ETV Bharat / state

ଉଚ୍ଚଶିକ୍ଷା ପାଇଁ ଆଦିବାସୀ ଛାତ୍ରଛାତ୍ରୀଙ୍କ ଦୁଦେଲା ଜାୱରା ଉତ୍ସବ ପାଳିତ - ଆଦିବାସୀ ଛାତ୍ରଛାତ୍ରୀ

ବାଲେଶ୍ବର ଜିଲ୍ଲାର ତହସିଲଭୁକ୍ତ ଉପଜାତି ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକଙ୍କ ମଧ୍ୟରେ ଉଚ୍ଚଶିକ୍ଷା ପାଇଁ ଆଗ୍ରହ ସୃଷ୍ଟି କରିବାକୁ ଫକୀର ମୋହନ ସ୍ବୟଂ ଶାସିତ ମହାବିଦ୍ୟାଳୟ ପରିସରରେ ଆଦିବାସୀ ଛାତ୍ର ଉନ୍ନୟନ ପକ୍ଷରୁ ଏହି ଉତ୍ସବ ପାଳିତ ହୋଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର
author img

By

Published : Aug 25, 2019, 6:27 PM IST

ବାଲେଶ୍ବର: ଜିଲ୍ଲାର ତହସିଲଭୁକ୍ତ ଉପଜାତି ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକଙ୍କ ମଧ୍ୟରେ ଉଚ୍ଚଶିକ୍ଷା ପାଇଁ ଆଗ୍ରହ ସୃଷ୍ଟି କରିବାକୁ ପ୍ରତିବର୍ଷ 'ଦୁଦେଲା ଜାୱରା 'ଉତ୍ସବ ପାଳିତ ହୋଇଥାଏ । ଚଳିତ ବର୍ଷ ମଧ୍ୟ ଫକୀର ମୋହନ ସ୍ବୟଂ ଶାସିତ ମହାବିଦ୍ୟାଳୟ ପରିସରରେ ଆଦିବାସୀ ଛାତ୍ର ଉନ୍ନୟନ ପକ୍ଷରୁ ଏହି ଉତ୍ସବ ପାଳିତ ହୋଇଛି । ଆୟୋଜିତ ଉତ୍ସବରେ ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷା ଗୀତାଶ୍ରୀ ରାଏ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ସମାଜର ଅବହେଳିତ ଓ ପଛୁଆ ବର୍ଗର ପିଲାମାନଙ୍କୁ ଉଚ୍ଚ ଶିକ୍ଷା ପ୍ରଦାନ ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି । ଯାହାର ପ୍ରଭାବରେ ଏହି କଲେଜରେ ପାଖାପାଖି 500 ପିଲା ପାଠ ପଢୁଛନ୍ତି ବୋଲି କହିଛନ୍ତି ଗୀତାଶ୍ରୀ ରାଏ ।

ସେ ଏହା ମଧ୍ୟ କହିଛନ୍ତି , ନିଜ ପିଲାଙ୍କୁ ଉଚ୍ଚ ଶିକ୍ଷା ଦେଇ ସେମାନଙ୍କ ପରିବାରରେ ଖୁସିର ଲହରୀ ଖେଳିଯିବା ସହ ଅନ୍ୟମାନଙ୍କ ମଧ୍ୟରେ ନିଜକୁ ଖାପଖୁଆଇ ନିଜର ସତ୍ତା ଅନୁଭବ କରିଛନ୍ତି । ଉତ୍ସବରେ ଅନ୍ୟ ଅତିଥିଙ୍କ ମଧ୍ୟରେ ସନ୍ତୋଷ କୁମାର ରାଉତ, ଶଙ୍କର ମୂର୍ମୁ, ସୁକୁଲାଲ୍ ମାରାଣ୍ଡି, ଦକ୍ଷିଣ ଚରଣ ମୂର୍ମୁ ପ୍ରମୁଖ ଯୋଗ ଦେଇ ଆଦିବାସୀଙ୍କ ଶିକ୍ଷା ପ୍ରଦାନ ଉପରେ ଗୁରୁତ୍ବାରୋପ କରିଥିଲେ ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:ଉଚ୍ଚଶିକ୍ଷା ପାଇଁ ବାଲେଶ୍ୱର ଜିଲ୍ଲାର ତଫସିଲଭୁକ୍ତ ଉପଜାତିର ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକ ମହଲରେ ଆଗ୍ରହ ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ପରି ଚଳିତ ବର୍ଷ ଫକୀର ମୋହନ ସ୍ଵୟଂ ଶାସିତ ମହାବିଦ୍ୟାଳୟ ପରିସରରେ ଆଦିବାସୀ ଛାତ୍ର ଊନି ୟନ ପକ୍ଷରୁ ଦୁଦେଲା ଜାୱରା ଉତ୍ସବ ପାଳିତ ହୋଇଯାଇଛି।
ଏହି ଉପଲକ୍ଷେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଫକିର ମୋହନ ସ୍ଵୟଂ ଶାସିତ ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷା ଗିତାଶ୍ରୀ ରାଏ କହିଲେ ଯେ, ସମାଜର ଅବହେଳିତ ଓ ପଛୁଆ ବର୍ଗର ପିଲା ମାନଙ୍କୁ ବିଶେଷ କରି ଉଚ୍ଚ ଶିକ୍ଷା ପ୍ରଦାନ ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି। ଆଜି ଏହାର ପ୍ରଭାବରେ ଏହି କଲେଜରେ ପାଖାପାଖି ୫୦୦ ପିଲା ପାଠ ପଢୁଛନ୍ତି। ସେମାନଙ୍କ ପରିବାରରେ ଖୁସି ଲହର ଖେଳିଯିବା ସହିତ ସେମାନେ ଅନ୍ୟ ମାନଙ୍କ ମଧ୍ୟରେ ନିଜକୁ ଖାପଖୁଆଇ ନିଜର ସତ୍ତା ଅନୁଭବ କରିଛନ୍ତି।
ଏହି ଉପଲକ୍ଷେ ଆୟୋଜିତ ଉତ୍ସବରେ ସନ୍ତୋଷ କୁମାର ରାଉତ, ଶଙ୍କର ମୁର୍ମୁ, ସୁକୁଲାଲ୍ ମାରଣ୍ଡି, ଦକ୍ଷିଣ ଚରଣ ମୁର୍ମୁ ପ୍ରମୁଖ ଉପସ୍ଥିତ ରହି ଆଦିବାସୀ ଶିକ୍ଷା ପ୍ରଦାନ ଉପରେ ଗୁରୁତ୍ବ ଆରୋପ କରିଥିଲେ।Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.