ETV Bharat / state

ଦିନେ ଘୁଙ୍ଗୁର ତାଳରେ କରୁଥିଲେ ମତୁଆଲା, ଆଜି ଚିକିତ୍ସାରେ ବାଧକ ସାଜିଛି ଅର୍ଥ

author img

By

Published : Jan 17, 2021, 5:41 PM IST

ସେ ଯେତେବେଳେ ଥିଏଟର ମଞ୍ଚ ଉପରକୁ ଉଠୁଥିଲେ ଦର୍ଶକଙ୍କ ତାଳିରେ କମ୍ପି ଉଠୁଥିଲା ପରିବେଶ । 60 ରୁ 90 ଦଶକ ମଧ୍ୟରେ ସେ ଥିଲେ ଓଡ଼ିଶାର ସବୁଠାରୁ ଚର୍ଚ୍ଚିତ ନାୟିକା । ବାଲେଶ୍ଵର ଜିଲ୍ଲା ଔପଦା ବ୍ଲକ କାଣ୍ଡଗରଡ଼ି ଗାଁର କୁଞ୍ଜଲତା ଦାସ, ନୃତ୍ୟାଙ୍ଗନାରୁ କ୍ୟାରିଅର ଆରମ୍ଭ କରି ଧୀରେଧୀରେ ଦୁରଦର୍ଶନ, ଯାତ୍ରା ନାଟକ, ଥିଏଟର ଓ ସିନେମାରେ ପାଦ ଥାପି ଦେଖାଇଥିଲେ ନିଜ ଅଭିନୟର ଯାଦୁ । ଅଧିକ ପଢନ୍ତୁ...

famous artist kunjalata das suffered dangerous disease ad need government help to cure
ରୋଗ ଶଯ୍ୟାରେ 60 ଦଶକର ଚର୍ଚ୍ଚିତ ନାୟିକା କୁଞ୍ଜଲତା

ବାଲେଶ୍ବର : ସେ ଯେତେବେଳେ ଥିଏଟର ମଞ୍ଚ ଉପରକୁ ଉଠୁଥିଲେ ଦର୍ଶକଙ୍କ ତାଳିରେ କମ୍ପି ଉଠୁଥିଲା ପରିବେଶ । ତାଙ୍କ ଅଭିନୟ ଯାଦୁରେ ମତୁଆଲା ଥିଲେ ଦର୍ଶକ । 60 ରୁ 90 ଦଶକ ମଧ୍ୟରେ ସେ ଥିଲେ ଓଡ଼ିଶାର ସବୁଠାରୁ ଚର୍ଚ୍ଚିତ ନାୟିକା । ଥିଏଟର ଠାରୁ ଆରମ୍ଭ କରି ସିନେମା ଓ ଯାତ୍ରା ଜଗତରେ ସେ ଅନେକ ନାଁ କମେଇଛନ୍ତି । ପାଦରେ ନୁପୁର ବାନ୍ଧି ପ୍ରଥମେ ସେ ଜଣେ ନୃତ୍ୟାଙ୍ଗନା ଓ ପରେ ସାରା ଓଡ଼ିଶାର ଜଣେ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଚର୍ଚ୍ଚାରେ ରହିଥିଲେ । ହେଲେ ଆଜି ବୟସାଧିକ କାରଣରୁ ସେ ସମ୍ପୂର୍ଣ୍ଣ ଭାବେ ଶଯ୍ୟାଶାୟୀ । ଆଉ ଏହିଭଳି ଜଣେ ସମୟ ସ୍ରୋତରେ ନିରବି ଯାଇଥିବା କଳାକାର ହେଉଛନ୍ତି ବହୁ ପ୍ରତିଷ୍ଠା ଲାଭ କରିଥିବା କଳାକାର କୁଞ୍ଜଲତା ଦାସ ।

ବାଲେଶ୍ଵର ଜିଲ୍ଲା ଔପଦା ବ୍ଲକ କାଣ୍ଡଗରଡ଼ି ଗାଁର କୁଞ୍ଜଲତା, ନୃତ୍ୟାଙ୍ଗନାରୁ କ୍ୟାରିଅର ଆରମ୍ଭ କରି ଧୀରେଧୀରେ ଦୁରଦର୍ଶନ, ଯାତ୍ରା ନାଟକ, ଥିଏଟର ଓ ସିନେମାରେ ପାଦ ଥାପି ଦେଖାଇଥିଲେ ନିଜ ଅଭିନୟର ଯାଦୁ । ସିନେମା ଶହ କୁଞ୍ଜଲତା ପ୍ରାୟ ଦୁଇଶହରୁ ଅଧିକ ମଞ୍ଚ ନାଟକରେ ଅଭିନୟ କରିଛନ୍ତି । 1961 ମସିହାରେ ସୋରରେ ହେଉଥିଲା ଅନ୍ନପୂର୍ଣ୍ଣା ଥିଏଟର ନାଟକ । ସେଠାକୁ କୁଞ୍ଜଲତା ନାଟକ ଦେଖିବାକୁ ଯାଇଥିଲେ । ଥିଏଟର ମ୍ୟାନେଜର କୁଞ୍ଜଲତାଙ୍କୁ ଥିଏଟରରେ ନେବାପାଇଁ ଆଗ୍ରହ ପ୍ରକାଶ କରି ତାଙ୍କ ସହ ଚୁକ୍ତି କରିଥିଲେ । ସେହିଦିନ ଠାରୁ କୁଞ୍ଜଲତା 35 ଟଙ୍କା ଦରମାରେ ଅଭିନୟ ଆରମ୍ଭ କରିଥିଲେ । ଜାଗରଣ ଥିଲା କୁଞ୍ଜଲତାଙ୍କ ପ୍ରଥମ ନାଟକ, ଯେଉଁଥିରେ କୁଞ୍ଜଲତାଙ୍କ ଅଭିନୟ ଦର୍ଶକମାନଙ୍କୁ ବେଶ ଆକର୍ଷିତ କରିଥିଲା ।

ତାଙ୍କ ଅଭିନୀତ ଲକ୍ଷେ ହୀରା, ତୁଳା କନ୍ୟା, ଶ୍ରୀୟା ଚଣ୍ଡାଳୁଣୀ, ସତୀ ଅନୁସୟା, ଅପରାଜିତା, ଦୋଳମୁକୁଟ ଭଳି ନାଟକ ବେଶ ଆଦୃତ ହୋଇଛି । ସେତେବେଳେ ପରିବାରର ବିରୋଧ ସତ୍ତ୍ୱେ ଅଭିନୟକୁ ଆପଣେଇ କୁଞ୍ଜଲତା ବେଶ ନାଁ କମେଇଛନ୍ତି । 1967 ମସିହାରେ ଶ୍ରୀମନ୍ତ ଦାସଙ୍କ ସହ କୁଞ୍ଜଲତାଙ୍କ ବିବାହ ହୋଇଥିଲା । ପରିବାର ଓ ଅଭିନୟ ଉଭୟକୁ ବେଶ ଭଲଭାବେ ସେ ସମ୍ଭାଳିଥିଲେ ।

1991 ରେ ଅନ୍ନପୂର୍ଣ୍ଣା ଥିଏଟର ବନ୍ଦ ହେବାପରେ ସେ ଯାତ୍ରା ଜଗତରେ ପାଦ ଥାପିଥିଲେ । ହେଲେ ଯାତ୍ରାରେ ଅଭିନୟ କରିବା ତାଙ୍କୁ ଆତ୍ମସନ୍ତୋଷ ଦେଇ ନଥିଲା । ସେହିପରି 1972 ରେ ପ୍ରଥମ କରି ସିନେମା ଜଗତରେ ପାଦଥାପି ‘ଘର ସଂସାର’ ଚଳଚିତ୍ରରେ ଅଭିନୟ କରିଥିଲେ । ‘କଣ୍ଢେଇ’ ସିନେମାରେ ଶେଷ ଅଭିନୟ ସହ ସେ 14ଟି ସିନେମାରେ ଦେଖାଇଛନ୍ତି ତାଙ୍କର ଅଭିନୟ ଯାଦୁ । ପରେ ଦୂରଦର୍ଶନରେ ପ୍ରାୟ 50ରୁ ଅଧିକ ସିରିଏଲରେ ଅଭିନୟ କରିଛନ୍ତି । କଳାକୁ ସୁଦୂର ପ୍ରସାର କରିବା ପାଇଁ ଆହ୍ଲାବାଦ ବିଶ୍ୱବିଦ୍ୟାଳୟରୁ 2004 ରେ ନାଚରେ ସ୍ନାତ୍ତକ ଉପାଧି ପାଇଥିଲେ । 2003 ରେ ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ବିଶିଷ୍ଟ ସମ୍ମାନ ଭାବେ ତାମ୍ର ଫଳକ ଓ ଆର୍ଥିକ ସମ୍ମାନରେ ସମ୍ମାନିତ ହୋଇଥିଲେ । ଏମିତି ଅନେକ ସ୍ଥାନରେ ସେ ସମ୍ମାନିତ ହୋଇଛନ୍ତି । ହେଲେ ଆଜି ବୟସର ଅପରାହ୍ନରେ ସେ ଶଯ୍ୟାଶାୟୀ ହୋଇଯାଇଛନ୍ତି । ରୋଗ ବ୍ୟାଧି ଘୁଙ୍ଗୁର ବନ୍ଧା ପାଦରେ ତାଙ୍କର ବେଡି ପକାଇ ଦେଇଛି । 2020 ମାର୍ଚ୍ଚ ମାସରେ ସେ ହଠାତ ପଡି ଯାଇଥିଲେ । ସେହିଦିନ ଠାରୁ ସେ ଶଯ୍ୟାଶାୟୀ । ଘରେ ଦୁଇ ବୋହୁ ତାଙ୍କୁ ସେବା କରୁଛନ୍ତି । ସକାଳ ଠାରୁ ରାତି ଯାଏ ତାଙ୍କର ସମସ୍ତ କଥା ବୋହୁମାନେ ବୁଝୁଛନ୍ତି । ମାସିକ କଳାକାର ଭତ୍ତା 1200 ଟଙ୍କାକୁ ପରିବାରର ଆର୍ଥିକ ଅନଟନ ତାଙ୍କ ଚିକିତ୍ସାରେ ବାଧକ ସାଜିଛି । ସରକାରୀ ସ୍ତରରେ କୁଞ୍ଜଲତାଙ୍କ ଚିକିତ୍ସା ଖର୍ଚ୍ଚ ବହନ କରିବାକୁ ଦାବି ହୋଇଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.