ETV Bharat / state

ଅନଲାଇନ ପରୀକ୍ଷା ପ୍ରତିବାଦରେ ଜିଲ୍ଲାପାଳଙ୍କୁ ଦାବି

କୋରୋନା ଲକଡାଉନ ଯୋଗୁଁ ସ୍କୁଲ କଲେଜ ବନ୍ଦ ରହିଛି। ଏହି ସମୟରେ ଫାର୍ମାସିଷ୍ଟ ଶେଷ ବର୍ଷର ଛାତ୍ରଛାତ୍ରୀମାନଙ୍କର ପରୀକ୍ଷା କରାଯିବା ନେଇ ବିପିୟୁଟି ନିଷ୍ପତ୍ତି ନେଇଛି। ଯାହାକୁ ବିରୋଧ କରିଛନ୍ତି ଛାତ୍ରଛାତ୍ରୀ । ଅଧିକ ପଢନ୍ତୁ..

author img

By

Published : Jul 1, 2020, 5:24 PM IST

ଅନଲାଇନ ପରୀକ୍ଷା ପ୍ରତିବାଦରେ ଜିଲ୍ଲାପାଳଙ୍କୁ ଦାବି
ଅନଲାଇନ ପରୀକ୍ଷା ପ୍ରତିବାଦରେ ଜିଲ୍ଲାପାଳଙ୍କୁ ଦାବି

ବାଲେଶ୍ବର: ଅଲ ଓଡ଼ିଶା ବିପିୟୁଟି ଫାର୍ମାସିଷ୍ଟ ଷ୍ଟୁଡେଣ୍ଟ ଆସୋସିଏସନର ବାଲେଶ୍ଵର ଜିଲ୍ଲା ଶାଖାର ସଦସ୍ୟମାନେ ବିଭିନ୍ନ ଦାବି ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।

ବର୍ତ୍ତମାନ କୋରୋନା ଲକଡାଉନ ଯୋଗୁଁ ସ୍କୁଲ କଲେଜ ବନ୍ଦ ରହିଛି। ଏହି ସମୟରେ ଫାର୍ମାସିଷ୍ଟ ଶେଷ ବର୍ଷର ଛାତ୍ରଛାତ୍ରୀମାନଙ୍କ ପରୀକ୍ଷା କରାଯିବା ନେଇ ବିପିୟୁଟି ନିଷ୍ପତ୍ତି ନେଇଛି। କୋରୋନା ସଂକ୍ରମଣକୁ ରୋକିବା ପାଇଁ ବିପିୟୁଟି ପକ୍ଷରୁ ଏହି ପରୀକ୍ଷା ଅନଲାଇନ ମାଧ୍ୟମରେ କରାଯିବ ବୋଲି ସ୍ଥିର ହୋଇଛି । ଯାହାକୁ ବିରୋଧ କରିଛନ୍ତି ଛାତ୍ରଛାତ୍ରୀ।

ବର୍ତ୍ତମାନ ଅନଲାଇନ ପରୀକ୍ଷା ଦେବାପାଇଁ ସମସ୍ତେ ପ୍ରସ୍ତୁତ ନୁହଁନ୍ତି। ଏହାଛଡା ଅନଲାଇନ ପରୀକ୍ଷା ପାଇଁ ଆବଶ୍ୟକୀୟ ଇଣ୍ଟରନେଟ ସ୍ପିଡ଼ ମିଳୁ ନଥିବାରୁ ପରୀକ୍ଷା ଦେବାରେ ବାଧା ଉପୁଜିବ। ଏଥିପାଇଁ ଅନଲାଇନ ପରୀକ୍ଷାରେ ଥିବା ଗାଇଡ଼ ଲାଇନ କୋହଳ କରାଯିବା ସହ ସମସ୍ତଙ୍କ ପାଖରେ କମ୍ପ୍ୟୁଟର ନଥିବାରୁ ମୋବାଇଲରେ କେମିତି ପରୀକ୍ଷା ଦେଇହେବ ସେ ବ୍ୟବସ୍ଥା କରିବା ପାଇଁ ଛାତ୍ରଛାତ୍ରୀମାନେ ଦାବି ଜଣାଇଛନ୍ତି।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.