ETV Bharat / state

ନକଲି ସରକାରୀ ବାବୁଙ୍କ ସାଙ୍ଘାତିକ ଠକେଇ, କାଳିଆ ଟଙ୍କା ଦେବାକୁ କହି ଲୁଟିନେଲେ ଲକ୍ଷାଧିକ ଟଙ୍କା

ବାଲେଶ୍ବର ଜିଲ୍ଲା ନୀଳଗିରି ଅଞ୍ଚଳରେ ଘଟିଛି ଏକ ବଡ ଧରଣର ଠକାମୀ । ନିରୀହ ଆଦିବାସୀ ଲୋକଙ୍କୁ କାଳିଆ ଯୋଜନା ଟଙ୍କା ଦେବେ କହି ଡିଜିଟାଲ ମାଧ୍ୟମରେ ନିଜକୁ ସରକାରୀ ବାବୁର ପରିଚୟ ଦେଇ ସମସ୍ତଙ୍କ ଆକାଉଣ୍ଟ ଖାଲି କରିଦେଇଛିନ୍ତି । ଅଧିକ ପଢନ୍ତୁ

author img

By

Published : Jun 2, 2022, 10:52 PM IST

ନକଲି ସରକାରୀ ବାବୁଙ୍କ ସାଙ୍ଘାତିକ ଠକେଇ, କାଳିଆ ଟଙ୍କା ଦେବାକୁ କହି ଲୁଟିନେଲେ ଲକ୍ଷାଧିକ ଟଙ୍କା
ନକଲି ସରକାରୀ ବାବୁଙ୍କ ସାଙ୍ଘାତିକ ଠକେଇ, କାଳିଆ ଟଙ୍କା ଦେବାକୁ କହି ଲୁଟିନେଲେ ଲକ୍ଷାଧିକ ଟଙ୍କା

ବାଲେଶ୍ବର: ସରକାରୀ ବାବୁର ପରିଚୟ ଦେଲେ, ନିରୀହ ଆଦିବାସୀ ଲୋକଙ୍କୁ କାଳିଆ ଯୋଜନା ଟଙ୍କା ଦେବେ ବୋଲି କହିଲେ, କିଛି ଲୋକଙ୍କୁ ଟଙ୍କା ବି ଦେଲେ ହେଲେ ଡିଜିଟାଲ ଉପାୟରେ ଲୁଟି ନେଇଗଲେ ଲକ୍ଷାଧିକ ଟଙ୍କା । ଏମିତି ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ନୀଳଗିରି ଅଞ୍ଚଳରେ । ସୂଚନା ଅନୁସାରେ, ନୀଳଗିରି ବ୍ଲକ ଆଦିବାସୀ ବହୁଳ ଅଞ୍ଚଳ ପିଠାହତା ପଞ୍ଚାୟତରେ ଘଟିଛି ଏମିତି ଘଟଣା ।

ଚାପଲସାହି ଗ୍ରାମରେ ପ୍ରାୟତଃ ସଭିଏଁ ଆଦିବାସୀ ସମ୍ପ୍ରଦାୟର ନିରକ୍ଷର ଅଟନ୍ତି । ନିରୀହ ଲୋକଙ୍କର ନିରକ୍ଷରତାର ସୁଯୋଗ ନେଇ ଡିଜିଟାଲ ଲୁଟେରା ଗାଁରେ ପହଞ୍ଚି ଲୁଟି ନେଇଛନ୍ତି ଲକ୍ଷାଧିକ ଟଙ୍କା । ଦୁଇ ଜଣ ଠକ କିଛିଦିନ ପୂର୍ବରୁ od22u7336 ଏକ ଗ୍ଲେମର ବାଇକରେ ଗାଁକୁ ଏକ ଲାପଟପ ଓ ବାୟମେଟ୍ରିକ ମେସିନ ଆଣି ନିଜକୁ ସରକାରୀ ବାବୁର ପରିଚୟ ଦେଇଥିଲେ । ପରେ କାଳିଆ ଯୋଜନାରେ ଦୁଇ ହଜାର ଟଙ୍କା ଆସିଛି କହିବା ସହ ଗାଁ ଲୋକଙ୍କୁ ପରିଚୟ ପତ୍ର ସହ ବ୍ୟାଙ୍କ ପାସବୁକ ମାଗିଥିଲେ । ନିରୀହ ଲୋକେ ମଧ୍ୟ ସମସ୍ତ ଡକମେଣ୍ଟ ଦେଇଥିଲେ । ପରେ କିଛି ଲୋକଙ୍କୁ ଦୁଇ ହଜାର ଟଙ୍କା ଦେଇଥିଲେ । ଲୋକମାନେ ଏଥିରେ ଖୁସି ବି ହୋଇଯାଇଥିଲେ । ଫିଙ୍ଗର ପ୍ରିଣ୍ଟ ନେବାସହ ଲୋକଙ୍କୁ ଭକୁଆ ବନାଇ ଚାଲିଗଲେ ନକଲି ସରକାରୀ ବାବୁ ।

କିଛିଦିନ ପରେ ଗାଁର ଜଣେ ମହିଳା ବ୍ୟାଙ୍କରୁ ଟଙ୍କା ଉଠାଇବା ପାଇଁ ଯାଇଥିବା ବେଳେ ଆକାଉଣ୍ଟ ଖାଲି ହୋଇଯାଇଥିବା ଜଣାପଡିଥିଲା । ପରେ ସମସ୍ତ ଗ୍ରାମବାସୀ ନିଜର ଆକାଉଣ୍ଟ ଚେକ ପରେ କାହାରି ଆକାଉଣ୍ଟରେ ଟଙ୍କାଟିଏ ବି ନଥିବା ଜଣାପଡିଥିଲା । ଏ ବିଷୟରେ ସ୍ଥାନୀୟ ସରପଞ୍ଚଙ୍କୁ ଜଣାଇବା ପରେ ଏମିତି ଠକେଇ ବିରୋଧରେ ବରହମପୁର ଥାନାରେ ଲିଖିତ ଅଭିଯୋଗ ହୋଇଥିବା ଜଣାପଡିଛି ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.