ETV Bharat / state

ବାଲେଶ୍ବର ସଦର ବିଜେଡି ପ୍ରାର୍ଥୀଙ୍କୁ ନେଇ ତୁଟିଲା ଅସନ୍ତୋଷ - constituency

ବାଲେଶ୍ବର ସଦର ପାଇଁ ବିଜେଡିର ବିଧାୟକ ପ୍ରାର୍ଥୀ ଭାବେ ବିଜେଡି ସ୍ୱରୂପ ଦାସଙ୍କ ନାମ ଘୋଷଣା ପରେ କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଥିଲା । ଆଉ ଯାହାର ଆଜି ସମାଧାନ ହୋଇଯାଇଥିବା କହିଛନ୍ତି ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା ।

ବାଲେଶ୍ବର ସଦର ବିଜେଡି ପ୍ରାର୍ଥୀଙ୍କୁ ନେଇ ତୁଟିଲା ଅସନ୍ତୋଷ

author img

By

Published : Oct 13, 2020, 11:15 PM IST

ବାଲେଶ୍ବର: ରାଜ୍ୟରେ ବଢିଲାଣି ଉପନିର୍ବାଚନ ତାତି । ତିନି ପ୍ରମୁଖ ରାଜନୈତିକ ଦଳ ନିଜ ନିଜର ପ୍ରାର୍ଥୀ ଘୋଷଣା କରିସାରିଛନ୍ତି । ମାତ୍ର ବାଲେଶ୍ବର ସଦର ପାଇଁ ବିଜେଡିର ବିଧାୟକ ପ୍ରାର୍ଥୀ ଭାବେ ବିଜେଡି ସ୍ୱରୂପ ଦାସଙ୍କ ନାମ ଘୋଷଣା ପରେ କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଥିଲା । ହେଲେ ଆଜି ସମସ୍ତ ବିବାଦର ସମାଧାନ ହୋଇଯାଇଥିବା କହିଛନ୍ତି ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା ।

ବାଲେଶ୍ବର ସଦର ବିଜେଡି ପ୍ରାର୍ଥୀଙ୍କୁ ନେଇ ତୁଟିଲା ଅସନ୍ତୋଷ

ଜିଲ୍ଲା ସଭାପତି ରବୀନ୍ଦ୍ର ଜେନା କିମ୍ବା ତାଙ୍କ ପତ୍ନୀଙ୍କୁ ଦଳୀୟ ଟିକେଟ ଦାବିରେ କର୍ମୀମାନେ ବାଲେଶ୍ବର ଦଳୀୟ କାର୍ଯ୍ୟାଳୟ ଆଗରେ ଭିଡ଼ ଜମାଇଥିଲେ। ଦଳ ନିଷ୍ପତ୍ତି ବଦଳାଇବା ପାଇଁ କର୍ମୀମାନେ ଜିଦ କରିଥିଲେ। ମାତ୍ର ପରବର୍ତ୍ତୀ ସମୟରେ ରବୀନ୍ଦ୍ର କର୍ମୀମାନଙ୍କୁ ବୁଝାସୁଝା କରିଥିବା ଜଣାପଡ଼ିଛି ।

ଦଳର ନିଷ୍ପତ୍ତି ଅନୁସାରେ ଘୋଷଣା ହୋଇଥିବା ପ୍ରାର୍ଥୀଙ୍କୁ ସାମୂହିକ ଭାବେ ସମର୍ଥନ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି । ସ୍ୱରୂପ ଦାସଙ୍କୁ ବିଜୟୀ କରିବା ପାଇଁ କର୍ମୀମାନେ ପ୍ରଚେଷ୍ଟା କରନ୍ତୁ ବୋଲି କହିଛନ୍ତି ରବୀନ୍ଦ୍ର ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.