ବାଲେଶ୍ବର: ଜିଲ୍ଲାର ଯୁବ ଶିକ୍ଷାବିତ ଡ଼ ବେଣୁମାଧଵ ପଣ୍ଡାଙ୍କ କୋରୋନାରେ ମୃତ୍ୟୁ ହୋଇଛି । ବେଣୁମାଧଵ ଏକ ଘରୋଇ ଇଞ୍ଜିନିୟରିଂ କଲେଜର ନିର୍ଦ୍ଦେଶକ ଥିଲେ। କୋଭିଡ ପଜିଟିଭ ପରେ ସେ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ବୁଧବାର ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି ।
ସେ ପୂର୍ବତନ ମନ୍ତ୍ରୀ ପଦ୍ମଲୋଚନ ପଣ୍ଡାଙ୍କ ପୁତ୍ର । ବେଣୁମାଧଵଙ୍କ ଦ୍ଵାରା ପରିଚାଳିତ ସତ୍ୟ ସାଇ ସାମାଜିକ ଅନୁଷ୍ଠାନ ମାଧ୍ୟମରେ କୋଭିଡ ବେଳେ ଅନେକ ଭୋକିଲାଙ୍କୁ ଖାଦ୍ୟ ବଣ୍ଟନ କରାଯାଇଥିଲା । ଏହାସହ ସେ ବିଭିନ୍ନ ସାମାଜିକ ଅନୁଷ୍ଠାନ ସହ ଜଡିତ ଥିଲେ । ଏବଂ ସମାଜସେବୀ ଭାବେ ବେଶ ପରିଚିତ ଥିଲେ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ,ଇଟିଭି ଭାରତ