ETV Bharat / state

ଚାଷୀ ମୁଣ୍ଡରେ ଚଡକ, ନିଆଁଲାଗି ଜଳିଗଲା ଏକର ଏକର ଧାନ ଫସଲ

fire broke out in paddy field: ଚାଷୀ ମୁଣ୍ଡରେ ଚଡକ । ସାମାନ୍ୟ ଅସାବଧାନତାରୁ ଜଳିଗଲା ଏକର ଏକର ଧାନ ଫସଲ ।ସରକାରୀ ସହାୟତା ପାଇଁ ଆକୁଳ ନିବେଦନ । ଅଧିକ ପଢନ୍ତୁ

ନିଆଁଲାଗି ଜଳିଗଲା ଏକର ଏକର ଧାନ ଫସଲ
ନିଆଁଲାଗି ଜଳିଗଲା ଏକର ଏକର ଧାନ ଫସଲ
author img

By ETV Bharat Odisha Team

Published : Dec 12, 2023, 4:34 PM IST

ନିଆଁଲାଗି ଜଳିଗଲା ଏକର ଏକର ଧାନ ଫସଲ

ବାଲେଶ୍ବର: ସାମାନ୍ୟ ଅସାବଧାନତାରୁ କ୍ଷେତରେ ଜଳିଗଲା ପାଚିଲା ଧାନ । ପ୍ରାୟ ୧୭ ଜଣ ଚାଷୀଙ୍କ ଭାତ ହାଣ୍ଡିକୁ ଧୂଳିସାତ କରି ଦେଇଛି ନିଆଁ। ଆଉ ଜଳି ପୋଡି ପାଉଁଶ ହେଇଗଲା ଅମଳକୁ ବାକିଥିବା ୧୫ ରୁ ୨୦ ଏକର ପାଚିଲା ଧାନ କ୍ଷେତ। ଯାହାକୁ ନେଇ ଏବେ ଚିନ୍ତାରେ ପଡ଼ିଛି ଚାଷୀ। ତେବେ ବାଲେଶ୍ବର ଜିଲ୍ଲା ଜଳେଶ୍ଵର ବ୍ଲକ ଅଧିନସ୍ଥ ସୁଗୋ ପଞ୍ଚାୟତର ବାଣିଦା ଗାଁରେ ଏଭଳି ଦୁଃଖଦ ଘଟଣା ଘଟିଥିବା ବେଳେ ଚାଷୀ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି । ବର୍ଷ ଯାକର ଅମଳ ପାଉଁଶ ହୋଇଯାଇଥିବା ବେଳେ ସରକାରଙ୍କ ନିକଟରେ କ୍ଷତିପୂରଣ ପାଇଁ ଆକୁଳ ନିବେଦନ କରିଛନ୍ତି କ୍ଷତିଗ୍ରସ୍ତ ଚାଷୀ ।

ଜିଲ୍ଲାର ଜଳେଶ୍ଵର ତହସିଲ ଅନ୍ତର୍ଗତ ନାମ୍ପ ,ବାଣିଦା ଗାଁ ର ପ୍ରାୟ ୧୭ ଜଣ ଚାଷୀ ଧାର କରଜ କରି ଚାଷ କରିଥିଲେ । ଚଳିତ ବର୍ଷ ଧାନ ବି ଭଲ ହୋଇଥିଲା। ଆଉ ଦୁଇ ତିନି ଦିନ ମଧ୍ୟରେ ଧାନ ବି ଅମଳ କରିଥାନ୍ତେ କିନ୍ତୁ ଅମଳ କରିବା ପୁର୍ବରୁ ସବୁ କିଛି ଜଳିପୋଡି ପାଉଁଶ ହୋଇଯାଇଛି। କେହି ଜଣେ ଚାଷୀ ତାଙ୍କ ନିଜ ଜମିରେ ଅମଳ ପରେ ପଡିଥିବା ନଡାରେ ନିଆ ଲଗାଇଥିଲେ । ମାତ୍ର ଏହି ନିଆଁ ନିମିଶକେ ମଧ୍ୟରେ ପାଖା ପାଖି ୧୫ରୁ ୨୦ ଏକର ଚାଷ ଜମିରେ ବ୍ୟାପି ଯାଇଥିଲା। ଖବର ପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚିଥିଲେ ସୁଦ୍ଧା ଯେଉଁଠି ନିଆଁ ଲାଗିଥିଲା ସେହି ଉପଯୁକ୍ତ ସ୍ଥାନରେ ପହଞ୍ଚି ପାରି ନଥିଲା। ନିଆଁକୁ ଆୟତ୍ତ କରିବା ପାଇଁ ଗ୍ରାମର ଛୋଟ ପିଲା ଠୁ ବଡ଼ ଲୋକ ପର୍ଯ୍ୟନ୍ତ ସମସ୍ତେ ଲାଗି ପଡ଼ିଥିଲେ। ହେଲେ ସେତେବେଳକୁ ପ୍ରାୟ ୧୫ରୁ ୨୦ ଏକର ଧାନ ଜମି ନିଆଁ ରେ ସମ୍ପୂର୍ଣ୍ଣ ପୋଡି ପାଉଁଶ ହେଇ ଯାଇଥିଲା।

ଏହା ମଧ୍ୟ ପଢନ୍ତୁ- ଜଳିଗଲା ୧୫ ଏକରରୁ ଊର୍ଦ୍ଧ୍ବ ଧାନ ଫସଲ, ସହାୟତା ଅପେକ୍ଷାରେ ଚାଷୀ

ତେବେ ଜଳି ଯାଇଥିବା ପୋଡ଼ା ଧାନର ପାଉଁଷକୁ ଧରି ବାହୁନି ବାହୁନି କାନ୍ଦୁଛି ଚାଷୀ। ଚାଷ ଜମି ପୋଡି ଗଲାଣି ଯେ ବର୍ଷକ ଯାକର ଭାତ ହାଣ୍ଡି ପୋଡି ଗଲା ବୋଲି କହିଛନ୍ତି ଚାଷୀ। ଧାନ କ୍ଷେତରେ ନିଆଁ ଲାଗି ବର୍ଷକ ଯାକର କଷ୍ଟ ଉପାର୍ଜିତ ଧାନ ଫସଲ ନଷ୍ଟ ହେବା ଦୁଃଖ କଷ୍ଟରେ ଭାଙ୍ଗି ପଡିଛି ଚାଷୀ। ଏନେଇ ସରକାରଙ୍କୁ କିଛି ସାହାଯ୍ୟ କରିବା ପାଇଁ ଗୁହାରି କରିବା ସହିତ ଘଟଣାର ତଦନ୍ତ କରି ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି ହୋଇଛି।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.