ETV Bharat / state

ମେଡିକାଲ ବେଡରେ ସ୍ୱାମୀ, ଚିକିତ୍ସା ପାଇଁ ସହାୟତା ମାଗୁଛି ସ୍ତ୍ରୀ

author img

By ETV Bharat Odisha Team

Published : Dec 30, 2023, 7:01 PM IST

Help for treatment: ଦୁର୍ଘଟଣା ପରେ ଜୀବନ ମରଣ ସହ ସଂଘର୍ଷ କରୁଛନ୍ତି ଗଙ୍ଗାଧର । ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ସହାୟତା ପାଇଁ ଆକୁଳ ନିବେଦନ କରିଛନ୍ତି ସ୍ତ୍ରୀ । ଅଧିକ ପଢନ୍ତୁ,

help needed
ସହାୟତା ମାଗୁଛି ସ୍ତ୍ରୀ
ସହାୟତା ମାଗୁଛି ସ୍ତ୍ରୀ

ବାଲେଶ୍ବର: ସ୍ୱାମୀର ଜୀବନ ବଞ୍ଚାଇବାକୁ ସ୍ତ୍ରୀର ଆକୁଳ ନିବେଦନ। ଏକ ଦୁର୍ଘଟଣା ବଦଳାଇ ଦେଇଛି ବଞ୍ଚିବାର ଶୈଳୀ। ସ୍ୱାମୀ ମେଡିକାଲ ବେଡ଼ରେ ଜୀବନ ମରଣ ସହ ସଂଘର୍ଷ କରୁଥିବାବେଳେ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ଏଣୁ ସ୍ବାମୀଙ୍କ ଜୀବନ ବଞ୍ଚାଇବା ପାଇଁ ସ୍ତ୍ରୀ ଏବେ ସାହାଯ୍ୟ ଭିକ୍ଷା ମାଗୁଛନ୍ତି। ସ୍ବାମୀଙ୍କ ନୂଆ ଜୀବନ ପାଇଁ ଓଡିଶାବାସୀଙ୍କ ପାଖରୁ ସେ ଲୋଡ଼ିଛନ୍ତି ସହାୟତା । ବାଲେଶ୍ଵର ଜିଲ୍ଲା ସୋର ବ୍ଲକ ମଧୁସୂଦନପୁର ଗାଁରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା।

ସୂଚନା ଅନୁସାରେ, ମଧୁସୂଦନପୁର ଗ୍ରାମର ବିଜୟ ନାୟକଙ୍କ ପୁଅ ଗଙ୍ଗାଧର ପଞ୍ଚଲିଙ୍ଗେଶ୍ୱରରୁ ଫେରୁଥିବାବେଳେ ବିଦୁ ନିକଟରେ ତାଙ୍କ ବାଇକ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣାରେ ଗୁରୁତର ହୋଇ ଗଙ୍ଗାଧର ବାଲେଶ୍ଵର ମେଡିକାଲ ଓ ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର ହୋଇଥିଲେ। ତାଙ୍କର ବେକ ଓ ମୁଣ୍ଡରେ ଆଘାତ ଲାଗିଥିବା ଯୋଗୁଁ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ଚିକିତ୍ସା ସରକାରୀ ସ୍ୱାସ୍ଥ୍ୟ କାର୍ଡରେ କରାଯାଇଥିଲା। ହେଲେ ପରବର୍ତ୍ତୀ ସମୟରେ କାର୍ଡର ଲିମିଟ୍ ଶେଷ ହୋଇଯାଇଥିଲା ।

ଅନ୍ୟପଟେ କାର୍ଡର ଲିମିଟ ସରିବା ପରେ ପ୍ରାୟ ଦେଢ଼ ଲକ୍ଷ ଟଙ୍କା ପରିବାରଲୋକେ ଖର୍ଚ୍ଚ କରି ସାରିଛନ୍ତି। ହେଲେ ଏବେବି ମେଡିକାଲ ବେଡ଼ରେ ଗଙ୍ଗାଧର ଜୀବନ ସହ ସଂଗ୍ରାମ କରୁଛନ୍ତି । ତେବେ ପରିବାର କହିଲେ ବୃଦ୍ଧ ବାପା ମାଆ, ଜେଜେମା, ସ୍ତ୍ରୀ ଓ ପୁଅ। ଗଙ୍ଗାଧରଙ୍କ ସ୍ତ୍ରୀ ସବିତା ନାୟକ କହିଛନ୍ତି, "ଚିକିତ୍ସା ପାଇଁ ଧାର କରଜ କରିବା ସହ ଜମି ଓ ଗହଣା ସବୁ ବିକ୍ରି କରିସାରିଛୁ । ଚିକିତ୍ସା ପାଇଁ ଯଦି କେହି ସହାୟତା କରନ୍ତେ ତେବେ ସେ ସୁସ୍ଥ ହୋଇପାରନ୍ତେ ।"

ଏହା ମଧ୍ୟ ପଢନ୍ତୁ...ଯାଆଁଳା ଭଉଣୀ ଗଙ୍ଗା-ଯମୁନା, ବଞ୍ଚିବାକୁ ଅହରହ କରୁଛନ୍ତି ସଂଘର୍ଷ

ଏହା ମଧ୍ୟ ପଢନ୍ତୁ...ପିଠିରେ ବଢୁଛି ମାଂସ ପିଣ୍ଡୁଳା, ବଞ୍ଚିବାକୁ କାନ୍ଦି କାନ୍ଦି ଗୁହାରି କରୁଛନ୍ତି କବିତା

ଏଭଳି ସ୍ଥିତିରେ ଚିକିତ୍ସା ପାଇଁ ଯଦି କେହି ବ୍ୟକ୍ତି କିମ୍ବା ସାମାଜିକ ଅନୁଷ୍ଠାନ ସହାୟତାର ହାତ ବଢାଇବାକୁ ଚାହୁଁଥାନ୍ତି ତେବେ ଗଙ୍ଗାଧରଙ୍କ ଫୋନ ପେ ଓ ଗୁଗୁଲ ପେ- 8018894588 ନମ୍ବରରେ ସହାୟତା ରାଶି ପଠାଇପାରିବେ। ଧାର କରଜ କରିବା ସହ ଜମି ଓ ସୁନା ଗହଣା ସବୁ ବିକ୍ରି କରି ସର୍ବଶ୍ବାନ୍ତ ହୋଇପଡିଛନ୍ତି ପରିବାର । ଏଭଳି ସ୍ଥିତିରେ ଉଜୁଡି ଯାଇଥିବା ପରିବାର ସଜାଡିବା ପାଇଁ ସମସ୍ତଙ୍କୁ କୋହଭରା କଣ୍ଠରେ ସହାୟତା ପାଇଁ ନିବେଦନ କରିଛନ୍ତି ଗଙ୍ଗାଧରଙ୍କ ସ୍ତ୍ରୀ ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.