ETV Bharat / state

ପୁଅର ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ, ସହାୟତା ଯୋଗାଇଲା ସ୍ବେଚ୍ଛାସେବୀ ସଂଗଠନ - ବାଲେଶ୍ବର ଖବର

ପୁଅର ଚିକିତ୍ସା ପାଇଁ ମା ମାଗୁଛି ଭିକ୍ଷା । ଏଭଳି କିଛି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲାରେ ।

ପୁଅର ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ, ସହାୟତା ଯୋଗାଇଲା ସ୍ବେଚ୍ଛାସେବୀ ସଂଗଠନ

author img

By

Published : Nov 19, 2021, 4:24 PM IST

ବାଲେଶ୍ଵର: ପୁଅର ଚିକିତ୍ସା ପାଇଁ ମା ମାଗୁଛି ଭିକ୍ଷା । ଏଭଳି କିଛି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲାରେ । ମୋତେ କିଛି ସାହାଯ୍ୟ କର ମୋ ପୁଅକୁ ଚିକିତ୍ସା କରିବି । କୋହଭରା କଣ୍ଠରେ ଏମିତି କହି କହି ଗ୍ରାମରେ ଭିକ୍ଷା ମାଗୁଛି ମାଗୁଛନ୍ତି ଭୋଗରାଇ ବ୍ଲକ ଖେଡସାହି ଗ୍ରାମର ଗୁରୁବାରି ପ୍ରଧାନ ।

ପୁଅର ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ, ସହାୟତା ଯୋଗାଇଲା ସ୍ବେଚ୍ଛାସେବୀ ସଂଗଠନ

ପରିବାର କହିଲେ ଏକ ମାତ୍ର ପୁଅ ଚନ୍ଦନ । ସ୍ବାମୀଙ୍କ ମୃତ୍ୟୁ ପରେ ଭାବିଥିଲେ ପୁଅର ମୁହଁ ଦେଖି ବାକି ଜୀବନଟା କାଟି ଦେବେ । ହେଲେ ଦଇବ ସାଜିଲା ବଇରୀ । ପୁଅ ଚନ୍ଦନ ପିଠିରେ ଟିୟୁମର ହୋଇଥିବାରୁ ନା ସେ ଉଠି ପାରୁଛନ୍ତି ନା କିଛି କରିପାରୁଛନ୍ତି । ଫଳରେ ପରିବାରର ଦୁଃଖ ଏବେ କହିଲେ ନସରେ। ପାଖରେ ଅର୍ଥ ଅଭାବ ହେତୁ ପୁଅକୁ ମଧ୍ୟ ଚିକିତ୍ସା କରିବାକୁ ସକ୍ଷମ ନୁହନ୍ତି ଗୁରୁବାରି । ଯେଉଁଠି ଦୁଇ ଓଳି ଦୁଇ ମୁଟା ଖାବା ମୁସକିଲ ସେଠି ଚିକିତ୍ସା ପାଇଁ ଟଙ୍କା ଆସିବ ବା କେଉଁଠୁ । ଏମିତି ପରିସ୍ଥିତି ଭିତରେ ଗୁରୁବାରିଙ୍କ ପୁଅ ଚନ୍ଦନଙ୍କ ପିଠିରେ ଟ୍ୟୁମର ବଢି ତାହା ପାଚିବାକୁ ବସିଲାଣି । ହେଲେ ପୁଅକୁ ଭଲ କରିବା ପାଇଁ ମା ନିକଟରେ ଆଖିର ଲୁହ ଛଡା ଆଉ କିଛିବି ନାହିଁ ।

ଗୁରୁବାରିଙ୍କ ଏପରି ପରିସ୍ଥିତି ନେଇ ଗ୍ରାମବାସୀ ଜଳେଶ୍ବର ଅଞ୍ଚଳର ସ୍ୱେଚ୍ଛାସେବୀ ସଂଗଠନ ହେଲ୍ପ ଫର ୟୁକୁ ଖବର ଦେଇଥିଲେ । ଏହା ପରେ ସଂଗଠନର କର୍ମକର୍ତ୍ତାମାନେ ଗୁରୁବାରିଙ୍କ ପାଖରେ ପହଞ୍ଚି ତାଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେଇଛନ୍ତି । ଏହାସହ ରାସନ ସାମଗ୍ରୀ ଓ ପୋଷାକ ପ୍ରଦାନ କରାଯାଇଛି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.