ETV Bharat / state

ପ୍ରତାରଣା ଦେଲା ସ୍ବାମୀ, ସାତ ମାସର ସନ୍ତାନକୁ ଧରି ଥାନାରେ ସ୍ତ୍ରୀ

ପ୍ରେମ, ବିବାହ ଓ ପ୍ରତାରଣା । ପ୍ରଥମେ ପ୍ରେମିକ ତା ପରେ ସାଜିଲେ ସ୍ବାମୀ ଆଉ ଏବେ ପ୍ରତାରକ । ସୂଦୁର ହାଇଦ୍ରାବାଦରେ ପ୍ରେମ ବିବାହ କରି ଏବେ ଗାଁରେ ପ୍ରତାରଣା ଦେଲେ ।

author img

By

Published : May 12, 2019, 1:03 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ବାଲେଶ୍ବର: ପ୍ରେମ, ବିବାହ ଓ ପ୍ରତାରଣା । ପ୍ରଥମେ ପ୍ରେମିକ ତା ପରେ ସାଜିଲେ ସ୍ବାମୀ ଆଉ ଏବେ ପ୍ରତାରକ । ସୂଦୁର ହାଇଦ୍ରାବାଦରେ ପ୍ରେମ ବିବାହ କରି ଏବେ ଗାଁରେ ପ୍ରତାରଣା ଦେଲେ । ବାପା, ମା ସହିତ ମିଶି ସାତଜନମ ପାଇଁ ସାଥୀ କରିଥିବା ପ୍ରେମିକାକୁ ସାତପର କଲେ ।

ପ୍ରେମର ସନ୍ତକ ଭାବେ ସନ୍ତାନ ଜନ୍ମ ପରେ ଛୁ ମାରିଲା ସ୍ବାମୀ । ସାତ ମାସର ସନ୍ତାନକୁ ଧରି ଥାନାର ଦ୍ବାରସ୍ଥ ହୋଇଛନ୍ତି ପୀଡିତା । ଏପରି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ଜଳେଶ୍ବର ଅଞ୍ଚଳରେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ସୂଚନା ଅନୁଯାୟୀ, ଜଳେଶ୍ବର ଥାନା ଶିଖରପୁର ଅଞ୍ଚଳର ବେଲବାରିଆ ଗାଁର ବୁଦ୍ଧଦେବ ସେନାପତି ଓ ଭଦ୍ରକର ମାମିନା ସେଠୀ ହାଇଦ୍ରାବାଦରେ ପ୍ରେମ ବିବାହ କରିଥିଲେ । ପ୍ରଥମେ କିଛି ଦିନ ହସଖୁସିରେ ଚାଲିଥିଲା ସଂସାର । ପରେ ସେମାନଙ୍କର ଏକ ଶିଶୁ ପୁତ୍ର ଜନ୍ମ ହୋଇଥିଲା । ହେଲେ ତାପରେ ଏହି ସଂସାରକୁ କାହାର ଯେପରି ନଜର ଲାଗିଥିଲା । ସ୍ତ୍ରୀ ଓ ପୁତ୍ରକୁ ଛାଡି ଗାଁକୁ ଲୁଚି ପଳାଇ ଆସିଥିଲା ସ୍ବାମୀ ବୁଦ୍ଧଦେବ ।

ସେପଟେ ସ୍ବାମୀକୁ ଖୋଜି ଖୋଜି ବେଲବାରିଆ ଗାଁରେ ପହଞ୍ଚିଥିଲା ବିଚରା ସ୍ତ୍ରୀ ମାମିନା । ତେବେ ଭାଗ୍ୟର ବିଡମ୍ବନାରୁ ବେଲବାରିଆରେ ମାମିନାକୁ ଆଶ୍ରୟ ବଦଳରେ ମିଳିଲା ନିର୍ଯାତନା ଓ ଧିକ୍କାର । ସ୍ୱାମୀ, ଶ୍ୱଶୁର ଓ ଶାଶୁଙ୍କ ସହିତ ଗ୍ରାମର ଜଣେ ଭଦ୍ର ବ୍ୟକ୍ତି ତାଙ୍କୁ ମରାମରି କରିବା ସହ ଘରୁ ତଡିଦେଲେ । ସେଠୁ ନିରାଶ ହେବା ପରେ ନ୍ୟାୟ ପାଇଁ ଜଳେଶ୍ବର ଥାନାରେ ମହିଳା ଜଣଙ୍କ ତିନିଦିନ ହେବ ଦ୍ୱାରସ୍ଥ ହୋଇ ଏପରି ଅଭିଯୋଗ କରିଛନ୍ତି ।

ତେବେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ ଥାନାରୁ ମହିଳା ଜଣଙ୍କ ହଟିବେ ନାହିଁ ବୋଲି କହୁଥିବାବେଳେ ସେପଟେ ପୋଲିସ ବୃଦ୍ଧଦେବଙ୍କୁ ଥାନାରେ ପଚରାଉଚରା କରୁଥିବା ସୂଚନା ମିଳିଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ସ୍ଲଗ- ହାଇଦ୍ରାବାଦରେ ପ୍ରେମ ବିବାହ କରି ଧୋକା ଦେଲା ସ୍ୱାମୀ। 7ମାସର ପୁଅକୁ ଧରି ସ୍ତ୍ରୀ ଥାନାରେ ଦ୍ୱାରସ୍ଥ।
ଫର୍ମାଟ- ଏଭିଓ
ରିପୋର୍ଟ- ଜୀବନ ଜ୍ୟୋତି ନାୟକ/ ବାଲେଶ୍ୱର
ତା- 12/05/2019
ଆଙ୍କର-  ପ୍ରେମ ଓ ପରେ  ବିବାହ , ତାପରେ ପ୍ରେମିକ ସ୍ଵାମୀ  ଫେରାର ୲ ପ୍ରେମ ର କରୁଣ ପରିଣତି ପାଇଁ ଭାଙ୍ଗି ଗଲା ଏକ ହସଖୁସିର ସଂସାର । ବାପ କୁ  ପୁଅ ଚିନ୍ହିବା ଆଗରୁ ଧୋକା ଦେଇ ଛାଡି ଚାଲିଗଲା ବାପା।  ଅସହାୟ  ମାଆ  ନିଜର ଓ  ଶିଶୁ ପୁତ୍ରର  ଅଧିକାର ଓ ସୁରକ୍ଷା  ଦାବି କରି  ଥାନା ପରିସରରେ  ତିନି ଦିନ ଧରି  ନ୍ୟାୟ ଆଶାରେ  ପଡି ରହିଛି ୲  ଅସହାୟ  ମାଆ ଓ ଶିଶୁ ପୁତ୍ରର ଠିକଣା ସାଜିଛି ଜଳେଶ୍ୱର ଥାନାର ଅଭ୍ୟର୍ଥନା ଗୃହ।
ପ୍ରେମ ବିବାହରେ  ବିଫଳତା  ଓ  ଏହାର ଅନ୍ତରାଳରେ  ମହିଳା  ଓ  ଶିଶୁ ନିର୍ଯାତନା  ଆଜିର  ସମାଜ ପାଇଁ ଏକ କଳଂକ ଓ  ସମାଜିକ ବ୍ୟାଧି ପାଲଟିଛି ୲ ଏପରି ଏକ ଘଟଣା ଘଟିଛି ବାଳେଶ୍ୱର ଜିଲ୍ଲା  ଜଳେଶ୍ବର ଥାନା ଶିଖର ପୂର ଅଞ୍ଚଳର ବେଲବାରିଆ ଗାଁଆ ରେ ୲ 
ଅଭିଯୋଗ ଅନୁସାରେ, ଗ୍ରାମର ପ୍ରିୟନାଥ ସେନାପତି ଙ୍କ ପୁଅ ବୁଦ୍ଧ ଦେବ ଓ ଭଦ୍ରକ ଅଞ୍ଚଳର  ମାମିନା ସେଠି   ହାଇଦ୍ରାବାଦ ରେ  ପ୍ରେମ ବିବାହ କରିଥିଲେ। ପରେ ଏକ ଶିଶୁ ପୁତ୍ର ଜନ୍ମ ହେବା ପରେ ,  ନିଜ  ସ୍ତ୍ରୀ  ଓ  ଶିଶୁ ପୁତ୍ର କୁ  ଛାଡି  ଗାଁଆ କୁ ଲୁଚି ପଳାଇ ଆସିଥିଲା  ବୁଦ୍ଧଦେଵ ୲  ବିଚରା  ମାଆ ଓ  ପୁଅ  ସ୍ଵାମୀ ଓ  ବାପା କୁ  ଖୋଜି ଖୋଜି  ବେଲ ବାରିଆ ଗାଁ ରେ  ପହଁଚି ଥିଲେ। ତେବେ ଭାଗ୍ୟର ବିଡ଼ମ୍ବନା ଏମିତି ଯେ  ଆଶ୍ରୟ ବଦଳରେ  ମିଳିଲା ନିର୍ଯାତନା ଓ ଧିକ୍କାର। ଖୁଦ ସ୍ୱାମୀ, ଶ୍ୱଶୁର,ଶାଶୁ  ସହିତ  ଗ୍ରାମର ଜଣେ ଭଦ୍ର ବ୍ୟକ୍ତି ପିଟା ମରା କରି ଘରୁ ତଡି ଦେଇଥିବା ଅଭିଯୋଗ ହୋଇଛି। ସେଠୁ   ନିରାଶ ହେବା ପରେ ନ୍ୟାୟ ପାଇଁ ଜଳେଶ୍ବର ଥାନାରେ ମହିଳା ଦ୍ୱାରସ୍ଥ ହୋଇଛନ୍ତି। ହେଲେ ଘଟଣାକୁ   ତିନି ଦିନ ବିତି ଯାଇଥିଲେ ମଧ୍ୟ  ପୋଲିସ  ନୀରବ ୲  ଥାନାର ମହିଳା ଓ ଶିଶୁ ବିଭାଗ  ଗ୍ରୁହ ରେ  ତିନି ଦିନ ଧରି  ଏକ  ସାତ ମାସର  ଶିଶୁ ପୁତ୍ର ର  କାନ୍ଦଣା  ସମସ୍ତଙ୍କୁ  ଅଥୟ କରିଛି ୲  ତା  ସହିତ  ଜଣେ ଅସହାୟ  ମାଆ ର  କରୁଣ  ନିବେଦନ  ପିଲାଟିକୁ ତା ବାପର ପରିଚୟ  ଦେବାକୁ ଯାଇ ହେବାକୁ ପଢ଼ଛି ହୀନସ୍ଥା ୲   ଜଳେଶ୍ବର ଥାନା ରେ   ଲିକ୍ଷିତ ଅଭିଯୋଗ ପରେ ମଧ୍ୟ  ନ୍ୟାୟ ମିଳି ନଥିବାରୁ  ନ୍ୟାୟ ମିଳିବା ଯାଏ  ଅପେକ୍ଷା କରିବେ  ବୋଲି ମାମିନା ଓ  ତାର  ମାଆ କହିଛନ୍ତି ୲ ତେବେ ଏ ବାବଦରେ ଜଳେଶ୍ବର ପୋଲିସର 
ପ୍ରତିକ୍ରିୟା  ମିଳି ପାରିନାହିଁ ୲
ବାଇଟ -ମାମିନା ସେଠୀ ଓରଫ ସେନାପତି ୲
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.