ETV Bharat / state

ବାଲେଶ୍ୱରରେ ଖାଦ୍ୟ ସାମଗ୍ରୀ ଉପରୁ ଜିଏସଟି ପ୍ରତ୍ୟାହାର ଦାବି

author img

By

Published : Aug 9, 2022, 9:05 PM IST

ବାଲେଶ୍ୱର CITU, AIKS ଏବଂ AIAWU ମିଳିତ ଭାବେ ଦେଶରେ ଦରଦାମ ବୃଦ୍ଧି ପାଉଥିବାରୁ ଉଦବେଗ ପ୍ରକାଶ କରିଛନ୍ତି । ଖାଦ୍ୟ ସାମଗ୍ରୀ ଉପରୁ ଜିଏସଟି ପ୍ରତ୍ୟାହାର ନେଇ ଦାବି ଉପସ୍ଥାପନ କରିଛନ୍ତି । ଅଧିକ ପଢନ୍ତୁ

Demand for rate hike and withdrawal of GST
ବାଲେଶ୍ୱରରେ ଖାଦ୍ୟ ସାମଗ୍ରୀ ଉପରୁ ଜିଏସଟି ପ୍ରତ୍ୟାହାର ଦାବି

ବାଲେଶ୍ବର: ଦରବୃଦ୍ଧି ଓ ଜିଏସଟି ପ୍ରତ୍ୟାହାର ନେଇ ଦାବି ଉପସ୍ଥାପନା । ବାଲେଶ୍ବର CITU, AIKS ଏବଂ AIAWU ମିଳିତ ଭାବେ ବିକ୍ଷୋଭ ପ୍ରର୍ଶନ କରିଛନ୍ତି । ଦେଶରେ ଦରଦାମ ବୃଦ୍ଧି ପାଉଥିବାରୁ ଉଦବେଗ ପ୍ରକାଶ କରିବା ସହ ଖାଦ୍ୟ ସାମଗ୍ରୀ ଉପରୁ ଜିଏସଟି ପ୍ରତ୍ୟାହାର ନେଇ ଦାବି କରିଛନ୍ତି ।

ଦାବି ଅନୁସାରେ, ସମସ୍ତ ଖାଦ୍ୟ ଦ୍ରବ୍ୟ ଉପରୁ ଜିଏସଟି ପ୍ରତ୍ୟାହାର, ଅତ୍ୟାବଶ୍ୟକ ସାମଗ୍ରୀ ଦରବୃଦ୍ଧି ବନ୍ଦ, ସରକାରୀ ଏବଂ ରାଷ୍ଟ୍ରାୟତ ଉଦ୍ୟୋଗ ଗୁଡିକରେ ଖାଲି ପଡ଼ିଥିବା ସମସ୍ତ ପଦବୀ ପୂରଣ, ସମସ୍ତଙ୍କ ପାଇଁ ସରକାରୀ ଶିକ୍ଷା ଏବଂ ସ୍ବାସ୍ଥ୍ୟର ଗ୍ୟାରେଣ୍ଟି, ବାସହୀନଙ୍କୁ ଘରଡ଼ିହ ପଟ୍ଟା/ ବାସଗୃହ, ସବୁ ଫସଲର ଏମଏସପି ପାଇଁ ଆଇନଗତ ବ୍ୟବସ୍ଥା , ଶ୍ରମିକ ବିରୋଧୀ 4 ଟି ଶ୍ରମକୋଡ଼ ବାତିଲ, ଶ୍ରମିକମାନଙ୍କୁ ଶ୍ରମିକର ମାନ୍ୟତା ଏବଂ ସ୍ଥାୟୀ ନିଯୁକ୍ତି, ଠିକା ଏବଂ ଆଉଟ ସୋର୍ସିଙ୍ଗ ବ୍ୟବସ୍ଥା ବନ୍ଦ କରି ସ୍ଥାୟୀ ନିଯୁକ୍ତି, ସମସ୍ତ କୃଷକ ମାନଙ୍କୁ ଏକକାଳୀନ ଋଣ ମୁକ୍ତ, ରିହାତି ମୂଲ୍ୟରେ ପର୍ଯ୍ୟାପ୍ତ ସାର, ଭାଗଚାଷୀଙ୍କୁ ଚାଷୀର ମାନ୍ୟତା, ଚାଷୀ ପାଉଥିବା ସମସ୍ତ ସୁବିଧା ଭାଗଚାଷୀଙ୍କୁ ପ୍ରଦାନ, ମନରେଗା ଯୋଜନାରେ ବର୍ଷକୁ ୨୦୦ ଦିନର କାମ ଏବଂ ଦୈନିକ ମଜୁରୀ ୭୦୦ ଟଙ୍କା ଧାର୍ଯ୍ୟ, ସରକାରୀ ସମ୍ପତ୍ତି ବିକ୍ରୀ/ଘରୋଇକରଣ ବନ୍ଦ କରିବା ଭଳି ଦାବି କରାଯାଇଛି ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.