ଭୁବନେଶ୍ବର: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ଵର ସାଂସଦ ପ୍ରତାପ ଷଡ଼ଙ୍ଗୀ କୋଭିଡରେ ଆକ୍ରାନ୍ତ । ଡାକ୍ତରଙ୍କ ପରାମର୍ଶ କ୍ରମେ ତାଙ୍କୁ AIIMSରେ ଭର୍ତ୍ତି କରାଯାଇଛି। ତାଙ୍କ ସ୍ବାସ୍ଥ୍ୟବସ୍ଥା ବର୍ତ୍ତମାନ ସୁଦ୍ଧା ସ୍ଥିର ଥିବା ମଧ୍ୟ ସୂଚନା ରହିଛି । ଏନେଇ ନିଜେ ପ୍ରତାପ ଟ୍ବିଟ କରି ସୂଚନା ଦେଇଛନ୍ତି । ଏହା ସହ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିବିଶେଷଙ୍କୁ ମଧ୍ୟ ଟେଷ୍ଟ କରାଇବା ପାଇଁ ପରାମର୍ଶ ଦେଇଛନ୍ତି ପ୍ରତାପ।
ପ୍ରତାପ ଦୀର୍ଘଦିନ ହେଲା ଥଣ୍ଡାଜ୍ବରରେ ପୀଡିତ ଥିଲେ । ପରେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କ ସ୍ବାବ ନମୂନା ପରୀକ୍ଷା କରାଯାଇଥିଲା । ଆଜି ତାଙ୍କ ନମୂନା ପରୀକ୍ଷାରୁ ସେ ସଂକ୍ରମିତ ଥିବା ବାଲେଶ୍ଵର ଚିକିତ୍ସାଧିକାରୀ ଜଣାଇଥିଲେ । ପରେ ତାଙ୍କୁ ଅଧିକ ଚିକିତ୍ସା ପାଇଁ ଆମ୍ବୁଲାନ୍ସରେ AIIMS ସ୍ଥାନାନ୍ତର କରାଯାଇଛି ।
-
ସାଂସଦ ଶ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ କୋଭିଡ ସଂକ୍ରମିତ ହୋଇଥିବା ବିଷୟରେ ଅବଗତ ହେଲି। ତାଙ୍କ ଆଶୁଆରୋଗ୍ୟ ଓ ଉତ୍ତମ ସ୍ୱାସ୍ଥ୍ୟ କାମନା କରୁଛି।
— Naveen Patnaik (@Naveen_Odisha) October 3, 2021 " class="align-text-top noRightClick twitterSection" data="
">ସାଂସଦ ଶ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ କୋଭିଡ ସଂକ୍ରମିତ ହୋଇଥିବା ବିଷୟରେ ଅବଗତ ହେଲି। ତାଙ୍କ ଆଶୁଆରୋଗ୍ୟ ଓ ଉତ୍ତମ ସ୍ୱାସ୍ଥ୍ୟ କାମନା କରୁଛି।
— Naveen Patnaik (@Naveen_Odisha) October 3, 2021ସାଂସଦ ଶ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ କୋଭିଡ ସଂକ୍ରମିତ ହୋଇଥିବା ବିଷୟରେ ଅବଗତ ହେଲି। ତାଙ୍କ ଆଶୁଆରୋଗ୍ୟ ଓ ଉତ୍ତମ ସ୍ୱାସ୍ଥ୍ୟ କାମନା କରୁଛି।
— Naveen Patnaik (@Naveen_Odisha) October 3, 2021
ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ କୋଭିଡ ସଂକ୍ରମିତ ହେବା ଘଟଣାରେ ତାଙ୍କର ଆଶୁଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଶୁଆରୋଗ୍ୟ ଓ ଉତ୍ତମ ସ୍ୱାସ୍ଥ୍ୟ କାମନା କରୁଥିବା ନେଇ ମୁଖ୍ୟମନ୍ତ୍ରୀ ଟ୍ବିଟ କରିଥିବା ଦେଖିବାକୁ ମିଳିଛି ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ