ETV Bharat / state

ବାହାନଗା ସ୍କୁଲ ଭଙ୍ଗାଯିବା ଘଟଣା: ଖୁବଶୀଘ୍ର ନିଷ୍ପତ୍ତି ନେବ ଗଣଶିକ୍ଷା ବିଭାଗ - balasore train accident

ବାହାନଗା ସ୍କୁଲ ଭଙ୍ଗାଇବା ଘଟଣାରେ ଗଣଶିକ୍ଷା ବିଭାଗ ପକ୍ଷରୁ ଖୁବଶୀଘ୍ର ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ଏସ ଅଶ୍ୱଥୀ । ଏହାସହ ଚାପଗ୍ରସ୍ତ ଥିବା ପିଲାଙ୍କ ପାଇଁ ବିଭାଗ ପକ୍ଷରୁ ସାଇକୋ କାଉନସେଲିଂ ଟିମ୍ ପଠାଯିବ ବୋଲି କହିଛନ୍ତି ସଚିବ । ଅଧିକ ପଢନ୍ତୁ

ସ୍କୁଲ ଭଙ୍ଗାଯିବା ଘଟଣାରେ ଖୁବଶୀଘ୍ର ନିଷ୍ପତ୍ତି

author img

By

Published : Jun 8, 2023, 8:21 PM IST

ସ୍କୁଲ ଭଙ୍ଗାଯିବା ଘଟଣାରେ ଖୁବଶୀଘ୍ର ନିଷ୍ପତ୍ତି

ବାଲେଶ୍ବର: ବାହାନଗା ସ୍କୁଲ୍ ଭାଙ୍ଗିବା ନେଇ ଖୁବଶୀଘ୍ର ନିଷ୍ପତି ନେବ ଗଣଶିକ୍ଷା ବିଭାଗ । ଲଗାତର ଦୁଇ ଦିନ ଧରି 2ଟି କମିଟି ବିଦ୍ୟାଳୟକୁ ଯାଇ ଯାଞ୍ଚ କରିଛନ୍ତି । ଏହି ଟିମ୍‌ରେ ଉପରିସ୍ଥ ଅଧିକାରୀଙ୍କ ସମେତ ସ୍ଥାନୀୟ ଜିଲ୍ଲାପାଳ ମଧ୍ୟ ସାମିଲ ରହିଛନ୍ତି । ଗଣଶିକ୍ଷା ସଚିବ କହିଛନ୍ତି ଯେ, ଅନେକ ଛାତ୍ରଛାତ୍ରୀ ଚିନ୍ତାରେ ଥିବା ଜାଣିବାକୁ ମିଳିଛି । ତେଣୁ ପ୍ରଥମେ ସ୍ଥାନୀୟ ଅଭିଭାବକ, ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କୁ କାଉନସେଲିଂ କରାଯିବ। ବିଭାଗ ପକ୍ଷରୁ ସାଇକୋ କାଉନସେଲିଂ ପାଇଁ ଏକ ଟିମ୍ ପଠାଯିବ ବୋଲି କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ଏସ ଅଶ୍ୱଥୀ ।

ସ୍କୁଲ ଭାଙ୍ଗିବା ସମ୍ପର୍କରେ ସେପରି କୌଣସି ନିଷ୍ପତି ହୋଇନି । କମିଟି ରିପୋର୍ଟ ଆଧାରରେ ଖୁବଶୀଘ୍ର ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ଏସ ଅଶ୍ୱଥୀ । ଏହାସହ ଶିକ୍ଷା ଭିତ୍ତିଭୂମି ଦୃଷ୍ଟିରୁ ରାଜ୍ୟରେ ସ୍କୁଲ ସଂଖ୍ୟା ବଢାଯିବ । 106ଟି ସ୍କୁଲ୍‌ରେ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ଅନେକ ସ୍କୁଲ୍‌ରେ ଆଡମିଶନ ପାଇଁ ବିଭାଗକୁ ଜଣାଇ ଦିଆଯାଇଛି । ତେବେ ଏହି ସମସ୍ତ ସ୍କୁଲ୍‌ର ସମୀକ୍ଷା ପରେ ପଦକ୍ଷେପ ନିଆଯିବ । ଆଗକୁ ଏହି ନମ୍ବର ବଢିପାରେ ବୋଲି କହିଛନ୍ତି ସଚିବ । ଅନ୍ୟପଟେ ଧନ୍ଦାମୂଳକ ଶିକ୍ଷାକୁ ବର୍ତ୍ତମାନ ଅଧିକ ଗୁରୁତ୍ଵ ଦିଆଯାଉଥିବା ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ପ୍ରକାଶ କରିଛନ୍ତି ।

ବର୍ତ୍ତମାନ ଗୋଟିଏ ରାଉଣ୍ଡର ବୈଠକ ଟ୍ରେନିଂ ଶେଷ ହୋଇଥିବାବେଳେ ଏଥିରେ କଲେଜର ଅଧ୍ୟକ୍ଷ ଏବଂ ବରିଷ୍ଠ ଅଧ୍ୟାପକମାନେ ଭାଗ ନେଇଛନ୍ତି । ଭୋପାଳରେ ଥିବା ଭୋକେସନାଲ କଲେଜ ସହିତ ବିଭାଗ ମଧ୍ୟରେ କୋଲାବରେସନ ହୋଇଛି । ଯାହା ଫଳରେ ଆଗାମୀ ଦିନରେ ଅଧିକରୁ ଅଧିକ ଛାତ୍ରଛାତ୍ରୀ କିପରି ଆଡମିଶନ ନେଇପାରିବେ ସେଥିପାଇଁ ପଦକ୍ଷେପ ନିଆଯାଉଥିବା ସେ କହିଛନ୍ତି ।

ଅପରପକ୍ଷେ, ବାହାନଗା ଟ୍ରେନ୍‌ ଦୁର୍ଘଟଣା ଆଜକୁ 7 ଦିନ ବିତିଛି । ଶତାଧିକ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଏକ ହଜାରରୁ ଅଧିକ ଯାତ୍ରୀ ଗୁରୁତର ହୋଇଛନ୍ତି । ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯାତ୍ରୀଙ୍କ ମୃତଦେହ ବାହାନଗା ସ୍କୁଲରେ ରଖାଯାଇଥିଲା । ପାଖାପାଖି 150ରୁ ଊର୍ଦ୍ଧ୍ବ ମୃତଦେହ ସ୍କୁଲ ପରିସରରେ ରଖାଯାଇଥିବାବେଳେ ସ୍କୁଲ ସାରା ରକ୍ତ ଛିଟା ମଧ୍ୟ ପଡ଼ିଥିଲା । ଯାହା ଫଳରେ ଅନେକ ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମନରେ ବର୍ତ୍ତମାନ ବି ଭୟ ରହୁଥିବା ଭୟ ରହୁଥିବା ଜଣାପଡିଛି । କମିଟିଙ୍କ ବିଦ୍ୟାଳୟ ପରିଦର୍ଶନ ଓ ଯାଞ୍ଚ ପ୍ରକ୍ରିୟା ପରେ ସ୍କୁଲ ଭଙ୍ଗାଯିବା ଘଟଣାର ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ଏସ ଅଶ୍ୱଥୀ ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.