ETV Bharat / state

ଡମ୍ପର ଡ୍ରାଇଭରର ଦବଙ୍ଗଗିରି, 2 ଯୁବକଙ୍କୁ ମରଣାନ୍ତକ ଆକ୍ରମଣ

ଡମ୍ପର ଡ୍ରାଇଭରଙ୍କ ଦବଙ୍ଗଗିରି । ବିଳମ୍ବିତ ରାତ୍ରିରେ ବେପରୁଆ ଗାଡିଚାଳନା । ଏହାସହ ରାସ୍ତା ମଝିରେ ଗାଡି ପାର୍କିଂ। ଘଟଣା ବିଷୟରେ ପାଟି ଖୋଲିବାରୁ କିଛି ନବୁଝି ନିର୍ଦ୍ଧୁମ ମାଡ ।

author img

By

Published : May 27, 2019, 11:53 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ବାଲେଶ୍ବର: ଡମ୍ପର ଡ୍ରାଇଭରଙ୍କ ଦବଙ୍ଗଗିରି । ବିଳମ୍ବିତ ରାତ୍ରିରେ ବେପରୁଆ ଗାଡିଚାଳନା । ଏହାସହ ରାସ୍ତା ମଝିରେ ଗାଡି ପାର୍କିଂ। ଘଟଣା ବିଷୟରେ ପାଟି ଖୋଲିବାରୁ କିଛି ନବୁଝି ନିର୍ଦ୍ଧୁମ ମାଡ । ତେବେ ଏପରି ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ଥାନା ୬୦ ନମ୍ବର ଜାତୀୟ ରାଜପଥର ନିମପୁର ଛକରେ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଏକ ବାଲି ବୋଝେଇ ଡମ୍ପର 60 ନମ୍ବର ଜାତୀୟ ରାଜପଥ ନିମପୁର ଛକ ନିକଟରେ ମଝି ରାସ୍ତାରେ ଛିଡା କରିଥିଲା। ସେହିବାଟ ଦେଇ ଯାଉଥିବା ଦୁଇ ବାଇକ୍ ଆରୋହୀ ଡ଼ମ୍ପରଟିକୁ ରାସ୍ତାର ଗୋଟିଏ ପାର୍ଶ୍ୱରେ ରଖିବାକୁ କହିବାରୁ ଡ୍ରାଇଭର ଓ ତାର ସହଯୋଗୀ ଉତକ୍ଷିପ୍ତ ହୋଇ କିଛି ବୁଝିବା ଆଗରୁ ଦୁଇ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି।

ଆକ୍ରମଣର ଶିକାର ହୋଇଥିବା ଯୁବକ ଦୁଇଜଣ ହେଲେ ଆରୁହା ଗ୍ରାମର ବାଦଲ ଚନ୍ଦ୍ର ଦାଶ ଓ ବାସୁଦେବ ବେହେରା । ସେମାନଙ୍କୁ ପ୍ରଥମେ ଜଳେଶ୍ୱର ମେଡିକାଲ ନିଆଯାଇଥିବା ବେଳେ ସେଠାରେ ଅବସ୍ଥା ଗୁରୁତର ହେବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି। ବର୍ତ୍ତମାନ ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।

ଖବର ଅନୁସାରେ, ଜାତୀୟ ରାଜପଥରେ ବେପରୁଆ ଗାଡି ଚାଳନା, ବେଆଇନ ପାର୍କିଂ, ଓଭର ଲୋଡିଙ୍ଗ ସହି ଏଲିଇଡ଼, ମରକ୍ୟୁରି ଲାଇଟର ବହୁଳ ବ୍ୟବହାର ପାଇଁ ପ୍ରତ୍ୟେକ ଦିନ ଛୋଟ ବଡ଼ ଦୁର୍ଘଟଣା ଘଟି ଚାଲିଛି। ତେଣୁ ଏସବୁ ପ୍ରତି ପ୍ରଶାସନ ବିଶେଷ ଭାବେ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି।

ବାଲେଶ୍ୱରରୁ ଜୀବନ ଜ୍ୟୋତି ନାୟକ,ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.