ETV Bharat / state

ଦିଶା ବୈଠକରେ ଖିଲାପକାରୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ - balasore latest news

କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ଦିଶା ବୈଠକରେ ଅଧ୍ୟକ୍ଷତା କରିବା ସହିତ ଜିଲ୍ଲାର ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଓ ବିକାଶମୂଳକ ଯୋଜନାର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ । ଅଧିକ ପଢନ୍ତୁ...

disha meeting in balasore
ଦିଶା ବୈଠକରେ ଖିଲାପକାରୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ
author img

By

Published : Jan 27, 2021, 8:15 PM IST

ବାଲେଶ୍ଵର: ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲା ସମନ୍ବୟ ଓ ମନିଟରିଂ କମିଟି (ଦିସା) ବୈଠକ ଅନୁଷ୍ଠିତ ହୋଇଯାଇଛି । କମିଟି ଅଧ୍ୟକ୍ଷ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ଏଥିରେ ଅଧ୍ୟକ୍ଷତା କରିବା ସହିତ ଜିଲ୍ଲାର ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଓ ବିକାଶମୂଳକ ଯୋଜନାର ଅଗ୍ରଗତି ଓ କାର୍ଯ୍ୟଧାରା ସମ୍ପର୍କରେ ସମୀକ୍ଷା କରିଥିଲେ ।

ଜିଲ୍ଲାର ବିକାଶ ପାଇଁ ଆସୁଥିବା ଅନୁଦାନର ଉଚିତ ବିନିଯୋଗ ଏବଂ ଯୋଜନାର ସଫଳ ରୂପାୟନ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା । ତେବେ ବୈଠକରେ କିଛି ବିଭାଗର ଅଧିକାରୀ ଅନୁପସ୍ଥିତ ଥିବାରୁ ମନ୍ତ୍ରୀ ଅସନ୍ତୋଷ ପ୍ରକାଶ କରି ଏହାର ବିଭାଗୀୟ ଯାଞ୍ଚ ସହ ସେମାନଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଥିଲେ । ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ଜିଲ୍ଲାର ଯେଉଁ ସବୁ ରାସ୍ତା ପ୍ରକଳ୍ପ କାମ ସରିଛି । ତାହା ଉପରେ ଅଧିକାରୀଙ୍କ ଠାରୁ ତଥ୍ୟ ସଂଗ୍ରହ କରିବା ସହିତ ଯେଉଁ ସବୁ ରାସ୍ତା ନିର୍ମାଣ କାମ ଚାଲିଛି । ତାହା ନିର୍ଦ୍ଧାରିତ ସମୟରେ ସାରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଜିଲ୍ଲାର କେଉଁ ଅଞ୍ଚଳରେ ଜୈବିକ କୃଷି ଉପରେ ଗୁରୁତ୍ବ ଦିଆଯାଇଛି ଏବଂ ତାହାକୁ କିଭଳି କାର୍ଯ୍ୟକାରୀ କରାଯାଇଛି ସେ ନେଇ ସମୀକ୍ଷା କରିଥିଲେ । ଉଦ୍ୟାନ ବିଭାଗ ପକ୍ଷରୁ ଗୃହକୁ ଦିଆଯାଇଥିବା ତଥ୍ୟ ଏବଂ ଅଧିକାରୀ ଉପସ୍ଥାପନ କରିଥିବା ତଥ୍ୟ ଉପରେ ତାଳମେଳ ନ ଥିବାରୁ କେନ୍ଦ୍ରମନ୍ତ୍ରୀ ଅଧିକାରୀଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏହା ସହ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ କହିଛନ୍ତି । ସେହିପରି ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସମେତ ବିଧାୟକମାନେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟର ସମୀକ୍ଷା କରିଥିଲେ ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.