ETV Bharat / state

ବାଲେଶ୍ଵରରେ ସୁଧୁରୁଛି ଟ୍ରାଫିକ ବ୍ୟବସ୍ଥା, ତଥାପି ରହିଛି ଅବ୍ୟବସ୍ଥା - ଟ୍ରାଫିକ ପରିଚାଳନାରେ କିଛିଟା ଅବ୍ୟବସ୍ଥା

ଟ୍ରାଫିକ ପରିଚାଳନାରେ କିଛିଟା ଅବ୍ୟବସ୍ଥାକୁ ନେଇ ବାଲେଶ୍ବରବାସୀଙ୍କ ଦାବି । ସିଗନାଲ ସୁଧାରିବାକୁ ଦାବି କଲେ ସମସ୍ତେ । ଅଧିକ ପଢନ୍ତୁ...

ବାଲେଶ୍ଵର ସହରର ଟ୍ରାଫିକ ସିଗନାଲ ସୁଧାରିବା ଦାବି

author img

By

Published : Mar 12, 2021, 1:05 PM IST

ବାଲେଶ୍ବର: ସହରର ଟ୍ରାଫିକ ବ୍ୟବସ୍ଥା ଦିନକୁ ଦିନ ସୁଧୁରିବାରେ ଲାଗିଛି। ସହରର ବିଭିନ୍ନ ସ୍ଥାନ ଯଥା ଓଟି ରୋଡର ଟ୍ରାଫିକ ପୋଷ୍ଟରେ ଏବେ ଡିଜିଟାଲ ସିଗନାଲ ବ୍ୟବସ୍ଥା ହୋଇଛି। ପ୍ରଥମେ ଲୋକଙ୍କୁ ଲାଇଟ ସିଗନାଲ ବୁଝିବାରେ ସାମାନ୍ୟ କଷ୍ଟ ହୋଇଥିଲେ ମଧ୍ୟ ଏବେ ସିଗନାଲ ଅନୁସାରେ ଟ୍ରାଫିକ ନିୟମ ମାନି ଯାତାୟତ କରୁଛନ୍ତି ସମସ୍ତେ ।

ବାଲେଶ୍ଵର ସହରର ଟ୍ରାଫିକ ସିଗନାଲ ସୁଧାରିବା ଦାବି

ମାତ୍ର ଏହାରି ଭିତରେ ଟ୍ରାଫିକ ପରିଚାଳନାରେ କିଛିଟା ଅବ୍ୟବସ୍ଥା ସାମ୍ନାକୁ ଆସିଛି। ରାସ୍ତାରେ ଯାତାୟତ କରୁଥିବା ଲୋକେ ଟ୍ରାଫିକ ନିୟମ ମାନୁଛନ୍ତି ସତ ହେଲେ ଟ୍ରାଫିକ ପୋଷ୍ଟରେ ଲାଗିଥିବା ସିଗନାଲ ଲାଇଟ ଦୂରରୁ ଦେଖାଯାଉନି ବୋଲି ଅଭିଯୋଗ ଆଣିଛନ୍ତି।

ଯାହାଦ୍ବାରା ଲୋକେ ଲାଇଟ ଦେଖିବା ବେଳକୁ ଟ୍ରାଫିକ ଅତିକ୍ରମ କରିଯାଉଛନ୍ତି। ସେହିପରି ସିଗନାଲ ଲାଇଟ ସବୁଜରୁ ଲାଲ କିମ୍ବା ଲାଲରୁ ସବୁଜ ହେବାର ସମୟ ସୀମା ପାଇଁ ଟାଇମର ବ୍ୟବସ୍ଥା ଦାବି ହୋଇଛି। ଟାଇମର ନଥିବାରୁ ଯାତାୟତ କରୁଥିବା ଲୋକମାନେ ଅନେକ ସମୟରେ ଅଜାଣତରେ ନିୟମ ଉଲଂଘନ କରୁଥିବା ଦେଖିବାକୁ ମିଳୁଛି। ଏମିତି କି ଏହାକୁ ନେଇ ଅନେକ ସମୟରେ ଦୁର୍ଘଟଣା ମଧ୍ୟ ହୋଇଥିବା ନଜିର ରହିଛି। ତେବେ ସହରର ଟ୍ରାଫିକ ବ୍ୟବସ୍ଥା ସୁଧାରିବା ଓ ଆହୁରି କ୍ରିୟାଶୀଳ କରିବା ପାଇଁ ଜନସାଧାରଣ ଦାବି କରିଛନ୍ତି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.