ETV Bharat / state

ବାଲେଶ୍ବର ସହରକୁ ବଡ ଗାଡି ନୋ ଏଣ୍ଟ୍ରି

ସହର ଭିତରକୁ ସକାଳ 8ରୁ ରାତି 10 ଯାଏଁ ଭାରିଯାନ ଉପରେ କଟକଣା ଜାରି କରାଯାଇଛି । ବାଲେଶ୍ଵର ଜିଲ୍ଲାପାଳ ବଡ଼ ଗାଡି ଚଳାଚଳ ଉପରେ କଟକଣା ଜାରି କରିଥିବା ଜଣାପଡ଼ିଛି ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ବାଲେଶ୍ବର
author img

By

Published : Oct 11, 2019, 3:44 AM IST

ବାଲେଶ୍ଵର: ସହର ଭିତରକୁ ସକାଳ 8ରୁ ରାତି 10 ଯାଏଁ ଭାରିଯାନ ଉପରେ କଟକଣା ଜାରି କରାଯାଇଛି । ସହରର ଅଣ ଓସାରିଆ ରାସ୍ତା ଯୋଗୁଁ ଅନେକ ସମୟରେ ଟ୍ରାଫିକ ସମସ୍ୟା ଦେଖା ଦେଇଥାଏ । ଏହାକୁ ନେଇ ବାଲେଶ୍ଵର ଜିଲ୍ଲାପାଳ ବଡ଼ ଗାଡି ଚଳାଚଳ ଉପରେ କଟକଣା ଜାରି କରିଥିବା ଜଣାପଡ଼ିଛି ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ବାଲେଶ୍ବର

ସହରର ଆଇଟିଆଇ ଛକ ଠାରୁ ବସ ଷ୍ଟାଣ୍ଡ, ପୋଲିସ ଲାଇନ ଛକ ଠାରୁ ହେମକାପଦା ଛକ, ଫକୀର ମୋହନ ଗୋଲେଇ ଠାରୁ ଟାଉନ ଥାନା, ଫାଣ୍ଡି ଛକରୁ ମୋତିଗଞ୍ଜ ବଜାର, ଷ୍ଟେସନ ଛକରୁ ପଢ଼ୁଆଁପଦା ଯାଏଁ ବଡ ଗାଡି ଚଳାଚଳ ଉପରେ କଟକଣା ଜାରି କରାଯାଇଛି । ଏହାସହ ସହରର ବିଭିନ୍ନ ରାସ୍ତା ଦେଇ ବଡ଼ ଗାଡି ଯାଇପାରିବ ନାହିଁ ବୋଲି ନିର୍ଦ୍ଦେଶ ହୋଇଥିବା ଜଣାପଡିଛି । ଏହା ପୂର୍ବରୁ ମଧ୍ୟ ଏମିତି କଟକଣା ଜାରି କରାଯାଇଥିଲା ଯାହାକୁ ନେଇ ଟ୍ରାଫିକ ଥାନା ପକ୍ଷରୁ ନିୟମ ଭାଙ୍ଗୁଥିବା ଗାଡି ଗୁଡିକ ଉପରେ ଜୋରିମାନା ଆଦାୟ ମଧ୍ୟ କରାଯାଇଛି ।

ତେବେ ସହରର ଆରମ୍ଭରେ ଥିବା ଆରଟିଓକୁ ଫିଟନେସ ପାଇଁ ଆସୁଥିବା ବଡ ଗାଡି ଓ ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିକୁ ଯାଉଥିବା ଗାଡି ଉପରେ କେମିତି କଟକଣା ଜାରି ହୋଇଛି ତାହା କିଛି ସ୍ପଷ୍ଟ ହୋଇନାହିଁ । ଅନ୍ୟପଟେ ମାଲ ଗୋଦାମକୁ ଯାଉଥିବା ସିମେଣ୍ଟ ବୋଝେଇ ଟ୍ରକ ଗୁଡିକ ଏବେ କଣ କେବଳ ରାତିରେ ଯିବେ ବୋଲି ପ୍ରଶ୍ନବାଚୀ ହୋଇ ଛିଡା ହୋଇଛି ?

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

Intro:ବାଲେଶ୍ଵର ସହର ଭିତରକୁ ସକାଳ 8ରୁ ରାତି 10 ଯାଏ ହେଭି ଗାଡି ଉପରେ କଟକଣା ଜାରି କରାଯାଇଛି। ସହରର ଅଣ ଓସାରିଆ ରାସ୍ତା ଯୋଗୁଁ ଅନେକ ସମୟରେ ଟ୍ରାଫିକ ସମସ୍ୟା ଦେଖା ଦେଇଥାଏ। ଏହାକୁ ନେଇ ବାଲେଶ୍ଵର ଜିଲ୍ଲାପାଳ ବଡ଼ ଗାଡି ଚଳାଚଳ ଉପରେ କଟକଣା ଜାରି କରିଥିବା ଜଣାପଡ଼ିଛି।

Body:ସହରର ଆଇଟିଆଇ ଛକ ଠାରୁ ବସ ଷ୍ଟାଣ୍ଡ, ପୋଲିସ ଲାଇନ ଛକ ଠାରୁ ହେମକାପଦା ଛକ, ଫକୀର ମୋହନ ଗଲେଇ ଠାରୁ ଟାଉନ ଥାନା, ଫାଣ୍ଡି ଛକରୁ ମୋତିଗଞ୍ଜ ବଜାର, ଷ୍ଟେସନ ଛକରୁ ପଢ଼ୁଆଁପଦା ଯାଏଁ ବଡ ଗାଡି ଚଳାଚଳ ଉପରେ କଟକଣା ଜାରି କରାଯାଇଛି। ଏହାସହ ସହରର ବିଭିନ୍ନ ରାସ୍ତା ଦେଇ ବଡ଼ ଗାଡି ଯାଇ ପାରିବ ନାହିଁ ବୋଲି ନିର୍ଦ୍ଦେଶ ହୋଇଥିବା ଜଣାପଡିଛି। ଏହା ପୂର୍ବରୁ ମଧ୍ୟ ଏମିତି କଟକଣା ଜାରି କରାଯାଇଥିଲା ଯାହାକୁ ନେଇ ଟ୍ରାଫିକ ଥାନା ପକ୍ଷରୁ ନିୟମ ଭାଙ୍ଗୁଥିବା ଗାଡି ଗୁଡିକ ଉପରେ ଜରିମାନା ଆଦାୟ କରାଯାଇଥିଲା।

Conclusion:ତେବେ ସହରର ଆରମ୍ଭରେ ଥିବା ଆରଟିଓ କୁ ଫିଟନେସ ପାଇଁ ଆସୁଥିବା ବଡ ଗାଡି ଓ ଚାନ୍ଦିପୁର କ୍ଷପଣାସ୍ତ୍ର ଘାଟିକୁ ଯାଉଥିବା ଗାଡି ଉପରେ କେମିତି କଟକଣା ଜାରି ହୋଇଛି ତାହା କିଛି ସ୍ପଷ୍ଟ ହୋଇନାହିଁ। ଅନ୍ୟପଟେ ମାଲ ଗୋଦାମକୁ ଯାଉଥିବା ସିମେଣ୍ଟ ବୋଝେଇ ଟ୍ରକ ଗୁଡିକ ଏବେ କଣ କେବଳ ରାତିରେ ଯିବେ ବୋଲି ପ୍ରଶ୍ନବାଚୀ ହୋଇ ଛିଡା ହୋଇଛି।
ବାଇଟ- ପ୍ରଶାନ୍ତ କୁମାର ରଣ ସିଂ(ଟ୍ରାଫିକ ଏସଆଇ)
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.