ETV Bharat / state

ଜବରଦଖଲ ଉଚ୍ଛେଦ ଦାବିରେ ରାସ୍ତାରୋକ

ବାଲେଶ୍ଵର ଜିଲ୍ଲା ରେମୁଣା ତହସିଲ ଅଧିନ ମହାରାଜପୁର ପଞ୍ଚାୟତରେ ଅର୍ଦ୍ଧାଧିକ ଗୋଚର ଓ ଜଙ୍ଗଲ କିସମ ଜମି ଜବରଦଖଲକାରୀଙ୍କ କବଜାରେ ରହିଥିବା ଅଭିଯୋଗ ହୋଇଛି। ଏହାକୁ ଉଚ୍ଛେଦ କରିବା ପାଇଁ ବହୁବାର ଗ୍ରାମବାସୀ ପ୍ରଶାସନ ନିକଟରେ ଦାବି କରିଥିଲେ ମଧ୍ୟ କୌଣସି ସୁଫଳ ନମିଳିବାରୁ ଶେଷରେ ବୁଧବାର ଗ୍ରାମବାସୀ ରାସ୍ତାରୋକ କରିଥିଲେ। ଅଧିକ ପଢନ୍ତୁ...

author img

By

Published : Mar 24, 2021, 10:39 PM IST

ଜବରଦଖଲ ଉଚ୍ଛେଦ ଦାବିରେ ରାସ୍ତାରୋକ
ଜବରଦଖଲ ଉଚ୍ଛେଦ ଦାବିରେ ରାସ୍ତାରୋକ

ବାଲେଶ୍ବର: ବାଲେଶ୍ଵର ଜିଲ୍ଲା ରେମୁଣା ତହସିଲ ଅଧିନ ମହାରାଜପୁର ପଞ୍ଚାୟତରେ ଅର୍ଦ୍ଧାଧିକ ଗୋଚର ଓ ଜଙ୍ଗଲ କିସମ ଜମି ଜବରଦଖଲକାରୀଙ୍କ କବଜାରେ ରହିଥିବା ଅଭିଯୋଗ ହୋଇଛି। ଏହାକୁ ଉଚ୍ଛେଦ କରିବା ପାଇଁ ବହୁବାର ଗ୍ରାମବାସୀ ପ୍ରଶାସନ ନିକଟରେ ଦାବି କରିଥିଲେ ମଧ୍ୟ କୌଣସି ସୁଫଳ ନମିଳିବାରୁ ଶେଷରେ ବୁଧବାର ଗ୍ରାମବାସୀ ରାସ୍ତାରୋକ କରିଥିଲେ।

ଜବରଦଖଲ ଉଚ୍ଛେଦ ଦାବିରେ ରାସ୍ତାରୋକ

ସୂଚନା ଅନୁସାରେ, ଗ୍ରାମରେ ଥିବା ଗୋଚର ଓ ଜଙ୍ଗଲ କିସମର ଜମିକୁ କିଛି ମୁଷ୍ଟିମେୟ ଲୋକ ଅକ୍ତିଆର କରି ରଖିଥିବା ବେଳେ ସେସବୁ ବିକ୍ରି କରିବା ଓ ମାଟି ଉଠାଇ ଗାଡ଼ିଆ ଖୋଳାଯାଉଥିବା ଅଭିଯୋଗ ହୋଇଛି। ଏହି ସବୁ ଜମିକୁ ଜବରଦଖଲକାରୀଙ୍କ ଠାରୁ ଉଚ୍ଛେଦ କରିବା ପାଇଁ ଉପଜିଲ୍ଲାପାଳଙ୍କ ଠାରେ ଗ୍ରାମବାସୀ ଅଭିଯୋଗ କରିଥିଲେ।

ମାତ୍ର କୌଣସି ସୁଫଳ ନମିଳିବାରୁ ଗ୍ରାମବାସୀ ମୁଖ୍ୟ ରାସ୍ତାକୁ ଅବରୋଧ କରିଥିଲେ। ଦୀର୍ଘସମୟ ପରେ ରେମୁଣା ଅତିରିକ୍ତ ତହସିଲଦାର ମନୋଜ ସେନାପତି ଘଟଣାସ୍ଥଳରେ ପହଞ୍ଚି ଏକ ମାସ ମଧ୍ୟରେ ଉଚ୍ଛେଦ କରିବା ନେଇ ପ୍ରତିଶ୍ରୁତି ଦେବାପରେ ରାସ୍ତା ଅବରୋଧ ହଟିଥିଲା।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.