ETV Bharat / state

ମହିଳାଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ ପୂର୍ବତନ ମନ୍ତ୍ରୀଙ୍କ ପୁଅ ଗିରଫ - women

ଜଣେ ମହିଳାଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ଗିରଫ ହେଲେ ପୂର୍ବତନ ମନ୍ତ୍ରୀ ପଦ୍ମଲୋଚନ ପଣ୍ଡାଙ୍କ ପୁଅ ବେଣୁଧର ପଣ୍ଡା ।

ଫଟୋ ସୌଜନ୍ୟ-ସମ୍ବାଦଦାତା, ବାଲେଶ୍ବର
author img

By

Published : Jul 12, 2019, 4:12 PM IST

Updated : Jul 12, 2019, 8:10 PM IST

ବାଲେଶ୍ବର: ମହିଳାଙ୍କୁ ଅଶାଳୀନ ବ୍ୟବହାର ଅଭିଯୋଗରେ ପୂର୍ବତନ ମନ୍ତ୍ରୀ ପଦ୍ମଲୋଚନ ପଣ୍ଡାଙ୍କ ପୁଅ ବେଣୁମାଧବ ପଣ୍ଡା ଗିରଫ । ଏକ ବିବାହ ଭୋଜିରେ ଉପୁଜିଥିବା ବିବାଦ ପରେ ଏପରି ଘଟଣା ସାମ୍ନାକୁ ଆସିଛି । ତେବେ ଏ ନେଇ 2 ପାର୍ଶ୍ବରୁ ମାମଲା ରୁଜୁ କରାଯାଇଥିଲା । ଘଟଣାକୁ ନେଇ ଅଧିକ ତଦନ୍ତ କରାଯାଉଥିବା ନେଇ ବାଲେଶ୍ବର ଏସଡିପିଓ ସୂଚନା ଦେଇଛନ୍ତି ।

ଫଟୋ ସୌଜନ୍ୟ-ସମ୍ବାଦଦାତା, ବାଲେଶ୍ବର

ଗତ 3 ଦିନ ତଳେ ସିମୁଳିଆର ଏକ ବିବାହ ଭୋଜିରେ କୌଣସି କାରଣରୁ ଗଣ୍ଡଗୋଳ ସୃଷ୍ଟି ହୋଇଥିଲା । ଏଥିରେ ଜଣେ ଯୁବକ ଆହତ ହୋଇଥିଲେ । ଏହାକୁ ନେଇ ସେଠାରେ ଉପସ୍ଥିତ ଥିବା ବେଣୁମାଧବ ପଣ୍ଡା ଏହାକୁ ପ୍ରତିବାଦ କରିଥିଲେ । ଏହାପରେ ପୋଲିସ ଏହି ଘଟଣାରେ 2 ଜଣଙ୍କୁ ଗିରଫ କରିଥିଲା ।

ଫଟୋ ସୌଜନ୍ୟ-ସମ୍ବାଦଦାତା, ବାଲେଶ୍ବର

ପରେ ଗିରଫ ବ୍ୟକ୍ତିଙ୍କ ସ୍ତ୍ରୀ ବେଣୁମାଧବଙ୍କ ବିରୋଧରେ ଅଶାଳୀନ ବ୍ୟବହାର କରିବା ସହ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ କରିଥିଲେ । ପୋଲିସ ଘଟଣାରେ ମାମଲା ରୁଜୁ କରି ବେଣୁମାଧବଙ୍କୁ ପ୍ରଥମେ ଅଟକ ରଖିଥିଲା । ଏବହାପରେ ପଚାରାଉଚରା ପାଇଁ ତାଙ୍କୁ ସୋର ଥାନାକୁ ନିଆଯାଇଥିବାବେଳେ ଏବେ ତାଙ୍କୁ ଗିରଫ କରାଯାଇଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:

BLANK  FOR STORY

Conclusion:
Last Updated : Jul 12, 2019, 8:10 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.