ETV Bharat / state

ଅଙ୍ଗନବାଡି କେନ୍ଦ୍ରରେ ନିଆଁ ଲଗାଇଲେ ଦୁର୍ବୃତ୍ତ ! - fire breaks in aganwadi center

ବନ୍ଦ ଥିବା ଅଙ୍ଗନୱାଡି କେନ୍ଦ୍ରରେ ନିଆଁ । କେହି ଦୁର୍ବୃତ୍ତ ନିଆଁ ଲଗାଇଥିବା ଅଭିଯୋଗ ହୋଇଛି। ତେବେ ଅଙ୍ଗନବାଡି କର୍ମୀଙ୍କୁ ନେଇ ଉପୁଜିଥିବା ବିବାଦ ଯୋଗୁଁ କେନ୍ଦ୍ରରେ ଦୁଇଟି ତାଲା ଝୁଲାଇଥିଲେ ଗ୍ରାମବାସୀ। ଅଧିକ ଖବର ପଢନ୍ତୁ...

ଅଙ୍ଗନବାଡି କେନ୍ଦ୍ରରେ ନିଆଁ ଲଗାଇଲେ ଦୁର୍ବୃତ୍ତ
author img

By

Published : Nov 11, 2019, 1:38 PM IST

ବାଲେଶ୍ବର:ଅଙ୍ଗନବାଡି କେନ୍ଦ୍ରରେ ଜଳୁଛି ନିଆଁ। ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ନୀଳଗିରି ବ୍ଲକ ଧୋବଶିଳା ଅଞ୍ଚଳରେ। ବନ୍ଦ ଥିବା ଏହି ଅଙ୍ଗନବାଡି କେନ୍ଦ୍ରରେ କେହି ଦୁର୍ବୃତ୍ତ ନିଆଁ ଲଗାଇଥିବା ଅଭିଯୋଗ ହୋଇଛି।

ଅଙ୍ଗନବାଡି କେନ୍ଦ୍ରରେ ନିଆଁ ଲଗାଇଲେ ଦୁର୍ବୃତ୍ତ !

ସୂଚନା ଅନୁସାରେ, ଧୋବଶିଳା ପଞ୍ଚାୟତ ଅଧିନ 11 ନମ୍ବର ୱାର୍ଡରେ ଥିବା ଅଙ୍ଗନବାଡି କେନ୍ଦ୍ର ବିବାଦ ଭିତରେ ରହି ଦେଢ଼ ବର୍ଷ ହେବ ବନ୍ଦ ରହିଥିଲା। ଅଙ୍ଗନବାଡି କର୍ମୀଙ୍କୁ ନେଇ ଉପୁଜିଥିବା ବିବାଦ ଯୋଗୁଁ କେନ୍ଦ୍ରରେ ଦୁଇଟି ତାଲା ଝୁଲାଇଥିଲେ ଗ୍ରାମବାସୀ।

ତେବେ ସୋମବାର ସକାଳେ କେନ୍ଦ୍ର ଭିତରେ ନିଆଁ ଜଳୁଥିବା ଲୋକମାନେ ଦେଖିବାକୁ ପାଇଥିଲେ। ଅଗ୍ନିକାଣ୍ଡରେ କେନ୍ଦ୍ରର ବହୁ ଜରୁରୀ କାଗଜପତ୍ର ପୋଡି ଯାଇଥିବା ଜଣାପଡିଛି। ଖବର ପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ବେଳେ ବିବାଦ ଯୋଗୁଁ ନିଆଁ ଲଗାଯାଇଥିବା ସନ୍ଦେହ କରାଯାଉଛି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ ଧୋବଶିଳା ଅଞ୍ଚଳରେ ଏକ ବନ୍ଦ ଅଙ୍ଗନବାଡି କେନ୍ଦ୍ରରେ ନିଆଁ ଲାଗିଥିବା ଦେଖିବାକୁ ମିଳିଛି। କେହି ଦୁର୍ବୃତ୍ତ ନିଆଁ ଲଗାଇଦେଇଥିବା ଅଭିଯୋଗ ହୋଇଛି।
ଧୋବଶିଳା ପଞ୍ଚାୟତ ଅଧିନ 11 ନମ୍ବର ୱାର୍ଡରେ ଥିବା ଅଙ୍ଗନବାଡି କେନ୍ଦ୍ର ବିବାଦ ଭିତରେ ରହି ଦେଢ଼ ବର୍ଷ ହେବ ବନ୍ଦ ରହିଥିଲା। ଅଙ୍ଗନବାଡି କର୍ମୀଙ୍କୁ ନେଇ ଉପୁଜିଥିବା ବିବାଦ ଯୋଗୁଁ କେନ୍ଦ୍ରରେ ଦୁଇଟି ତାଲା ଝୁଲାଇଥିଲେ ଗ୍ରାମବାସୀ। ଆଜି ସକାଳେ କେନ୍ଦ୍ର ଭିତରେ ନିଆଁ ଜଳୁଥିବା ଲୋକମାନେ ଦେଖିବାକୁ ପାଇଥିଲେ। ଅଗ୍ନିକାଣ୍ଡରେ କେନ୍ଦ୍ରର ବହୁ ଜରୁରୀ କାଗଜପତ୍ର ପୋଡି ଯାଇଥିବା ଜଣାପଡିଛି। ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ବେଳେ ବିବାଦ ଯୋଗୁଁ ନିଆ ଲଗାଯାଇଥିବା ସନ୍ଦେହ କରାଯାଉଛି।Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.