ବାଲେଶ୍ବର: ଗ୍ୟାସ ଲିକରୁ ଅଗ୍ନିକାଣ୍ଡ । ଜଳିଗଲା ୬ ବଖରା ଘର । ବାଲେଶ୍ଵର ଜିଲ୍ଲା ରେମୁଣା ବ୍ଲକ ନୂଆଗାଁ ପଞ୍ଚୟତ ଆମ୍ବୁଡିହା ହେନ୍ତସୁରା ଗାଁରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ୩ ପରିବାରର ୬ ବଖରା ଘର ଜଳିଯିବା ସହ ଏକ ବାଇକ ଜଳିଯାଇଛି।
ସୂଚନା ଅନୁସାରେ, ଶୁକ୍ରବାର ରାତିରେ ଗ୍ରାମର ବିଜୟ କୁମାର ମଲ୍ଲିକଙ୍କ ପରିବାର ଲୋକ ଗ୍ୟାସରେ କ୍ଷୀର ବସାଇ ଟିଭି ଦେଖୁଥିଲେ। ମାତ୍ର କିଛି ସମୟ ପରେ ହଠାତ ତାଙ୍କ ଚାଳ ଘର ହୁ ହୁ ହୋଇ ଜଳି ଉଠିଥିଲା। ପରିବାର ଲୋକେ ବାହାରକୁ ବାହାରି ଆସିଥିବା ବେଳେ ଘର ଭିତରେ ଦୁଇଟି ଗ୍ୟାସ ସିଲିଣ୍ଡରରେ ନିଆଁ ଲାଗି ଫାଟିଯାଇଥିଲା।
ଏହାସହ ଏକ ବାଇକ ଓ ସମସ୍ତ ଆସବାବପତ୍ର ପୋଡି ପାଉଁଶ ହୋଇଯାଇଛି। ନିଆଁ ଏତେ ପ୍ରଖର ଥିଲା ଯେ ରାତିରେ ଅଗ୍ନିଶମ ବିଭାଗ ପକ୍ଷରୁ ନିଆଁକୁ ଆୟତ୍ତ ପ୍ରଚେଷ୍ଟା କରାଯାଇ ସକାଳେ ଆୟତ୍ତ କରାଯାଇଥିଲା ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ