ETV Bharat / state

ଟଙ୍କା ଦେଲେନି ମତ୍ସଜୀବୀ, ମାରିଦେଲେ ଦୁଇ ସାଙ୍ଗ

ଟଙ୍କା ଉଧାର ନଦେବାରୁ ମତ୍ସ୍ୟଜୀବୀଙ୍କୁ ହତ୍ୟା କଲେ ୨ ସାଙ୍ଗ । ଗିରଫ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କଲା ପୋଲିସ । ଅଧିକ ପଢନ୍ତୁ...

author img

By

Published : Aug 25, 2021, 11:26 AM IST

ଟଙ୍କା ଉଧାର ନଦେବାରୁ ହତ୍ୟା
ଟଙ୍କା ଉଧାର ନଦେବାରୁ ହତ୍ୟା

ବାଲେଶ୍ଵର: ଜିଲ୍ଲା ସଦର ବ୍ଲକ ବାହାବଳପୁର ସାମୁଦ୍ରିକ ଥାନା ଅଧିନ ମାଛଧରା ଜେଟି ଅଞ୍ଚଳରେ ଜଣେ ମତ୍ସ୍ୟଜୀବୀଙ୍କୁ ସୋମବାର ରାତିରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା । ଟଙ୍କ ଉଧାର ନଦେବାରୁ ଦୁଇ ସାଙ୍ଗ ଏପରି ହତ୍ୟାକଣ୍ଡ ଘଟାଇଥିବା ସୂଚନା ମିଳିଛି । ମୃତ ମତ୍ସ୍ୟଜୀବୀ ଜଣକ ପଶ୍ଚିମବଙ୍ଗ ମୁର୍ଶିଦାବାଦ ଅଞ୍ଚଳର ସୁବଳ ମଣ୍ଡଳ ବୋଲି ଜଣାପଡିଛି ।

ମିଳିଥିବା ସୂଚନା ଅନୁସାରେ, ବାହାବଳପୁରର ଚନ୍ଦନ ପାତ୍ର ଓ କେନ୍ଦ୍ରାପଡ଼ା ତାଳଚୁଆ ମେରାଇନ ଥାନା ଅଞ୍ଚଳର ସଚ୍ଚିନ ଚୌଧୁରୀ ଦୁଇ ସାଙ୍ଗ । ଏମାନେ ମଦ, ଗଞ୍ଜେଇ, ବ୍ରାଉନସୁଗାର ଆଦି ସେବନ କରି ସବୁବେଳେ ନିଶାଗ୍ରସ୍ତ ଥାଆନ୍ତି । ସଚ୍ଚିନ ଓ ମୃତ ସୁବଳ ଦୀର୍ଘଦିନ ଧରି ଏହି ଜେଟିରେ ମତ୍ସ୍ୟଜୀବୀ ଭାବେ ସମୁଦ୍ରରୁ ମାଛ ଧରି ଗୁଜୁରାଣ ମେଣ୍ଟାଉଥିଲେ । ସୋମବାର ରାତିରେ ସୁବଳ ପାଖରେ ୭/୮ ହଜାର ଟଙ୍କା ଥିବା ଦେଖ୍ ସଚ୍ଚିନ ଧାର ମାଗିଥିଲା । ସେ ମନାକରିବାରୁ ଜୋର ଜବରଦସ୍ତ ଟଙ୍କାବ୍ୟାଗ ଛଡାଇ ଦୁଇସାଙ୍ଗ ପଳାଇଥିଲେ । ମାତ୍ର ସୁବଳ ସେମାନଙ୍କ ପିଛାକରି ଗୋଡ଼ାଇବାରୁ ବଜାର ନିକଟରେ ସୁବଳର ମୁଣ୍ଡକୁ ସଚ୍ଚିନ ବାଡେଇ ଦେଇଥିଲା ।

ଚନ୍ଦନ ସେଠାରେ ପଡ଼ିଥିବା ଏକ ପଇଡ଼ରେ ସୁବଳର ମୁହଁକୁ ଛେଚି ହତ୍ୟା କରିଥିଲା । ଖବର ପାଇ ଆଇଆଇସି ମଧୁମିତା ମହାନ୍ତି ଘଟଣାସ୍ଥଳରେ ପହଞ୍ଚି ଦୁଇ ଅଭିଯୁକ୍ତ ସଚ୍ଚିନ ଓ ଚନ୍ଦନଙ୍କୁ ଗିରଫ କରିବା ସହ ଆହତ ସୁବଳଙ୍କୁ ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ମାତ୍ର ଡାକ୍ତର ସେଠାରେ ସୁବଳକୁ ମୃତ ଘୋଷଣା କରିଥିଲେ । ସ୍ଥାନୀୟ ବ୍ୟବସାୟୀ ସପନ କରମାକରଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ ମାମଲା ନଂ ୧୫/୨୧ ରୁଜୁ କରି ମଙ୍ଗଳବାର ଗିରଫ ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି । ଅନ୍ୟପଟେ ମୃତଦେହ ବ୍ୟବଚ୍ଛେଦ କରି ପୋଲିସ ତଦନ୍ତ ଜାରି ରଖିଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.