ବାଲେଶ୍ବର: ଭୟାବହ ଅଗ୍ନିକାଣ୍ଡରେ ଅସ୍ଥାୟୀ ହୋଟେଲ ଭସ୍ମୀଭୂତ । ବାଲେଶ୍ବରର ଓଟି ରୋଡ ଷ୍ଟେସନ ଛକ ନିକଟରେ ଏହି ଅଗ୍ନିକାଣ୍ଡ ଘଟିଛି । ବୁଧବାର ରାତି ପ୍ରାୟ ୧୦ଟା ସମୟରେ ନିଆଁ ଲାଗି ଦୁଇଟି ଅସ୍ଥାୟୀ ହୋଟେଲ ଜଳିଯାଇଛି ।
ଅଗ୍ନିକାଣ୍ଡ ଘଟିବା ଦେଖି ସ୍ଥାନୀୟ ଲୋକ ପାଣି ପକାଇ ନିଆଁକୁ ଆୟତ୍ତ କରିଥିଲେ । ପରେ ଦମକଳ ବାହିନୀ ପହଞ୍ଚି ନିଆଁ ଲିଭା କାର୍ଯ୍ୟରେ ଲାଗିଥିଲା । ଅଗ୍ନିକାଣ୍ଡରେ ହୋଟେଲର ବହୁ ଆସବାବପତ୍ର ଜଳିଯାଇଛି ।
ତେବେ ନିଆଁ ଲାଗିବାର କୌଣସି ନିର୍ଦ୍ଧିଷ୍ଟ କାରଣ ଜଣାପଡିନଥିଲେ ବି ହୋଟେଲ ଚୁଲାରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ରାସ୍ତା ପାର୍ଶ୍ଵର ଏହି ଘଟଣା ଘଟିଥିବାରୁ ଟ୍ରାଫିକ ଜାମ ହୋଇଥିଲା । ସହଦେଵଖୁଣ୍ଟା ମଡେଲ ଥାନା ଇନ୍ସପେକ୍ଟର ପରେଶ ରାଉତ ଓ ଟ୍ରାଫିକ ଥାନା ଓଆଇସି ପ୍ରଶାନ୍ତ କୁମାର ରଣସିଂହ ଉପସ୍ଥିତ ରହି ଟ୍ରାଫିକ ନିୟନ୍ତ୍ରଣ କରିଥିଲେ ।
ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ