ETV Bharat / state

ଗଛରୁ ମିଳିଲା ଝୁଲନ୍ତା ମୃତଦେହ, ପୋଲିସ ବିଳମ୍ବରେ ପହଞ୍ଚିବାକୁ ନେଇ ରାସ୍ତାରୋକ - balasore

ଜିଲ୍ଲାର ଟାଉନ ଥାନା ଅଧୀନ ସୁନହଟ ସ୍ୱାସ୍ଥ୍ୟକେନ୍ଦ୍ର ପଛପଟେ ଥିବା ଏକ ବେଲଗଛରେ ଜଣେ ଯୁବକଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା । ଘଟଣାସ୍ଥଳରେ ପୋଲିସ ବିଳମ୍ବରେ ପହଞ୍ଚିବା ନେଇ ଲୋକଙ୍କ ମଧ୍ୟରେ ଉତ୍ତେଜନା ।

ଫଟୋ ସୌଜନ୍ୟ: ସମ୍ୱାଦଦାତା, ବାଲେଶ୍ୱର
author img

By

Published : Mar 14, 2019, 9:54 PM IST

ବାଲେଶ୍ୱର: ଜିଲ୍ଲାର ଟାଉନ ଥାନା ଅଧୀନ ସୁନହଟ ସ୍ୱାସ୍ଥ୍ୟକେନ୍ଦ୍ର ପଛପଟେ ଥିବା ଏକ ବେଲଗଛରେ ଜଣେ ଯୁବକଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା । ମୃତଦେହ ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ତେବେ ଘଟଣାସ୍ଥଳରେ ପୋଲିସ ବିଳମ୍ବରେ ପହଞ୍ଚିବା ନେଇ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଛି ।

ଭିଡିଓ ସୌଜନ୍ୟ: ସମ୍ୱାଦଦାତା, ବାଲେଶ୍ୱର

ତେବେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ସନ୍ଦେହ ଘେରରେ ରହିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚିବା ବିଳମ୍ବ ଯୋଗୁଁ ଟାୟାର ଜାଳି ଚାନ୍ଦିପୁର ବାଲେଶ୍ୱର ରାସ୍ତା ଅବରୋଧ କରିଥିଲେ ସ୍ଥାନୀୟ ଲୋକେ । ଦୀର୍ଘ ସମୟ ରାସ୍ତା ଅବରୋଧ ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା ।

ମିଳିଥିବା ସୂଚନା ଅନୁସାରେ, ଯୁବକ ଜଣଙ୍କ ମଛୁଆସାହି ଅଞ୍ଚଳର ସେକ ଅନସାରିଙ୍କ ପୁଅ ସେକ ଅସୁରୁଦ୍ଦିନ(୨୩) ବୋଲି ଜଣାପଡ଼ିଛି । ଅସୁରୁଦ୍ଦିନ ଏକ ପିକଅପ ଭ୍ୟାନରେ ଡ୍ରାଇଭର ଭାବେ କାମ କରୁଥିଲେ । ବୁଧବାର ରାତି 10ଟାରେ ସେ ଘରକୁ ଆସି ପୁଣି କୁଆଡେ ଚାଲି ଯାଇଥିଲେ। ଗୁରୁବାର ସକାଳେ ସୁନହଟ ମେଡିକାଲ ପଛ ପଟ ବେଲଗଛରେ ତାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା । ଏହି ଘଟଣାରେ ପୋଲିସ ପ୍ରାଥମିକ ତଦନ୍ତ ଜାରି ରଖିଛି । ଶବ ବ୍ୟବଚ୍ଛେଦ ପରେ ସତ୍ୟାସତ୍ୟ ଜଣାପଡିବ ବୋଲି ପୋଲିସ କହିଛି ।

ବାଲେଶ୍ୱରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:

Amaravati: Andhra Pradesh Chief Minister N Chandrababu Naidu Wednesday hit out at Prime Minister Narendra Modi calling him a "pseudo chowkidar" who protected only criminals.

Naidu's remarks triggered a strong reaction from the BJP which accused the Telugu Desam party president of resorting to "murky politics" as his party was frightened of losing in the April 11 Lok Sabha and State assembly polls.

"What right you have to call yourself a chowkidar? You are chowkidar for criminals," the Telugu Desam Party president said at a press conference here this evening.

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.