ETV Bharat / state

ନିର୍ବାଚନ ଡ୍ୟୁଟିରେ ନିୟୋଜିତ ଡ୍ରାଇଭରଙ୍କ ଅସନ୍ତୋଷ, ମିଳୁନି ଆବଶ୍ୟକୀୟ ସୁବିଧା - availbale

ବାଲେଶ୍ବରରେ ଶେଷ ପର୍ଯ୍ୟାୟ ନିର୍ବାଚନ ଆସନ୍ତା 29 ତାରିଖରେ ଅନୁଷ୍ଠିତ ହେବ । ନିର୍ବାଚନ ଡ୍ୟୁଟିରେ ନିୟୋଜିତ ଗାଡି ଗୁଡିକୁ 22 ତାରିଖରୁ ଡ଼କାଯାଇ ରିଜର୍ଭ ପୋଲିସ ପଡ଼ିଆରେ ପାର୍କିଂ କରାଯାଇଛି । ମାତ୍ର ସେଠାରେ ପିଇବା ପାଣି, ଶୌଚାଳୟ, ଖାଇବାର କୌଣସି ବ୍ୟବସ୍ଥା ନଥିବାରୁ ଡ୍ରାଇଭରମାନେ ନାନାଦି ଅସୁବିଧା ଭୋଗୁଥିବା ଅଭିଯୋଗ କରିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର
author img

By

Published : Apr 23, 2019, 9:47 PM IST

ବାଲେଶ୍ବର: ଚଳିତ ସାଧାରଣ ନିର୍ବାଚନ ମତଦାନ ପାଇଁ ଡ୍ୟୁଟିରେ ନିୟୋଜିତ ଗାଡ଼ିର ଶତାଧିକ ଡ୍ରାଇଭର ନାନାଦି ଅବ୍ୟବସ୍ଥାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ନିତ୍ୟକର୍ମଠାରୁ ଆରମ୍ଭ କରି ଖାଇବା ପିଇବା ସବୁଥିରେ ନାହିଁନଥିବା ହଇରାଣ ହେଉଥିବା ଅଭିଯୋଗ କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ସୂଚନା ଅନୁସାରେ ବାଲେଶ୍ବରରେ ଶେଷ ପର୍ଯ୍ୟାୟ ନିର୍ବାଚନ ଆସନ୍ତା 29 ତାରିଖରେ ଅନୁଷ୍ଠିତ ହେବ । ନିର୍ବାଚନ ଡ୍ୟୁଟିରେ ନିୟୋଜିତ ଗାଡି ଗୁଡିକୁ 22 ତାରିଖରୁ ଡ଼କାଯାଇ ରିଜର୍ଭ ପୋଲିସ ପଡ଼ିଆରେ ପାର୍କିଂ କରାଯାଇଛି । ମାତ୍ର ସେଠାରେ ପିଇବା ପାଣି, ଶୌଚାଳୟ, ଖାଇବାର କୌଣସି ବ୍ୟବସ୍ଥା ନଥିବାରୁ ଡ୍ରାଇଭରମାନେ ନାନାଦି ଅସୁବିଧା ଭୋଗୁଥିବା କହିଛନ୍ତି ।

ଏହି ସବୁ ଅସୁବିଧା ସଂକ୍ରାନ୍ତରେ ଡ୍ରାଇଭରମାନେ ପ୍ରଶାସନକୁ ଅବଗତ କରାଇଥିଲେ ବି କୌଣସି ସୁଫଳ ମିଳିପାରି ନାହିଁ । ପଡ଼ିଆରେ ପାଖାପାଖି 150ଟି ଗାଡି ରହିଥିବା ବେଳେ ଡ୍ରାଇଭରମାନେ ନିତ୍ୟକର୍ମ କରିବାକୁ ବହୁ ଅସୁବିଧା ଭୋଗୁଥିବା ଡ୍ରାଇଭରମାନେ କହିଛନ୍ତି । ଭୁବନେଶ୍ବରରୁ ଆସିଥିବା ଗାଡି ଡ୍ରାଇଭରଙ୍କୁ ସବୁ ସୁବିଧା ମିଳୁଥିବା ବେଳେ ବାଲେଶ୍ଵର ଗାଡି ଡ୍ରାଇଭରଙ୍କୁ କିଛି ମିଳୁ ନଥିବା ଅଭିଯୋଗ ହୋଇଛି । ରାତିସାରା ଗାଡି ଭିତରେ ଡ୍ରାଇଭରମାନେ ଶୋଉଥିବା ବେଳେ ସେମାନଙ୍କ ପାଇଁ ପ୍ରଶାସନ କୌଣସି ବ୍ୟବସ୍ଥା କରି ନାହିଁ ବୋଲି ଅଭିଯୋଗ କରାଯାଇଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.