ETV Bharat / state

ବାଲେଶ୍ବରରେ ବାତ୍ୟା ସମୀକ୍ଷା କରିଛନ୍ତି ଶକ୍ତିମନ୍ତ୍ରୀ, ଜିରୋ କାଜୁଆଲିଟି ଲକ୍ଷ୍ୟ - cyclone yash

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ବାଲେଶ୍ବରେ ବାତ୍ୟା ନେଇ ସମୀକ୍ଷା କରିଛନ୍ତି ଶକ୍ତି ମନ୍ତ୍ରୀ ଓ ପର୍ଯ୍ୟଟନ ମନ୍ତ୍ରୀ । ଜିରୋ କାଜୁଆଲିଟି ଉପରେ ଅଧିକ ଗୁରୁତ୍ବ ଦିଆଯାଇଛି ବୋଲି କହିଛନ୍ତି ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର । ଅଧିକ ପଢନ୍ତୁ...

ବାଲେଶ୍ଵରରେ ବାତ୍ୟା ସମୀକ୍ଷା
ବାଲେଶ୍ଵରରେ ବାତ୍ୟା ସମୀକ୍ଷା
author img

By

Published : May 25, 2021, 2:43 PM IST

ବାଲେଶ୍ବର: ଧିରେ ଧିରେ ଭୟଙ୍କର ହେଉଛି ବାତ୍ୟା ୟସ । ବାତ୍ୟାର ମୁକାବିଲା ପାଇଁ ସମୂର୍ଣ୍ଣ ପ୍ରସ୍ତୁତ ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ବାଲେଶ୍ବରେ ବାତ୍ୟା ନେଇ ସମୀକ୍ଷା କରିଛନ୍ତି ଶକ୍ତି ମନ୍ତ୍ରୀ ଓ ପର୍ଯ୍ୟଟନ ମନ୍ତ୍ରୀ । ଜିରୋ କାଜୁଆଲିଟି ଉପରେ ଅଧିକ ଗୁରୁତ୍ବ ଦିଆଯାଇଛି ବୋଲି କହିଛନ୍ତି ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ।

ବାଲେଶ୍ଵରରେ ବାତ୍ୟା ସମୀକ୍ଷା

ଜିଲ୍ଲାର ସମସ୍ତ ବାତ୍ୟା ଆଶ୍ରୟସ୍ଥଳୀରେ ପାଣି ଏବଂ ଖାଦ୍ୟ ସହ ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦିଆଯାଇଛି । ଲକ୍ଷ୍ମଣନାଥ ଟୋଲ ଗେଟ ଠାରୁ ପାଣି କୋଇଲି ଯାଏଁ 26 ତାରିଖରେ ଯାତାୟତକୁ ନିଷେଧ କରାଯାଇଛି । ସରକାରୀ ପମ୍ପ ହାଉସରୁ ପାଣି ଉଠାଯାଇ ଲୋକମାନଙ୍କୁ ଯୋଗାଇ ଦିଆଯିବ । ସେ ନେଇ ସବୁ ପମ୍ପ ହାଉସରେ ଅତିରିକ୍ତ ଜେନେରେଟର ବ୍ୟବସ୍ଥା କରାଯାଇଛି । ସେହିପରି କୋଭିଡ ହସ୍ପିଟାଲରେ ଅତିରିକ୍ତ ଜେନେରେଟର, ସହରରେ ବିଦ୍ୟୁତ ସରବରାହ ନେଇ ବ୍ୟବସ୍ଥା ହୋଇଛି । ବିଦ୍ୟୁତ, ଏବଂ ଅନ୍ୟାନ୍ୟ ଘଟଣାରେ ତୁରନ୍ତ ପଦକ୍ଷେପ ଉପରେ ଗୁରୁତ୍ବାରୋପ କରିଛନ୍ତି ଉଭୟ ଶକ୍ତିମନ୍ତ୍ରୀ ଓ ପର୍ଯ୍ୟଟନ ମନ୍ତ୍ରୀ ।

ସେହିପରି ଜିଲ୍ଲା ପ୍ରଶାସନ ପକ୍ଷରୁ ଟୋଲ ଫ୍ରି ନଂ 06782262286 ଜାରି କରାଯାଇଛି । ଏବେ ସୁଦ୍ଧା 50 ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ଜିଲ୍ଲାର ତଳିଆ ଗାଁ ଭାବେ 246ଟି ଗାଁ ପ୍ରଭାବିତ ହେବା ନେଇ ଆଶଙ୍କା ପ୍ରକାଶ କରାଯାଇଛି । ସେସବୁ ଗାଁ ଉପରେ ବିଶେଷ ଦୃଷ୍ଟି ଦିଆଯାଇଛି । ସେହିପରି ଓଡ୍ରାଫ ଓ ଏନଡିଆରଏଫ ଟିମ ବିଭିନ୍ନ ଅଞ୍ଚଳରେ ନିୟୋଜିତ ହୋଇଥିବା ସୂଚନା ଦେଇଛନ୍ତି ଜିଲ୍ଲାପାଳ କେ. ସୁର୍ଦଶନ ଚକ୍ରବର୍ତ୍ତୀ ।

ଆଜି ସନ୍ଧ୍ୟା ସୁଦ୍ଧା ଅତି ଭୀଷଣ ହେବ ବାତ୍ୟା ୟସ । ଧାମରା ଓ ଚାନ୍ଦବାଲି ମଧ୍ୟରେ ଲ୍ୟାଣ୍ଡଫଲ କରିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ସନ୍ଧ୍ୟା ସୁଦ୍ଧା ସମସ୍ତ ସ୍ଥାନାନ୍ତରଣ କାର୍ଯ୍ୟ ଶେଷ ହେବ ବୋଲି ସୂଚନା ଦେଇଛି ଏସଆରସି । ବାତ୍ୟାବେଳେ ବାହାରେ ବୁଲାବୁଲି ନ କରିବାରୁ ଏସଆରସିଙ୍କ ପରାମର୍ଶ ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.