ETV Bharat / state

ବାଲେଶ୍ବର ଶୈବ ପୀଠରେ ଜମୁଛି ଭିଡ, ବକ୍ରେଶ୍ୱର ମନ୍ଦିରରେ ରାତି ୧୦ଟାରେ ଉଠିବ ମହାଦୀପ

ବାଲେଶ୍ବର ଜିଲ୍ଲାର ସମସ୍ତ ଶୈବପୀଠରେ ଜମୁଛି ଭିଡ । ଦୁଇବର୍ଷ ପରେ ମହାଦୀପ ଦର୍ଶନ କରିବେ ଶ୍ରଦ୍ଧାଳୁ । ଅଧିକ ପଢନ୍ତୁ

author img

By

Published : Feb 18, 2023, 1:31 PM IST

ବକ୍ରେଶ୍ୱର ମନ୍ଦିର
ବକ୍ରେଶ୍ୱର ମନ୍ଦିର
ବକ୍ରେଶ୍ୱର ମନ୍ଦିର

ବାଲେଶ୍ୱର: ଫାଲଗୁନ ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀରେ ପାଳିତ ହୋଇଥାଏ ମହା ଶିବରାତ୍ରୀ । ଆଜିର ରାଜ୍ୟର ବିଭିନ୍ନ ଶୈବପୀଠରେ ମହା ଶିବରାତ୍ରୀ ଉପଲକ୍ଷେ ଗହଳି ଲାଗିରହିଛି । ବାଲେଶ୍ବର ଜିଲ୍ଲାର ପ୍ରସିଦ୍ଧ ଶୈବପୀଠରେ ମହାଦେବଙ୍କ ଜାଗର ଯାତ୍ରା ପାଇଁ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି । ରାତି ୧୦ଟାରେ ବାବା ବକ୍ରେଶ୍ଵର ଶୈବପୀଠରେ ଉଠିବ ମହାଦୀପ ।

ଜିଲ୍ଲାର ପଞ୍ଚଲିଙ୍ଗେଶ୍ୱର, ବକ୍ରେଶ୍ୱର, ଭୂଷଣ୍ଡେଶ୍ୱର, ଚନ୍ଦନେଶ୍ୱର ଆଦି ପୀଠରେ ଭକ୍ତଙ୍କ ପ୍ରବଳ ସମାଗମ ଦେଖିବାକୁ ମିଳିଛି । ଖଇରା ବ୍ଲକ ମାଖନପୁର ପଞ୍ଚାୟତ ଟିପିସି ଗଡିଆ ଠାରେ ଅବସ୍ଥିତ ବାବା ବକ୍ରେଶ୍ଵର ଶୈବପୀଠ ଆଜି ଭୋର 2ଟା30 ସମୟ ରେ ମନ୍ଦିର ଖୋଲା ହୋଇଥିବା ବେଳେ ଠିକ ସମୟରେ ରୀତିନୀତି ଚାଲିଥିବା ନେଇ ମନ୍ଦିର ପୂଜକ ପ୍ରକାଶ କରିଛନ୍ତି । ହଜାର ହଜାର ଭକ୍ତଙ୍କର ସମାବେଶ ଚାଲିଥିବା ବେଳେ ରାତି 10ଘଟିକା ସମୟରେ ମହାଦୀପ ଉଠିବା ନେଇ ମନ୍ଦିର କର୍ତ୍ତୃପକ୍ଷ ପ୍ରକାଶ କରିଛନ୍ତି । ୧୧ ଦିନ ଧରି ବକ୍ରେଶ୍ୱରଙ୍କ ପୀଠରେ ଜାଗର ମେଳା ଚାଲିବ ।

ବାବା ବକ୍ରେଶ୍ୱରଙ୍କ ମହିମା ଅତ୍ୟନ୍ତ ନିଆରା ହୋଇଥିବା ବେଳେ ମନ୍ଦିର ଦେଇ ପ୍ରବାହିତ ହେଉଥିବା ନଦୀର ଗତିପଥ ଗୋଟିଏ ରାତିରେ ପୂଜକଙ୍କ ପାଇଁ ବଦଳି ଯାଇଥିଲା । କାଂଶବାଂଶ ନଦୀ ମନ୍ଦିର ଦେଇ ପ୍ରବାହିତ ହେଉଥିବା ବେଳେ ନଦୀରେ ବନ୍ୟା ଆସିଥିଲା । ପୂଜକ ପୂଜା କରିବା ପାଇଁ କେମିତି ଆସିବେ ସେହି ଚିନ୍ତାରେ ଥିବା ବେଳେ ମହାଦେବଙ୍କ ସ୍ୱପ୍ନାଦେଶ ହୋଇଥିଲା । ସକାଳେ ଗତିପଥ ବଦଳି ଯାଇଥିବା କଥା ସ୍ୱପ୍ନରେ ଦେଖିବା ପରେ ପୂଜକ ପୂଜା କରିବା ପାଇଁ ମନ୍ଦିର ଯିବାବେଳେ ସତକୁ ସତ ନଦୀର ଗତିପଥ ବଦଳି ଯାଇଥିଲା । ସେହିଦିନ ଠାରୁ ବକ୍ରେଶ୍ୱରଙ୍କ ମନ୍ଦିର ଦେଇ ନଈ ଏକ ଅର୍ଦ୍ଧଚନ୍ଦ୍ର ଭାବେ ପ୍ରବାହିତ ହେଉଛି ।

ସେହିପରି ଏସିଆର ସର୍ବବୃହତ ଶିବଲିଙ୍ଗ ଭାବେ ବାବା ଭୂଷଣ୍ଡେଶ୍ୱରଙ୍କ ପୀଠରେ ଆଜି ପ୍ରାତଃରୁ ପୂଜା ପାଠ ଆରମ୍ଭ ହୋଇଛି । ସକାଳଠାରୁ ବ୍ରତୀମାନେ ବାବାଙ୍କ ଦର୍ଶନ ପାଇଁ ଭିଡ଼ ଜମାଇଥିବା ଦେଖିବାକୁ ମିଳିଥିଲା । ମଧ୍ୟରାତ୍ରରେ ମହାଦୀପ ଉଠିବ ବୋଲି ସୂଚନା ମିଳିଛି । ଔପଦା ବ୍ଲକ ଅଧିନ ଦେବଗିରି ପାହାଡ଼ରେ ବାବା ପଞ୍ଚଲିଙ୍ଗେଶ୍ୱରଙ୍କ ପୀଠ । ପାହାଡ଼ର ବୁକୁ ଚିରି ବୋହିଯାଉଥିବା ଝରଣାର କୁଳୁକୁଳୁ ନାଦର ଶବ୍ଦରେ ବିଭୋର ହୋଇ ଭକ୍ତମାନେ ପାହାଚ ଚଢି ବାବାଙ୍କ ପାଖରେ ପହଞ୍ଚିଛନ୍ତି ।

ଏକସାଙ୍ଗରେ ପାଞ୍ଚଟି ଲିଙ୍ଗର ଦର୍ଶନ ମିଳୁଥିବାରୁ ଲୋକମାନେ ପାହାନ୍ତିରୁ ଭିଡ଼ ଜମାଇଥିବା ଦେଖିବାକୁ ମିଳିଥିଲା । 3ଜଣ ମୁଖ୍ୟ ପୂଜାରୀଙ୍କ ସମେତ ଅନ୍ୟ ସହଯୋଗୀମାନେ ଭକ୍ତଙ୍କ ପାଇଁ ନିୟୋଜିତ ରହିଥିବା ଦେଖିବାକୁ ମିଳିଥିଲା । ଭୋଗରାଇ ବ୍ଲକରେ ରହିଛନ୍ତି ବାବା ଚନ୍ଦନେଶ୍ୱର । ଯେଉଁଠି ଚଡକମେଳା ଏକ ବିଶ୍ୱ ପ୍ରସିଦ୍ଧ ମେଳା ବୋଲି କୁହାଯାଏ । ବାବାଙ୍କ ମାହାତ୍ମ୍ୟ ବିଷୟରେ ବର୍ଣ୍ଣନା ଅନ୍ତ ନାହିଁ ବୋଲି ଲୋକମାନେ କୁହନ୍ତି । ଜାଗରଯାତ୍ରା ପାଇଁ ମନ୍ଦିର ପରିସରରେ ବ୍ୟାପକ ବ୍ୟବସ୍ଥା କରାଯାଇଛି । ତେବେ ମହାଦେବଙ୍କୁ ସନ୍ତୁଷ୍ଟ କରିବା ପାଇଁ ଭକ୍ତମାନେ ନିର୍ଜଳା ଉପବାସ କରିଥିବା କହିଛନ୍ତି ଭକ୍ତ ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.