ETV Bharat / state

ୟସ କ୍ଷୟକ୍ଷତି ଆକଳନ କଲା ପ୍ରଶାସନ

ବାତ୍ୟା ୟସ ଯୋଗୁଁ ବାଲେଶ୍ଵର ଜିଲ୍ଲାର ହୋଇଥିବା କ୍ଷୟକ୍ଷତିର ଆକଳନ କରିଛି ଜିଲ୍ଲା ପ୍ରଶାସନ । ଏଥିପାଇଁ ପ୍ରତି ପଞ୍ଚାୟତରେ ଟିମ ଗଠନ କରାଯାଇ ରିପୋର୍ଟ ସଂଗ୍ରହ କରାଯାଇଛି । ଅଧିକ ପଢନ୍ତୁ...

author img

By

Published : Jun 4, 2021, 10:58 PM IST

cyclone-yaas-damage-assessment-is-underway in-Balasore
ୟାସ କ୍ଷୟକ୍ଷତି ଆକଳନ କଲା ପ୍ରଶାସନ

ବାଲେଶ୍ଵର: ବାତ୍ୟା ୟସ ଯୋଗୁଁ ବାଲେଶ୍ଵର ଜିଲ୍ଲାର ହୋଇଥିବା କ୍ଷୟକ୍ଷତିର ଆକଳନ କରିଛି ଜିଲ୍ଲା ପ୍ରଶାସନ । ଏଥିପାଇଁ ପ୍ରତି ପଞ୍ଚାୟତରେ ଟିମ ଗଠନ କରାଯାଇ ରିପୋର୍ଟ ସଂଗ୍ରହ କରାଯାଇଛି ।

ଜିଲ୍ଲା ପ୍ରଶାସନ ପକ୍ଷରୁ ଦିଆଯାଇଥିବା ରିପୋର୍ଟ ଅନୁସାରେ, ବାଲେଶ୍ଵର ଜିଲ୍ଲାର ୨ ହଜାର ୨୭୨ ଟି ଗାଁରେ ୧୯ ଲକ୍ଷ ୨୩ ହଜାର ୬୯୯ ଜଣ ଲୋକ ପ୍ରଭାବିତ ହୋଇଛନ୍ତି । ୧୫୫ ଟି ଗାଁରେ ଲୁଣାପାଣି ମାଡି ୨୧୯ ହେକ୍ଟର ଚାଷ ଜମିରେ ଧାନ ସହ ବିଭିନ୍ନ ଫସଲ ନଷ୍ଟ ହୋଇଛି । ଜିଲ୍ଲାରେ ୪ ହଜାର ୮୦୯ ଟି ମାଟିଘର ନଷ୍ଟ ହୋଇଥିବା ବେଳେ ୪ ହଜାର ୬୧୭ ଆଂଶିକ ଓ ୪୬ଟି ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଛି । ସେହିପରି ୩୩ଟି ପକ୍କାଘର ଆଂଶିକ ଭାବେ ନଷ୍ଟ ହୋଇଛି । କୁଡିଆ ଘର ୧୧୩ ଓ ଗୁହାଳ ୩୩୩ ଟି ନଷ୍ଟ ହୋଇଛି ।

ଅନ୍ୟପଟେ ଗୃହପାଳିତ ପଶୁ ୧୩ ଓ କୁକୁଡ଼ା ୨୪ ହଜାର ୫୪୨ ଜୀବନ ହାନି ହୋଇଛି । ବାତ୍ୟାରେ ମତ୍ସ୍ୟଚାଷୀ ଓ ମତ୍ସ୍ୟଜୀବୀ ବେଶୀ କ୍ଷତିଗ୍ରସ୍ତ ହୋଇଛନ୍ତି । ୪ଟି ଡଙ୍ଗା ସମ୍ପୂର୍ଣ୍ଣ ଓ ୮ ଟି ଡଙ୍ଗା ଆଂଶିକ କ୍ଷତି ହୋଇଥିବା ବେଳେ ୧୬୩ ଟି ମାଛ ପୋଖରୀ କ୍ଷତିଗ୍ରସ୍ତ ହୋଇଛି ।

ସେହିପରି ଶିକ୍ଷା ବିଭାଗରେ ୫୬୦ ଟି ପ୍ରାଥମିକ ସ୍କୁଲ କ୍ଷତିଗ୍ରସ୍ତ ହୋଇଛି । ୩୮୮ ଟି ପଞ୍ଚାୟତ ଗୃହ ଓ କମ୍ୟୁନିଟି ଘର ନଷ୍ଟ ହୋଇଛି । ୩୫ ଟି ଅଙ୍ଗନବାଡ଼ି ଗୃହ ଓ ୩ ହଜାର ୬୯ କିଲୋମିଟର ରାସ୍ତା ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଛି ।

ଜିଲ୍ଲାର ପୂର୍ତ୍ତ ବିଭାଗ-୧ ଅଧୀନରେ ଥିବା ୫୬.୩୩.୧ କିଲୋମିଟର ରାସ୍ତା ଧୋଇ ଯାଇଛି । ନଷ୍ଟ ହୋଇଥିବା ରାସ୍ତାର କ୍ଷୟକ୍ଷତି ଆକଳନ ୨ କୋଟି ୮୪ ଲକ୍ଷ ବୋଲି ଜଣାପଡିଛି । ସେହିପରି ଗ୍ରାମାଞ୍ଚଳରେ ୨୮୯,୫୫୨ କିଲୋମିଟର ରାସ୍ତା ଧୋଇଯାଇଛି । ଯାହାର ମୂଲ୍ୟ ୧୬ କୋଟି ୬୩ ଲକ୍ଷ ।

ବାଲେଶ୍ଵରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.