ବାଲେଶ୍ଵର: ବଡ଼ଭାଇର ମରଣାନ୍ତକ ଆକ୍ରମଣରେ ସାନଭାଇର ମୃତ୍ୟୁ ଅଭିଯୋଗ। ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ଅଧିନସ୍ଥ ବରଦା ପଞ୍ଚାୟତର ବିଷ୍ଣୁପୁର ଗାଁରେ ଏଭଳି ଚାଞ୍ଚଲ୍ୟକର ଘଟଣା ଦେଖିବାକୁ ମିଳିଛି।
ଏହାକୁ ନେଇ ବଡ଼ଭାଇ କୈଳାସ ଉତ୍ୟକ୍ତ ହୋଇ ସୁରେଶଙ୍କୁ ଏକ ଧାରୁଆ ଖଣ୍ଡାରେ ଆକ୍ରମଣ କରିଥିଲେ । ଗୁରୁତର ଅବସ୍ଥାରେ ସୁରେଶଙ୍କୁ ଭଦ୍ରକ ମେଡିକାଲ ନିଆଯାଇଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ସିମୁଳିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଏ ଘଟଣାରେ 3ଜଣଙ୍କୁ ଅଟକ ରଖିଛି।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ