ବାଲେଶ୍ବର: ନକଲି ମଦ କାରଖାନା ଉପରେ ବାଲେଶ୍ବର ଜିଲ୍ଲା ଅବକାରୀ ବିଭାଗର(Balasore Excise Department) 20 ଜଣିଆ ଟିମ ଚଢ଼ାଉ । ବାଲେଶ୍ଵର ଜିଲ୍ଲା ଅବକାରୀ ବିଭାଗ ଦ୍ବାରା ବିପୁଳ ପରିମାଣ ନକଲି ମଦ ତିଆରି ସାମଗ୍ରୀ ଜବତ କରାଯାଇଛି । ତେବେ ପଶ୍ଚିମବଙ୍ଗରୁ ବିଭିନ୍ନ ସାମଗ୍ରୀ ଓଡ଼ିଶା ଅଣାଯାଇ ସିଂଲା ଥାନା ଅଞ୍ଚଳରେ ସାହାଡ଼ା ଗାଁରେ ପ୍ରସ୍ତୁତ କରାଯାଉଥିଲା। ଏ ସମ୍ପର୍କରେ ଖବର ପାଇ ଜିଲ୍ଲା ଅବକାରୀ ବିଭାଗର 20 ଜଣିଆ ଟିମ ଚଢ଼ାଉ କରିଥିଲା ।
ସେଠାରୁ ଲେବୁଲ, ଠିପି, ସ୍ପିରିଟ, ବୋତଲ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ। ଅନ୍ୟପଟେ ଭୋଗରାଇ ଅଞ୍ଚଳରେ 280 ଲିଟର ଚୋରା ଦେଶୀ ମଦ ଜବତ କରିଛି ଟିମ । ଏହାସହ ଭୋଗରାଇରୁ ତିନି ଜଣ ଗିରଫ ହୋଇଥିବା ସୂଚନା ମିଳିଛି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ