ETV Bharat / state

ଗ୍ରାହକଙ୍କୁ ମିଳୁଛି ବାସି ଖାଦ୍ୟ, ହୋଟେଲ ଓ ଜଳଖିଆ ଦୋକାନରେ ଚଢ଼ାଉ

ହୋଟେଲ ଓ ଜଳଖିଆ ଦୋକାନରେ ଚଢ଼ାଉ । ବାଲେଶ୍ଵର ବାଲିଆପାଳ ଅଞ୍ଚଳରେ ଥିବା ବିଭିନ୍ନ ହୋଟେଲ ଓ ମିଠା ତଥା ଜଳଖିଆ ଦୋକାନରେ ଜଳେଶ୍ବର ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ଚଢ଼ାଉ କରାଯାଉଛି । ବିଭିନ୍ନ ସ୍ଥାନରେ ବାସି ତଥା ଭେଜାଲ ଖାଦ୍ୟ ଦିଆଯାଉଥିବା ଅଭିଯୋଗ ପରେ ଏହି ଚଢ଼ାଉ କରାଯାଇଛି । ଅଧିକ ପଢ଼ନ୍ତୁ

author img

By

Published : Sep 13, 2022, 10:17 PM IST

ଗ୍ରାହକଙ୍କୁ ମିଳୁଛି ବାସି ଖାଦ୍ୟ, ହୋଟେଲ ଓ ଜଳଖିଆ ଦୋକାନରେ ଚଢ଼ାଉ
ଗ୍ରାହକଙ୍କୁ ମିଳୁଛି ବାସି ଖାଦ୍ୟ, ହୋଟେଲ ଓ ଜଳଖିଆ ଦୋକାନରେ ଚଢ଼ାଉ

ବାଲେଶ୍ଵର: ହୋଟେଲ ଓ ଜଳଖିଆ ଦୋକାନରେ ଚଢ଼ାଉ । ଜିଲ୍ଲାର ବାଲିଆପାଳ ଅଞ୍ଚଳରେ ଥିବା ବିଭିନ୍ନ ଖାଦ୍ୟ ସାମଗ୍ରୀ ରହୁଥିବା ହୋଟେଲରେ ଖାଦ୍ୟ ସୁରକ୍ଷା ଟିମର ଚଢ଼ାଉ । ହୋଟେଲ ଗୁଡିକରେ ଅନେକ ଦିନର ଖାଦ୍ୟ ରଖିବା ସହ ମିଠା ଓ ଜଳଖିଆ ଦୋକାନ ଗୁଡିକ ମଧ୍ୟ ବାସୀ ଓ ଭେଜାଲ ଖାଦ୍ୟ ଦେଉଥିବା ଅଭିଯୋଗ ହୋଇ ଆସୁଥିଲା । ଏନେଇ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ମୃତ୍ୟୁଞ୍ଜୟ ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ଖାଦ୍ୟ ସୁରକ୍ଷା ଟିମ ଏହି ଚଢ଼ାଉ କରିଛି ।

ବାଲେଶ୍ଵର ଜିଲ୍ଲା ବାଲିଆପାଳ ଅଞ୍ଚଳରେ ଅନେକ ହୋଟେଲ ରହିଛି । ତେବେ ଅନେକ ହୋଟେଲରେ ଲୋକମାନଙ୍କୁ ବାସି ତଥା କିଛିଦିନ ପୂର୍ବରୁ ରନ୍ଧା ଯାଇଥିବା ଖାଦ୍ୟକୁ ପୁନଃ ରନ୍ଧାଯାଇ ପରଶା ଯାଉଥିବା ନେଇ ବିଭିନ୍ନ ସମୟରେ ଅଭିଯୋଗ ହୋଇ ଆସିଛି । ସେହିଭଳି ଏହି ଅଞ୍ଚଳରେ ରହିଥିବା ବିଭିନ୍ନ ମିଠା ଓ ଜଳଖିଆ ଦୋକାନ ଗୁଡିକ ମଧ୍ୟ ବାସି ତଥା ଭେଜାଲ ଖାଦ୍ୟ ଦିଆଯାଉଥିବା ନେଇ ଅଭିଯୋଗ ହୋଇଛି । ତେବେ ଏଭଳି ବାରମ୍ବାର ଅଭିଯୋଗ କ୍ରମେ ଏଠାରେ ମିଳୁଥିବା ଖାଦ୍ୟର ମାନ ଯାଞ୍ଚ କରିବା ପାଇଁ ଖାଦ୍ୟ ସୁରକ୍ଷା ଟିମକୁ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ମୃତ୍ୟୁଞ୍ଜୟ ମିଶ୍ର ନିର୍ଦ୍ଦେଶ ଦେଇଥିଲେ ।

ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ଆଜି (ମଙ୍ଗଳବାର) ଜଳେଶ୍ବର ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ବାଲିଆପାଳ ଅଞ୍ଚଳର ବିଭିନ୍ନ ସ୍ଥାନରେ ଥିବା ଛୋଟବଡ଼ ହୋଟେଲ, ମିଠା ଓ ଜଳଖିଆ ଦୋକାନରେ ଚଢ଼ାଉ କରାଯାଇଥିଲା । ଏହି ସବୁ ସ୍ଥାନମାନଙ୍କରେ ମିଳୁଥିବା ଖାଦ୍ୟର ମାନ ପରୀକ୍ଷା କରିଥିଲା ଖାଦ୍ୟ ସୁରକ୍ଷା ବିଭାଗ । ଏହି ସମୟରେ ହୋଟେଲ ଗୁଡିକରେ ଖାଦ୍ୟ ପ୍ରସ୍ତୁତିରେ ବ୍ୟବହାର କରାଯାଉଥିବା ବିଭିନ୍ନ ପ୍ରକାର କେମିକାଲ ରଙ୍ଗ ଜବତ କରାଯିବା ସହ ବାସି ଖାଦ୍ୟ ନଷ୍ଟ କରି ଦିଆଯାଇଥିଲା । ଏହାସହ ହୋଟେଲ ଗୁଡିକୁ ବାସିଖାଦ୍ୟ ନରଖିବା ପାଇଁ ବିଭାଗ ପକ୍ଷରୁ ତାଗିଦ କରାଯାଇଛି ।

ବିଭିନ୍ନ ମିଠା ଦୋକାନରେ ଚଢ଼ାଉ କରି ବିଭିନ୍ନ ମିଠା ରଖାଯାଉଥିବା ସ୍ଥାନରେ ଏହାର ତିଆରି ହୋଇଥିବା ତାରିଖ ଉଲ୍ଲେଖ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ବିଭିନ୍ନ ଦୋକାନରେ ଥିବା ବାସି ମିଠା ଗୁଡ଼ିକୁ ନଷ୍ଟ କରାଯାଇଛି । ଏହି ଚଢ଼ାଉ ସମୟରେ ବିଭିନ୍ନ ସ୍ଥାନରୁ ସମୁଦାୟ ୨ ହଜାର ଟଙ୍କା ଫାଇନ ଆଦାୟ କରାଯାଇଛି । ପୂର୍ବରୁ ଜିଲ୍ଲା ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ଏଭଳି ନିୟମିତ ଚଢ଼ାଉ ଚାଲିଥିଲା । ତେବେ ପୁଣିଥରେ ଏପରି ନିୟମିତ ଚଢ଼ାଉ ହେଲେ ସାଧାରଣ ଲୋକ ଉପଯୁକ୍ତ ମାନର ଖାଦ୍ୟ ପାଇବେ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.