ବାଲେଶ୍ବର: ବାଲେଶ୍ଵର ଚାରୁ ଓ କଳା ମହାବିଦ୍ୟାଳୟର ଜଣେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ପୂର୍ବତନ ଅଧ୍ୟାପକଙ୍କୁ ଗିରଫ କରିଛି ପୋଲିସ । କଲେଜର ଅଧ୍ୟାପକ ଶଶାଙ୍କ ଶେଖର ଦାସ କଲେଜର ଇତିହାସ ଅଧ୍ୟାପକ ଭାବେ କାର୍ଯ୍ୟ କରୁଥିଲେ। ଘରେ ସେ ଛାତ୍ରଛାତ୍ରୀଙ୍କୁ ସବୁ ବିଷୟରେ ଟ୍ୟୁସନ କରୁଥିଲେ।
ଟ୍ୟୁସନ ବାହାନାରେ ଅଧ୍ୟାପକ ଜଣେ ଛାତ୍ରୀଙ୍କୁ ଅସଦାଚରଣ କରିଥିଲେ। ଯାହାର ଭିଡ଼ିଓ ଭାଇରାଲ ହୋଇଥିଲା। ଏନେଇ ଥାନାରେ ଅଭିଯୋଗ ପରେ ସଂପୃକ୍ତ ଅଧ୍ୟାପକଙ୍କୁ ଗିରଫ କରାଯାଇଛି। ଉଭୟ ଛାତ୍ରୀ ଓ ଅଧ୍ୟାପକଙ୍କୁ ଡାକ୍ତରୀ ମାଇନା ପାଇଁ ପଠାଯାଇଛି। ତେବେ ସମ୍ପୃକ୍ତ ଅଧ୍ୟାପକ 6 ମାସ ତଳେ କଲେଜରୁ ଇସ୍ତଫା ଦେଇ ସାରିଛନ୍ତି।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ