ବାଲେଶ୍ବର: କୃଷକ ଗଣ ସତ୍ୟାଗ୍ରହ ଅନୁଷ୍ଠିତ ହୋଇଯାଇଛି । ବାଲେଶ୍ଵର ଜିଲ୍ଲା ରେମୁଣା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ କୃଷକ ଗଣ ସତ୍ୟାଗ୍ରହ ଅନୁଷ୍ଠିତ ହୋଇଯାଇଛି।
କୃଷକ ସଭା ଜିଲ୍ଲା ସଭାପତି ପ୍ରେମରଞ୍ଜନ ପାତ୍ରଙ୍କ ଅଧ୍ୟକ୍ଷତାରେ ମହାତ୍ମା ଗାନ୍ଧୀଙ୍କ ସହିଦ ଦିବସରେ କୃଷକ ଗଣ ସତ୍ୟାଗ୍ରହ ହୋଇଥିଲା। ଏହି ସତ୍ୟାଗ୍ରହରେ ଦିଲ୍ଲୀ ଚଲୋ କୃଷକ ଆନ୍ଦୋଳନକୁ ସମର୍ଥନ ଜଣାଇ କୃଷକ ବିରୋଧୀ କୃଷି ଆଇନ ୩ଟିକୁ ରଦ୍ଦ କରିବା ପାଇଁ ଦାବି ହୋଇଥିଲା ।
ବିଦ୍ୟୁତ ବିଲ୍ ୨୦୨୦, କୃଷକ ମାନଙ୍କ ଉପରେ ମିଥ୍ୟା ମକଦ୍ଦମା ପ୍ରତ୍ୟାହାର କରିବା ଭଳି ଦାବି ହୋଇଥିଲା।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ