ETV Bharat / state

ପିଛା ଛାଡୁନି ରେଳ ଅଘଟଣ, ବାଲେଶ୍ବରରେ କୋଇଲା ବୋଝେଇ ଟ୍ରେନରେ ଲାଗିଲା ନିଆଁ

author img

By

Published : Jun 10, 2023, 10:13 AM IST

ବାଲେଶ୍ବରରେ କୋଇଲା ବୋଝେଇ ଟ୍ରେନରେ ଅଗ୍ନିକାଣ୍ଡ । ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ । ଅଧିକ ପଢନ୍ତୁ

another train accident in balasore
another train accident in balasore
another train accident in balasore

ବାଲେଶ୍ବର: ରେଳ ବିଭାଗକୁ ଶନି ଦଶା ! ରାଜ୍ୟରେ କ୍ରମଶଃ ଟ୍ରେନ ଦୁର୍ଘଟଣା ସାମ୍ନାକୁ ଆସିବାରେ ଲାଗିଛି । ପୁଣି ଏକ ମାଲବାହି ଟ୍ରେନରେ ନିଆଁ ଲାଗିଥିବା ଖବର ସାମ୍ନାକୁ ଆସିଛି । ବାଲେଶ୍ବରର ରୁପସା ଷ୍ଟେସନରେ ଛିଡ଼ା ହୋଇଥିବା କୋଇଲା ଟ୍ରେନରେ ଅଗ୍ନିକାଣ୍ଡ ଘଟିଛି । କେଉଁ କାରଣରୁ ଟ୍ରେନର ଏକ ବଗିରେ ନିଆଁ ଲାଗିଲା ତାହା ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ପରେ ଟ୍ରେନଟି ଗନ୍ତବ୍ୟ ସ୍ଥଳକୁ ଗଡିଥିବା ଜଣାପଡିଛି । ପଶ୍ଚିମବଙ୍ଗରୁ ବାଲେଶ୍ଵର ଅଭିମୁଖେ ଯାଉଥିବା ଏକ କୋଇଲା ବୋଝେଇ ଟ୍ରେନ ଦୁଇଦିନ ଧରି ଷ୍ଟେସନରେ ଠିଆ ହୋଇ ରହିଥିଲା । ଆଜି ସକାଳେ ଟ୍ରେନରୁ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଥିଲା ।

ଗତକାଲି(ଶୁକ୍ରବାର) ରାତିରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ରେଳ ଷ୍ଟେସନରେ ସମାନ ଘଟଣା ଘଟିଥିଲା । ଏକ କୋଇଲା ବୋଝେଇ ଟ୍ରେନର ବଗିରେ କୋଇଲା ଭିତରୁ ନିଆଁ କୁହୁଳୁଥିବା ରେଳ କର୍ମଚାରୀ ଦେଖିବାକୁ ପାଇଥିଲେ । ଏହାପରେ ସଙ୍ଗେ ସଙ୍ଗେ ଘଟଣା ସମ୍ପର୍କରେ ବାଲୁଗାଁ-ବାଣପୁର ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ତେବେ କିପରି କୋଇଲା ବୋଝେଇ ଡବାରେ ନିଆଁ ଲାଗିଲା ତାହା ଅସ୍ପଷ୍ଟ ରହିଛି ।

ଜୁନ 8 ତାରିଖ ରାତିରେ ନୂଆପଡା ଜିଲ୍ଲା ଖରିଆର ରୋଡ ରେଳ ଷ୍ଟେସନରେ ଦୁର୍ଗ-ପୁରୀ ଇଣ୍ଟରସିଟି ଏକ୍ସପ୍ରେସ ଟ୍ରେନରେ ନିଆଁ ଲାଗିଥିଲା । ବୁଧବାର ରାତି ପ୍ରାୟ 10 ଟା ସମୟରେ ଟ୍ରେନର ଚକ ତଳେ ନିଆଁ ଲାଗିଥିବା ଦେଖିବାକୁ ମିଳିଥିଲା । ଫଳରେ ଷ୍ଟେସନ ପରିସର ପୁରା ଧୂଆଁମୟ ହୋଇଯାଇଥିଲା । ଏହାକୁ ନେଇ ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା । ଜୀବନ ବିକଳରେ ଯାତ୍ରୀ ଟ୍ରେନରୁ ଓହ୍ଲାଇ ଦୌଡି ପଳାଇଥିଲେ। ଏକ୍ସପ୍ରେସର B3 AC କୋଚ ତଳ ଚକରେ ନିଆଁ ଲାଗିଥିବା ଲୋକ ପାଇଲଟ ଓ ସ୍ଥାନୀୟ ଲୋକମାନେ ଦେଖିବାକୁ ପାଇଥିଲେ ।

ଏହା ମଧ୍ୟ ପଢନ୍ତୁ-ପୁଣି ଜୀବନ ନେଲା ଲୌହ ଦାନବ, ଯାଜପୁରରେ ମାଲବାହୀ ଟ୍ରେନ ଚଢ଼ିଯିବାରୁ ୬ ମୃତ

ଜୁନ 7 ତାରିଖରେ ଯାଜପୁର ରୋଡ୍‌ ରେଳ ଚୂନଭାଟି ପ୍ଲଟ ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ୍‌ ଚଢ଼ିଯିବାରୁ 6 ଜଣଙ୍କର ମୃତ୍ୟୁ ଘଟିଥିଲା । ଘୂର୍ଣ୍ଣିଝଡ଼ରୁ ବର୍ତ୍ତିବା ପାଇଁ ରେଳ ଧାରଣାରେ ରହିଥିବା ଏକ ଇଞ୍ଜିନ ବିହୀନ 12ଟି ବଗି ବିଶିଷ୍ଟ ମାଲବାହୀ ଟ୍ରେନ ତଳେ ଆଶ୍ରୟ ନେଇଥିଲେ ଶ୍ରମିକ । କିନ୍ତୁ ବର୍ଷା ପବନ ପ୍ରଭାବରେ ହଠାତ ମାଲଗାଡ଼ିଟି 500 ମିଟର ଗଡି ଯାଇଥିଲା । ଫଳରେ ଏହା ତଳେ ରହିଥିବା ଶ୍ରମିକ ମାନଙ୍କ ଉପରେ ଚଢି ଯିବାରୁ 6 ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଶ୍ରମିକ ଗୁରୁତର ହେଇଥିଲେ ।

ଗତ ଶନିବାର ବାହାନଗାରେ ରେଳ ଦୁର୍ଘଟଣା ଘଟିଥିଲା । ଏହି ଘଟଣାକୁ 9 ଦିନ ହୋଇଥିବା ବେଳେ କ୍ରମଶଃ ରେଳ ଦୁର୍ଘଟଣା ସାମ୍ନାକୁ ଆସିବାରେ ଲାଗିଛି । ଅନେକ ଲୋକ ଏବେ ଟ୍ରେନରେ ଯାତ୍ରା କରିବାକୁ ମଧ୍ୟ ଭୟ କରୁଛନ୍ତି । ରେଳ ବିଭାଗ ଏ ଦିଗରେ ଦୃଷ୍ଟି ହେବା ଜରୁରୀ ହୋଇପଡିଛି ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.