ଥିତିରେ ବାଲି ଉଠାଣ ହୋଇପାରିବ ନାହିଁ । ଏପରିକି ପାଣି ଭିତରୁ ବାଲି ଉଠାଯାଇ ପାରିବ ନାହିଁ । ଓଭର ଲୋଡିଂ ବାଲି କିମ୍ବା ବିନା ପାଲରେ ବାଲି ପରିବହନ ହୋଇପାରିବ ନାହିଁ । ମାତ୍ର ଏସବୁ ନିୟମକୁ ଖୋଲାଖୋଲି ଉଲଙ୍ଘନ କରାଯାଉଥିବାବେଳେ ପ୍ରଶାସନ ନିଦ୍ରାରେ ଶୋଇଥିବା ଅଭିଯୋଗ ହୋଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ସେହିପରି ବାଲି ନେବା ପାଇଁ ଆସୁଥିବା ଡମ୍ଫର ଗୁଡିକ ବାଲି ସୈରାତ ଭିତରକୁ ପଶି ନପାରି ରାସ୍ତା ଉପରେ ଘଣ୍ଟାଘଣ୍ଟା ଧରି ଛିଡା ହେଉଛି । ଫଳରେ ରାସ୍ତା ଜାମ ହୋଇ ଦୁର୍ଘଟଣା ଘଟୁଛି । ଅନେକ ଥର ପରିବେଶ ବିଭାଗ ତଦନ୍ତ କରିବାକୁ ଆସିଥିଲେ ମଧ୍ୟ ନିୟମକୁ ଫୁ କରି ବାଲି ଚାଲାଣ ହେଉଥିବା ଦେଖିବାକୁ ମିଳୁଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:ବାଲେଶ୍ୱର ଜିଲ୍ଲା ଜଳେଶ୍ବର ସୁବର୍ଣ୍ଣରେଖା ନଦୀ ପଠାରୁ ବେଆଇନ ଭାବେ ବାଲି ଚାଲାଣ ହେଉଥିବା ଅଭିଯୋଗ ହୋଇଛି। ଏମିତିକି ଗ୍ରୀନ ଟ୍ରିବ୍ୟୁନାଲର ନିୟମକୁ ମଧ୍ୟ ଖୋଲାଖୋଲି ଉଲଙ୍ଘନ କରି ବାଲି ମାଫିଆମାନେ ମାଲେମାଲ ହେଉଥିବା ଜଣାପଡିଛି।

Body:ମାଇନିଂ ସହିତ ପରିବେଶ ଓ ଗ୍ରୀନ
ଟ୍ରିବ୍ୟୁନାଲ ନିୟମ ଅନୁଯାୟୀ ବାଲି ସୈରାତରୁ ମେସିନ ସାହାଯ୍ୟ ରେ କୌଣସି ପରିସ୍ଥିତିରେ ବାଲି ଉଠାଣ ହୋଇପାରିବନାହିଁ, ପାଣି ଭିତରୁ ବାଲି ଉଠାଯାଇ ପାରିବନାହିଁ, ଓଭର ଲୋଡିଙ୍ଗ ବାଲି କିମ୍ବା ବିନା ପାଲରେ ବାଲି ପରିବହନ ହୋଇପାରିବନି। ମାତ୍ର ଏସବୁ ନିୟମକୁ ଖୋଲାଖୋଲି ଉଲଙ୍ଘନ କରାଯାଉଥିବା ବେଳେ ପ୍ରଶାସନ ନିଦ୍ରାରେ ଶୋଇଥିବା ଅଭିଯୋଗ ହୋଇଛି।
Conclusion:
ଏହାଛଡା ବାଲି ନେବାପାଇଁ ଆସୁଥିବା ଡମ୍ପର ଗୁଡିକ ବାଲି ସୈରାତ ଭିତରକୁ ପଶି ନପାରି ରାସ୍ତା ଉପରେ ଘଣ୍ଟାଘଣ୍ଟା ଛିଡା ହେଉଥିବାରୁ ରାସ୍ତା ଜାମର ପ୍ରମୁଖ କାରଣ ସାଜୁଛି। ଅନେକ ବାଲି ବେପାରିମାନେ ରାସ୍ତାକୁ ଲଗାଇ ଓଦା ବାଲି ଗଦା ମାରୁଥିବାରୁ ତାହା ପଥିକଙ୍କ ପାଇଁ ଅସୁବିଧାର କାରଣ ପାଲଟୁଛି। ଅନେକ ଥର ପରିବେଶ ବିଭାଗ ତଦନ୍ତ କରିବାକୁ ଆସିଥିଲେ ମଧ୍ୟ ଯେମିତି କୁ ସେମିତି ନିୟମ କାନୁନ ବେକରେ ଗୋଡ଼ ଦେଇ ବାଲି ଚାଲାଣ ହେଉଛି।

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.